"ବିଶ୍ୱକପ ଜିତିବାକୁ ହେଲେ ଏହି ବିସ୍ଫୋରକ ଅଲରାଉଣ୍ଡରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କର" ଜାଣନ୍ତୁ ସୁନୀଲ୍ ଗାଭାସ୍କର କଣ କହିଲେ

  1. Home
  2. Cric Special

"ବିଶ୍ୱକପ ଜିତିବାକୁ ହେଲେ ଏହି ବିସ୍ଫୋରକ ଅଲରାଉଣ୍ଡରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କର" ଜାଣନ୍ତୁ ସୁନୀଲ୍ ଗାଭାସ୍କର କଣ କହିଲେ


କ୍ରିକେଟ୍ ଖବର : ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଅଲରାଉଣ୍ଡର ଅଭାବ ପଡିଛି। ଭାରତୀୟ ଦଳରେ ଅନେକ ଅଲରାଉଣ୍ଡର ଅଛନ୍ତି ସତ, କିନ୍ତୁ କେହି ବି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ପାରୁ ନାହାନ୍ତି। ଆଉ ଭାରତୀୟ ଦଳରେ ଅଲରାଉଣ୍ଡରଙ୍କ ଅଭାବକୁ ଦୃଷ୍ଟିରେ ରଖି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।

ଗାଭାସ୍କରଙ୍କ ଅନୁଯାୟୀ, ଅଲରାଉଣ୍ଡର ଅଭାବରୁ ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନ ପ୍ରଦର୍ଶନ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଦଳରେ ଅନେକ ଅଲରାଉଣ୍ଡଙ୍କୁ ସାମିଲ କରାଯାଇଛି, କିନ୍ତୁ କେହି ବି ମ୍ୟାଚ୍ ବିଜେତା ଖେଳ ଖେଳି ପାରି ନାହାନ୍ତି।

Pandya and rishhi

ଏହି କାରଣରୁ, ବର୍ତ୍ତମାନ ସୁନୀଲ ଗାଭାସ୍କର ଦଳରେ ଜଣେ ଶ୍ରେଷ୍ଠ ଅଲରାଉଣ୍ଡରଙ୍କୁ ସ୍ଥାନ ଦେବା ପାଇଁ କହିଛନ୍ତି। ଆଉ ଏହି ଖେଳାଳିଙ୍କ ନାମ ରିଷି ଧାୱନ। ଏହି ଖେଳାଳି ହିମାଚଳ ପ୍ରଦେଶର ଅଟନ୍ତି। ସେ ୨୦୧୬ ମସିହାରେ  ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଥର ଖେଳିଥିଲେ।  ଏକ ସାକ୍ଷାତକାରରେ କଥାବାର୍ତ୍ତା ସମୟରେ ସୁନୀଲ ଗାଭାସ୍କର ଏହା କହିଛନ୍ତି। 

Sunil and rishi

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭାବ କେବଳ ରିଷି ଧାୱନ ହିଁ ପୁରଣ କରିପାରିବେ। ତାଙ୍କୁ ଦଳରେ ସାମିଲ କରାଯାଉ। ରିଷି ଧାୱନ ପୂର୍ବରୁ ମଧ୍ୟ ଭାରତ ପାଇଁ ଖେଳିଛନ୍ତି, ବୋଧହୁଏ ୫-୬ ବର୍ଷ ପୂର୍ବେ ସେ ଭାରତ ପାଇଁ ଖେଳିଥିଲେ ବୋଲି କହିଛନ୍ତି ଗାଭାସ୍କର। ତେବେ ବର୍ତ୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ରିଷି ଧାୱନ ଉତ୍ତମ ପ୍ରଦର୍ଶନ କରିଛନ୍ତି। ତେଣୁ ରିଷିଙ୍କର ବିଜୟ ହଜାରେ ଟ୍ରଫିରେ ଉତ୍ତମ ଖେଳ ପ୍ରଦର୍ଶନକୁ ଦେଖି ଗାଭାସ୍କର ଏହି ମନ୍ତବ୍ୟ ଦେଇଛନ୍ତି।