ନିଜର ସ୍ଥାନ ବଞ୍ଚାଇବାକୁ ରୋହିତ ଶର୍ମା ଏହି 3 ଖେଳାଳିଙ୍କ ପ୍ରତି କରୁଛନ୍ତି ଅନ୍ୟାୟ, ଦେଉନାହାନ୍ତି ଦଳରେ ସୁଯୋଗ

  1. Home
  2. Cric Special

ନିଜର ସ୍ଥାନ ବଞ୍ଚାଇବାକୁ ରୋହିତ ଶର୍ମା ଏହି 3 ଖେଳାଳିଙ୍କ ପ୍ରତି କରୁଛନ୍ତି ଅନ୍ୟାୟ, ଦେଉନାହାନ୍ତି ଦଳରେ ସୁଯୋଗ


କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । କିନ୍ତୁ ସେ ଯେବେଠୁ ନିୟମିତ ଅଧିନାୟକ ହୋଇଛନ୍ତି ସେହି ଦିନଠାରୁ ତାଙ୍କର ବ୍ୟାଟରୁ ଆଉ ରନ ଆସୁନାହିଁ। ସେ ଲଗାତାର ରନ୍ ସ୍କୋର କରିବାକୁ ସକ୍ଷମ ହେଉନାହାନ୍ତି। ହିଟମ୍ୟାନ୍ କ୍ରମାଗତ ଭାବରେ ବଡ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। କିନ୍ତୁ ଏହା ପରେ ବି ସେ ଦଳରେ ରହିଛନ୍ତି। ଯେଉଁ କାରଣରୁ ଏହି 3 ଜଣ ଓପନରଙ୍କ ପ୍ରତି ଅନ୍ୟାୟ ହେଉଛି। ତେବେ ଆସନ୍ତୁ ଜାଣିବା ସେହି 3  ଓପନରଙ୍କ ବିଷୟରେ ଯେଉଁମାନଙ୍କ ପ୍ରତି ରୋହିତ ନିଜର ସ୍ଥାନ ବଞ୍ଚାଇବା ପାଇଁ ଅନ୍ୟାୟ କରୁଛନ୍ତି। 

1) ପୃଥୀ ଶ' :

prithvi-shaw

ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ୱ କରିଥିବା 23 ବର୍ଷୀୟ ବିସ୍ପୋରକ ଓପନର୍ ପୃଥୀ ଶ' ସେମାନଙ୍କ ମଧ୍ୟରୁ ଅନ୍ୟତମ, ରୋହିତ ଶର୍ମାଙ୍କ କାରଣରୁ ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଉଛି। ଶ' ଙ୍କ ପରି ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳ ପାଇଁ ଗୋଟିଏ ସିରିଜରେ ଖେଳିବାର ସୁଯୋଗ ପାଇ ନାହାଁନ୍ତି। ଯାହା ଏକ ନୈରାଶ୍ୟଜନକ ବିଷୟ। 

2) ରିତୁରାଜ ଗାଇକୱାଡ :

ruturaj

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଭାରତୀୟ ଖେଳାଳି ରିତୁରାଜ ଗାଇକୱାଡଙ୍କ ବ୍ୟାଟ୍ ମଧ୍ୟ ବର୍ତ୍ତମାନ ରନ ବର୍ଷା କରୁଛି। ଘରୋଇ କ୍ରିକେଟରେ ସେ ଆଶ୍ଚର୍ଯ୍ୟଜନକ ବ୍ୟାଟିଂ କରୁଛନ୍ତି। ନିକଟରେ ବିଜୟ ହଜାରେ ଟ୍ରଫିରେ ବିସ୍ପୋରକ ବ୍ୟାଟିଂ କରି ସେ ଆଲୋଡନ ସୃଷ୍ଟି କରିଥିଲେ। କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଏବଂ ଫାଇନାଲର ସମସ୍ତ ତିନୋଟି ମ୍ୟାଚରେ ଗାଇକୱାଡ ଶତକ ହାସଲ କରିଥିଲେ। କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ବଞ୍ଚାଇବା ପାଇଁ ଭାରତୀୟ ଦଳ ପରିଚାଳନା କ୍ରମାଗତ ଭାବରେ ରିତୁରାଜଙ୍କୁ ଅଣଦେଖା କରୁଛି।

3) ଦେବଦତ୍ତ ପାଡିକ୍କାଲ୍ :

Devdutt Padikkal

ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ୱ କରିଥିବା ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକ୍କାଲ ତାଙ୍କ ବିସ୍ପୋରକ ବ୍ୟାଟିଂ ସହ ଆଇପିଏଲରେ ସମସ୍ତଙ୍କ ନଜରକୁ ଆସିଥିଲେ। ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ 2ଟି ଟି -20 ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ମିଳିଛି। କିନ୍ତୁ ଦେବଦତ୍ତଙ୍କ ନାମ ସେହି ଓପନର୍ମାନଙ୍କରେ ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ରୋହିତ ଶର୍ମାଙ୍କ ପାଇଁ କ୍ୟାରିୟର ନଷ୍ଟ ହୋଇଯାଉଛି। ତେବେ ଆଗାମୀ ସମୟରେ ଦେବଦତ୍ତ ଟିମ୍ ଇଣ୍ଡିଆର ଟି -20 ଦଳରେ ରୋହିତ ଶର୍ମାଙ୍କ ସ୍ଥାନ ନେଇପାରିବେ ବୋଲି ଆଲୋଚନା ହେଉଛି। ଦେବଦତ୍ତ ଏପର୍ଯ୍ୟନ୍ତ ଆଇପିଏଲରେ 46 ଟି ମ୍ୟାଚ୍ ଖେଳିଛନ୍ତି।  ଯେଉଁଥିରେ ସେ ହାରାହାରି 28 ରେ 1260 ରନ୍ ସ୍କୋର କରିଛନ୍ତି।  ଯେଉଁଥିରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ 7 ଟି ଅର୍ଦ୍ଧ ଶତକ ମଧ୍ୟ ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ : "ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର ଶେଷ ହୋଇଗଲେ ମୁ ଆଶ୍ଚର୍ଯ୍ୟ ହେବି ନାହିଁ" କହିଲେ ଆକାଶ ଚୋପ୍ରା