T20 WC 2022: ଏହି 4 ଜଣ ବ୍ୟାଟ୍ସମ୍ୟାନ୍ ଚଳିତବର୍ଷ ଟୁର୍ନାମେଣ୍ଟରେ ମାରିପାରନ୍ତି ସର୍ବାଧିକ ଛକା, ଲିଷ୍ଟରେ ଜଣେ ଭାରତୀୟ ସାମିଲ୍

  1. Home
  2. Cric Special

T20 WC 2022: ଏହି 4 ଜଣ ବ୍ୟାଟ୍ସମ୍ୟାନ୍ ଚଳିତବର୍ଷ ଟୁର୍ନାମେଣ୍ଟରେ ମାରିପାରନ୍ତି ସର୍ବାଧିକ ଛକା, ଲିଷ୍ଟରେ ଜଣେ ଭାରତୀୟ ସାମିଲ୍


କ୍ରିକେଟ ଖବର : କ୍ରିକେଟ୍ ର ଫଟାଫଟ ଫର୍ମାଟ ହେଉଛି ଟି-20 ଫର୍ମାଟ। ଏହି ଫର୍ମାଟରେ ବିପକ୍ଷ ଦଳର ବୋଲରଙ୍କୁ ବ୍ୟାଟ୍ସମ୍ୟାନମାନେ ଖୁବ୍ ଧୁଲାଇ କରନ୍ତି। ଅନେକ ଛକା ଆଉ ଚୌକା ଏହି ଟି-20 ଫର୍ମାଟରେ ଦେଖିବାକୁ ମିଳିଥାଏ। ତେବେ ଟି -20 ବିଶ୍ୱକପ 2022 ମଧ୍ୟ ଆରମ୍ଭ ହୋଇଛି। ଆଜିର ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ ସେହି 4 ଜଣ ବ୍ୟାଟ୍ସମ୍ୟାନଙ୍କ ନାମ କହିବୁ, ଯେଉଁମାନେ ଚଳିତବର୍ଷ ହେଉଥିବା ବିଶ୍ୱକପ୍‌ରେ ସର୍ବାଧିକ ଛକା ମାରି ପାରିବେ।

1) ଜୋସ୍ ବଟଲର୍ :

jos-buttler

ଇଂଲଣ୍ଡ କ୍ରିକେଟ୍ ଦଳର ଅଧିନାୟକ ଜୋସ୍ ବଟଲର୍ ମଧ୍ୟ ଟି -20 ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣରେ ଅତି ସହଜରେ ସର୍ବାଧିକ ଛକା ମାରି ପାରିବେ। ବଟଲର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯିଏ ତାଙ୍କ ଦଳ ପାଇଁ ମଧ୍ୟ ଓପେନିଂ କରନ୍ତି। ଟି -20 ଇଣ୍ଟରନ୍ୟାସନାଲରେ 97 ଟି ମ୍ୟାଚରେ ବଟଲର 101ଟି ଛକା ମାରିଛନ୍ତି। ତାଙ୍କ କ୍ୟାରିୟର ଆରମ୍ଭରେ ବଟଲର ମଧ୍ୟମକ୍ରମରେ ବ୍ୟାଟିଂ କରୁଥିଲେ।

2) ରୋହିତ ଶର୍ମା :

rohit sharma statement after ind vs aus 1st t20 match

ଭାରତୀୟ ଦଳର କ୍ୟାପଟେନ ରୋହିତ ଶର୍ମା ହିଟମ୍ୟାନ୍ ଭାବରେ ଜଣାଶୁଣା। ବଡ଼ ଗ୍ରାଉଣ୍ଡରେ ମଧ୍ୟ ସହଜରେ ଛକା ମାରିବା ପାଇଁ ରୋହିତ ଜଣାଶୁଣା। ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ନାମରେ ଟି -20 ଇଣ୍ଟରନ୍ୟାସନାଲରେ ମୋଟ 178 ଟି ଛକା ମାରିବାର ରେକର୍ଡ ରହିଛି। ସେଥିପାଇଁ ତ ଅଷ୍ଟ୍ରେଲିଆରେ ହେଉଥିବା ଟି -20 ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣରେ ଅତି ସହଜରେ ସେ ସର୍ବାଧିକ ଛକା ମାରି ପାରିବେ।

3) ଲିଆମ୍ ଲିଭିଙ୍ଗଷ୍ଟୋନ୍ :

liam livingstone

ମଧ୍ୟମକ୍ରମରେ ଇଂରାଜୀ ବ୍ୟାଟ୍ସମ୍ୟାନ୍ ଲିଭିଙ୍ଗଷ୍ଟୋନ୍ ବିସ୍ଫୋରକ ଢଙ୍ଗରେ ଖେଳନ୍ତି। ଲିଭିଙ୍ଗଷ୍ଟୋନ୍ ସିକ୍ସ ହିଟିଂ ମେସିନ୍ ଭାବରେ ମଧ୍ୟ ଜଣାଶୁଣା। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରୁଥିବା ବେଳେ ବଲକୁ ଗ୍ରାଉଣ୍ଡର ଯେକୌଣସି କୋଣକୁ ପଠାଇବାର ଶକ୍ତି ରଖନ୍ତି। ଲିଭିଙ୍ଗଷ୍ଟୋନ୍ ମଧ୍ୟମ ଅର୍ଡରର ବ୍ୟାଟର୍ ହୋଇଥିଲେ ମଧ୍ୟ ଆମର ତାଲିକାରେ ସେ ଅଛନ୍ତି। 

4) ଟିମ୍ ଡେଭିଡ୍ :

tim david

26 ବର୍ଷୀୟ ଟିମ୍ ଡେଭିଡ୍ କୌଣସି ପରିଚୟ ଆବଶ୍ୟକ କରନ୍ତି ନାହିଁ। ଡେଭିଡ ଅତୀତରେ ସାରା ବିଶ୍ୱରେ କ୍ରିକେଟ୍ ଖେଳି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଟିମ୍ ଏପର୍ଯ୍ୟନ୍ତ ଟି-20 ଇଣ୍ଟରନ୍ୟାସନାଲରେ ମୋଟ 19 ଟି ମ୍ୟାଚ୍ ଖେଳିଛନ୍ତି। ଏହି କ୍ଷୁଦ୍ର କ୍ୟାରିୟରରେ ଟିମ ଡେଭିଡଙ୍କ ବ୍ୟାଟରୁ 31 ଟି ଛକା ବାହାରିଛି। ସେ ଆଇପିଏଲରେ 9 ଟି ମ୍ୟାଚରେ 16 ଟି ଛକା ମାରିଛନ୍ତି।