ଦେଖନ୍ତୁ VIDEO: T20 World Cup 2022 ସମୟରେ ଟିମ୍ ଇଣ୍ଡିଆ ପିନ୍ଧିବ ଅଲଗା ଅଲଗା ଜର୍ସି, MPL ରିଲିଜ୍ କଲା ଟିଜର

କ୍ରିକେଟ ଖବର : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଟୁର୍ନାମେଣ୍ଟ 16 ଅକ୍ଟୋବରରୁ ଆରମ୍ଭ ହେବ। ଏଥିସହିତ ଟି-20 ବିଶ୍ୱକପ ସମୟରେ ଭାରତୀୟ ଦଳର ଖେଳାଳିମାନେ ଏକ ଭିନ୍ନ ଜର୍ସିରେ ନଜର ଆସିବେ। ଭାରତୀୟ କ୍ରିକେଟ୍ ଦଳର କିଟ୍ ଅଫିସିଆଲ୍ ପାର୍ଟନର ଏମପିଏଲ୍ ସ୍ପୋର୍ଟସ୍ ଏହି ନୂଆ ଜର୍ସିର ଟିଜର ଲଞ୍ଚ କରିଛି। ତେବେ ଦଳର ନୂଆ ଜର୍ସି ପାଇଁ ଭାରତୀୟ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।
ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସିର ଟିଜର ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି କରୁଛି। ଏହି ନୂଆ ଜର୍ସିରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶ୍ରେୟସ୍ ଆୟର ମଧ୍ୟ ନଜର ଆସିଛନ୍ତି। ଏହି ସମୟରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ପ୍ରଶଂସକମାନେ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ପ୍ରଶଂସକମାନେ ଏହି ଖେଳକୁ ମଜାଳିଆ କରନ୍ତି।
ଟି -20 ବିଶ୍ୱକପ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଭାଇସ୍-କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ (wk), ଦୀନେଶ କାର୍ତ୍ତିକ (wk), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ।
ଦେଖନ୍ତୁ ଭିଡ଼ିଓ:
The game is not really the same without you guys cheering us on!
— MPL Sports (@mpl_sport) September 13, 2022
Show your fandom along with @BCCI for the game by sharing your fan moments on https://t.co/jH9ozOU1e9#MPLSports #IndianCricketTeam #ShareYourFanStories #CricketFandom #loveforcricket #cricket pic.twitter.com/VObQ3idfUz