ଶୀଘ୍ର ବ୍ରାଏନ୍ ଲାରାଙ୍କ ୪୦୦ ରନର ରେକର୍ଡ କୁ ଭାଙ୍ଗିଦେବେ ଏହି ୩ ଜଣ ବିସ୍ଫୋରକ ଖେଳାଳି, ଲିଷ୍ଟ ରେ ଅଛନ୍ତି ଦୁଇ ଜଣ ଭାରତୀୟ

  1. Home
  2. Cric Special

ଶୀଘ୍ର ବ୍ରାଏନ୍ ଲାରାଙ୍କ ୪୦୦ ରନର ରେକର୍ଡ କୁ ଭାଙ୍ଗିଦେବେ ଏହି ୩ ଜଣ ବିସ୍ଫୋରକ ଖେଳାଳି, ଲିଷ୍ଟ ରେ ଅଛନ୍ତି ଦୁଇ ଜଣ ଭାରତୀୟ


କ୍ରିକେଟ୍ ଖବର : କ୍ରିକେଟ୍ ର ଅଧିକାଂଶ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତାଲିକାରେ ବ୍ରାଏନ୍ ଲାରାଙ୍କ ନାମ ଅନ୍ତର୍ଭୁକ୍ତ ଅଛି। ଯେତେବେଳେ ସେ କ୍ରିଜରେ ରହୁଥିଲେ ଠିକ ସେହି ସମୟରେ ବିପକ୍ଷ ଦଳର ବୋଲରମାନେ ତାଙ୍କୁ ଆଉଟ୍ କରିବା ପାଇଁ ବହୁତ ଚେଷ୍ଟା କରୁଥିଲେ। ୨୦୦୪ ମସିହାରେ କଥା। ବ୍ରାଏନ୍ ଲାରା ଇଂଲଣ୍ଡ ବିପକ୍ଷ ଆଣ୍ଟିଗୁଆ ଟେଷ୍ଟ ମ୍ୟାଚରେ ଅପରାଜିତ ୪୦୦ ରନ୍ ସଂଗ୍ରହ କରିଥିଲେ, ଯାହାକି ବର୍ତ୍ତମାନ ମଧ୍ୟ ଏକ ବିଶ୍ୱ ରେକର୍ଡ ହୋଇ ରହିଛି।

Brian Lara

କୁହାଯାଏ ଯେ ସଚିନ ତେନ୍ଦୁଲକରଙ୍କ ମୋଟ ରନ୍ ରେକର୍ଡ, ଆଉ ସେହିପରି ବ୍ରାଏନ୍ ଲାରାଙ୍କ ଏହି ଗୋଟିଏ ରେକର୍ଡ ଭାଙ୍ଗିବା ଅନେକ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହା ଏକ ଚାଲେଞ୍ଜ। ତେବେ କ୍ରିକେଟ୍ ଦୁନିଆରେ ଏପରି ତିନି ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯେଉଁମାନେ ବ୍ରାଏନ୍ ଲାରାଙ୍କ ଏହି ରେକର୍ଡ ଭାଙ୍ଗି ପାରିବେ। ଆଉ ସେଥିରେ ଦୁଇ ଜଣ ଭାରତୀୟ ବି ସାମିଲ। 

୧) ଡେଭିଡ ୱାର୍ଣ୍ଣର :

Devid warner

ଏହି ତାଲିକାର ପ୍ରଥମ ନାମ ହେଉଛି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କର । କାରଣ ୨୦୧୯ ମସିହାରେ ୱାର୍ଣ୍ଣର ବ୍ରାଏନ ଲାରାଙ୍କ ଏହି ରେକର୍ଡ ଭାଙ୍ଗିବାକୁ ଅଳ୍ପ ଦୂରରେ ଥିଲେ। ଟେଷ୍ଟ କ୍ରିକେଟରେ ବ୍ରାଏନ ଲାରାଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସ୍କୋର ହେଉଛି ୪୦୦ ରନ। ତେବେ ୨୦୧୯ ମସିହାରେ ପାକିସ୍ତାନ ବିପକ୍ଷରେ ଡେଭିଡ ୱାର୍ଣ୍ଣର ଆଡିଲେଡରେ ଅପରାଜିତ ୩୩୫ ରନ ର ଏକ ଧମକେଦାର ପାରି ଖେଳିଥିଲେ। ଏହା ଥିଲା ୱାର୍ଣ୍ଣରଙ୍କର ପ୍ରଥମ ତ୍ରିଶତକ। ବ୍ରାଏନ ଲାରାଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ୱାର୍ଣ୍ଣର ମାତ୍ର ୬୫ ରନ୍ ଦୂରରେ ଥିଲେ । କିନ୍ତୁ ତତ୍କାଳୀନ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍ ପାଏନ୍ ୫୮୯ ରନ ରେ ଇନିଂସ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ନତୁବା ୱାର୍ଣ୍ଣର ସେହିଦିନ ହିଁ ବ୍ରାଏନ ଲାରାଙ୍କ ଏହି ରେକର୍ଡ ଭାଙ୍ଗି ଦେଇଥାନ୍ତେ। ଅବଶ୍ୟ, ଭବିଷ୍ୟତରେ, ୱାର୍ଣ୍ଣର ପୁଣି ଥରେ ୪୦୦ ରନ୍ କରିପାରିବେ ବୋଲି ଆଲୋଚନା ହେଉଛି। 

୨) ରୋହିତ ଶର୍ମା : 

Rohit

ଏହି ତାଲିକାର ଦ୍ଵିତୀୟ ନାମ ହେଉଛି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କର। ରୋହିତଙ୍କ ନିକଟରେ  ସାମର୍ଥ୍ୟ ଅଛି ଯେ ସେ ବ୍ରାଏନ ଲାରାଙ୍କ ଏହି ରେକର୍ଡକୁ ଭାଙ୍ଗି ତାଙ୍କ ନାମ କରିପାରିବେ। ରୋହିତ ଶର୍ମା ଏପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ତିନି ଶତକ ହାସଲ କରିଛନ୍ତି।  ଏଭଳି ପରିସ୍ଥିତିରେ, ରୋହିତ ଶର୍ମା ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି, ଯିଏ ଟେଷ୍ଟ କ୍ରିକେଟରେ ବ୍ରାଏନ୍ ଲାରାଙ୍କ ବ୍ୟକ୍ତିଗତ ଇନିଂସରେ ନିଜର ନାମ କରିପାରିବେ। କେବଳ ପ୍ରାର୍ଥନା କରିବା ଆବଶ୍ୟକ ଯେ ମଇଦାନରେ ତାଙ୍କ ବ୍ୟାଟ୍ ଭଲ ଚାଲିବା ଦରକାର।

୩) ରିଷଭ ପନ୍ତ :

Pant

ଏହି ତାଲିକାର ତୃତୀୟ ନାମ ହେଉଛି ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କର। ପନ୍ତ, ବ୍ରାଏନ୍ ଲାରାଙ୍କ ୪୦୦ ରନ୍ ରେକର୍ଡ ଭାଙ୍ଗି ପାରିବାର ସାମର୍ଥ ରଖନ୍ତି। କାରଣ ପନ୍ତ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍, ଯିଏକି ବ୍ୟାଟିଂ କରିବା ସମୟରେ ଦେଖନ୍ତି ନାହିଁ ଯେ, ସେ କେଉଁ ଫର୍ମାଟ ଖେଳୁଛନ୍ତି। ସେ ପ୍ରତ୍ୟେକ ଫର୍ମାଟରେ ବିସ୍ଫୋରକ  ଢଙ୍ଗରେ କ୍ରିକେଟ ଖେଳନ୍ତି। ନିଜର ଏହି ବିସ୍ଫୋରକ ସମାନ ଢଙ୍ଗର ବ୍ୟାଟିଂ ଶୈଳୀ ପାଇଁ ସେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ତେବେ ତାଙ୍କ ପାଇଁ ଏହା ସହଜ ହେବ ନାହିଁ, କାରଣ ଏପର୍ଯ୍ୟନ୍ତ ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ସକ୍ଷମ ହୋଇନାହାଁନ୍ତି। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମର ଆବଶ୍ୟକତା ପଡିବ ବୋଲି କ୍ରିକେଟ ପ୍ରଶଂସକ ଆଲୋଚନା କରୁଛନ୍ତି।