ODI ଏବଂ ଟେଷ୍ଟ ରେ ଦ୍ବିଶତକ (200) ମାରିଥିବା ଶ୍ରେଷ୍ଠ 4 ଜଣ ବ୍ୟାଟ୍ସମ୍ୟାନ୍, ଜଣେ ବିଦେଶୀ ଖେଳାଳି ସାମିଲ, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ODI ଏବଂ ଟେଷ୍ଟ ରେ ଦ୍ବିଶତକ (200) ମାରିଥିବା ଶ୍ରେଷ୍ଠ 4 ଜଣ ବ୍ୟାଟ୍ସମ୍ୟାନ୍, ଜଣେ ବିଦେଶୀ ଖେଳାଳି ସାମିଲ, ଦେଖନ୍ତୁ ଲିଷ୍ଟ


କ୍ରିକେଟ ଖବର୍ : କୌଣସି ବ୍ୟାଟ୍ସମ୍ୟାନ୍ ଟେଷ୍ଟରେ ବ୍ୟାଟିଂ କରିବା ଆଦୌ ସହଜ ନୁହେଁ। କ୍ରିଜରେ ଠିଆ ହୋଇ ଦଳ ଏକ ଭଲ ସ୍କୋର କରିବା କିଛି ସହଜ କଥା ନୁହଁ। ଏହା ସହିତ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ଶତକ ହାସଲ କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର।  ଟେଷ୍ଟ କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ଧର୍ଯ୍ୟ ପରୀକ୍ଷା ହୋଇଥାଏ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱ କ୍ରିକେଟର ଚାରିଜଣ ମହାନ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଉଭୟ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ କରିଛନ୍ତି।

୧) ସଚିନ ତେନ୍ଦୁଲକର :

sachin tendulkar

ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଉଭୟ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ କରିଛନ୍ତି ଏବଂ ସେ ଏହା କରିବାରେ ବିଶ୍ୱର ପ୍ରଥମ ଖେଳାଳି ଥିଲେ।  2010 ରେ, ସଚିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଦିନିକିଆ ମ୍ୟାଚରେ ଅପରାଜିତ 200 ରନ ସ୍କୋର କରିଥିଲେ। ଆଉ ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟରେ ବି ଦ୍ୱିଶତକ ହାସଲ କରିବାର ରେକର୍ଡ ରଖିଛନ୍ତି।

୨) ବିରେନ୍ଦ୍ର ସେହୱାଗ୍ :

Virender-Sehwag-ipl

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର୍ ବିରେନ୍ଦ୍ର ସେହୱାଗ ଉଭୟ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଦ୍ୱିଶତକ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି। 2011 ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେହୱାଗ 219 ରନ୍ ସ୍କୋର କରିଥିଲେ।  ସେହୱାଗ ମଧ୍ୟ ଟେଷ୍ଟରେ ଦୁଇଟି ତ୍ରୀଶତକ ହାସଲ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରରେ ଚାରିଥର 200ରୁ ଉର୍ଦ୍ଧ୍ବ ରନ ହାସଲ କରିବାର ରେକର୍ଡ ଅତିକ୍ରମ କରିଛନ୍ତି। 

୩) କ୍ରିସ୍ ଗେଲ୍ : 

chris gayle

ୱେଷ୍ଟଇଣ୍ଡିଜ୍ ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ 2015 ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ 215 ରନ୍ ସ୍କୋର କରିଥିଲେ। ସେ ବି ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି।

୪) ରୋହିତ ଶର୍ମା : 

ROHIT

ଭାରତର ସୀମିତ ଓଭର ଦଳର ଅଧିନାୟକ ରୋହିତ ଶର୍ମା ଉଭୟ ଦିନିକିଆ ଏବଂ ଟେଷ୍ଟରେ ଦ୍ୱିଶତକ ହାସଲ କରିବାର ସଫଳତା ହାସଲ କରିଛନ୍ତି।  ODI କ୍ରିକେଟରେ ରୋହିତ ଶର୍ମା ତିନିଥର ଦ୍ବିଶତକ ହାସଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି।