ଯୁବରାଜ୍ ସିଂଙ୍କ ୬ ବଲରେ ୬ ଟି ଛକା ର ରେକର୍ଡ କିଏ ଭାଙ୍ଗିବ ? ଉତ୍ତର ଦେଲେ ଇଶାନ୍ କିଶାନ୍

  1. Home
  2. Cric Special

ଯୁବରାଜ୍ ସିଂଙ୍କ ୬ ବଲରେ ୬ ଟି ଛକା ର ରେକର୍ଡ କିଏ ଭାଙ୍ଗିବ ? ଉତ୍ତର ଦେଲେ ଇଶାନ୍ କିଶାନ୍


କ୍ରିକେଟ୍ ଖବର : ନିକଟରେ ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟ୍ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚରାଯାଇଛି। କିଶାନ୍ ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ଆଜିକାଲି ସମସ୍ତଙ୍କ ଦୃଷ୍ଟି ଏହି ପ୍ଲେୟାରଙ୍କ ଉପରେ ଅଛି । କାହିଁକି ନା ଇଶାନ ଚଳିତ ଆଇପିଏଲ୍ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ବିକ୍ରି ହୋଇଛନ୍ତି।

ishan kishan

ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ଇଶାନ୍ କିଶାନ ଫର୍ମରେ ନ ଥିଲେ। କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ କିଶାନ ଫର୍ମକୁ ଫେରିପାରନ୍ତି ବୋଲି କ୍ରିକେଟପ୍ରେମୀ ଆଶା କରିଛନ୍ତି। କିନ୍ତୁ ଏହାପୂର୍ବରୁ, ଇଶାନ୍ କିଶାନ୍ ଏକ ସାକ୍ଷାତକାରରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ ? ଆଉ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଇଶାନ୍ କଣ କହିଛନ୍ତି।

ପ୍ରଶ୍ନ (୧) : ଇଶାନ କିଶନଙ୍କ ପ୍ରିୟ ବ୍ୟାଟ୍ସମ୍ୟାନ୍ କିଏ?

ବାମହାତୀ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କୁ ତାଙ୍କ ପ୍ରିୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ପଚରାଯାଇଥିଲା। ଆଉ ସେ ଏହି ପ୍ରଶ୍ନର ଉତ୍ତରର୍ ୱେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ ଖେଳାଳି ବ୍ରାଏନ୍ ଚାର୍ଲ୍ସ ଲାରାଙ୍କ ନାମ ନେଇଥିଲେ।  ଇଶାନ କହିଛନ୍ତି ଯେ, ଲାରା ତାଙ୍କ ଇନିଂସ ଆରମ୍ଭର ପ୍ରଥମ ବଲରୁ ହିଁ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ। ଲାରାଙ୍କ ମନୋଭାବ ଇଶାନ୍ କିଶାନଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଛି। ଇଶାନ୍ କିଶାନ୍ , ଲାରାଙ୍କ ଷ୍ଟାଇଲିସ୍ ବ୍ୟାଟିଂରେ ମଧ୍ୟ ଖୁବ୍ ପ୍ରଭାବିତ ହୋଇଛନ୍ତି। 

ପ୍ରଶ୍ନ (୨) : କିଏ ଭାଙ୍ଗିବେ ଯୁବରାଜଙ୍କର ୬ ବଲରେ ୬ ଛକା ରେକର୍ଡ ? 

୨୦୦୭ ମସିହାର ଟି-୨୦ ବିଶ୍ୱକପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ , ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କର ଏକ ଓଭରରେ ୬ଟି ଛକା ମାରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଏକ ଭିନ୍ନ ରେକର୍ଡ ହୋଇ ରହିଛି। ତେବେ ସାକ୍ଷାତକାର ସମୟରେ ଯେତେବେଳେ ଇଶାନ କିଶାନଙ୍କୁ ପଚରାଯାଇଥିଲା ଯେ ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଇଶାନ୍ କିଶାନଙ୍କ ମଧ୍ୟରେ କିଏ ଯୁବରାଜ ସିଂଙ୍କ ଏହି ଅନନ୍ୟ ରେକର୍ଡ ଭାଙ୍ଗିବେ ? ଆଉ ଏହାର ଉତ୍ତରରେ ଇଶାନ କହିଛନ୍ତି ଯେ, ଆମେ ତିନିଜଣ ଯୁବରାଜଙ୍କର ରେକର୍ଡ଼ ଭାଙ୍ଗିପାରିବୁ। କିନ୍ତୁ ମୁଁ ଭାବୁଛି ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଏହି ରେକର୍ଡ ଭାଙ୍ଗିବେ କାରଣ ସେ ବହୁତ ଶକ୍ତିଶାଳୀ ଏବଂ ସେ ଯେକୌଣସି ଗ୍ରାଉଣ୍ଡରେ ଛକା ମାରିବାରେ ଉସ୍ତାତ୍। 

ପ୍ରଶ୍ନ (୩) : କେଉଁ ବୋଲରଙ୍କ ବୋଲିଂ ଆଗରେ ଇଶାନ କିଶାନ୍ ଭୟଭୀତ ହୁଅନ୍ତି ?

ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଇଶାନ୍ କହିଛନ୍ତି ଯେ, ଜୋଫ୍ରା ଆର୍ଚ୍ଚର। ଜୋଫ୍ରାଙ୍କର ବୋଲିଂ ଆଗରେ ମୁଁ ଖେଳିବା ପାଇଁ ବହୁତ କଷ୍ଟ ଅନୁଭବ କରେ। ମୋତେ ତାଙ୍କ ବୋଲିଂ ଶୈଳୀ ଅଧିକ ଭୟଭୀତ କରାଏ।  ତାଙ୍କର ବୋଲିଂରେ ଗତି ଅଛି ଏବଂ ଅନ୍ୟ ବୋଲରଙ୍କ ଅପେକ୍ଷା ଅଧିକ ବାଉନ୍ସ ବୋଲିଂ ସେ କରନ୍ତି।

ପ୍ରଶ୍ନ (୪) : ଏମଏସ ଧୋନିଙ୍କ ପ୍ରଭାବ ଇଶାନଙ୍କ ଜୀବନରେ ପଡିଛି କି ? 

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ଇଶାନ କିଶାନ୍ ଝାଡଖଣ୍ଡର ରାଞ୍ଚିର ବାସିନ୍ଦା ଅଟନ୍ତି। ଜଣେ କ୍ରିକେଟର ଭାବରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ସମାନତା ହେଉଛି ଉଭୟେ ଆକ୍ରମଣାତ୍ମକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍।  ଇଶାନ କିଶନଙ୍କ କ୍ୟାରିୟର ଏବଂ ଜୀବନ ଉପରେ ଏମଏସ ଧୋନିଙ୍କର ଏକ ବିଶେଷ ପ୍ରଭାବ ରହିଛି |  ଏହି ବିଷୟରେ, ଇଶାନ୍ ଏହା କହିଛନ୍ତି ଯେ,ମାହି ଭାଇ ଜଣେ ଶାନଦାର୍ ବ୍ୟକ୍ତି ଅଟନ୍ତି। ସେ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରୁହନ୍ତି। ସେ ଆମ ସମସ୍ତଙ୍କର ଯତ୍ନ ନିଅନ୍ତି। ଯେତେବେଳେ ଆମେ ନେଟ୍ସକୁ ପ୍ରାଟିସ୍ ପାଇଁ ଯାଉଥିଲୁ, ସେ ଆମକୁ ଗାଇଡ଼ କରୁଥିଲେ। ତେଣୁ ମୁଁ ଜଣେ ଯୁବ ଖେଳାଳି ହୋଇଥିବାରୁ ତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି।