ଧୋନୀଙ୍କ ସହ ରିଷଭ ପନ୍ତଙ୍କର ହେଉଛି ତୁଳନା, ଆସନ୍ତୁ ଜାଣିବା 27ଟି ODI ମ୍ୟାଚ ପରେ କିଏ କିଏ ଅଛି ଆଗରେ

  1. Home
  2. Cric Special

ଧୋନୀଙ୍କ ସହ ରିଷଭ ପନ୍ତଙ୍କର ହେଉଛି ତୁଳନା, ଆସନ୍ତୁ ଜାଣିବା 27ଟି ODI ମ୍ୟାଚ ପରେ କିଏ କିଏ ଅଛି ଆଗରେ

Rishabh-Pant-dhoni-comparison


କ୍ରିକେଟ୍ ଖବର : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିଣ୍ଣାୟକ ଦିନିକିଆ ମୁକାବିଲାରେ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଏହି ଶତକ ବଳରେ ଟିମ ଇଣ୍ଡିଆ ଇଂଲଣ୍ଡରେ ଦିନିକିଆ ସିରିଜ ଜିତିବାରେ ସଫଳ ହୋଇଥିଲା । ଏହି ବିସ୍ଫୋରକ ବ୍ୟାଟିଂ ପରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀଙ୍କ ସହ  ରିଷଭଙ୍କୁ ତୁଳନା କରାଯାଉଛି।

ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ୱାନଡେ ମୁକାବିଲାରେ ଯେଉଁଁଠି ଇଂଲଣ୍ଡ ଦେଇଥିବା ବିଜୟ ଲକ୍ଷ୍ୟ ପୁରା କରିବାରେ ଟିମ ଇଣ୍ଡିଆର ସଲାମୀ ବ୍ୟାଟସମ୍ୟାନ ପୁଣିଥରେ ନିରାଶଜନକ ପ୍ରଦର୍ଶନ କରୁଥିଲା ସେତେବେଳେ ରିଷଭ ପନ୍ତ ନିଜ ଟିମର ମଙ୍ଗକୁ ସମ୍ଭାଳିଥିଲେ । ସେ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ୧୨୫ ରନ କରି ନଟଆଉଟ ରହିଥିଲେ । ଏହି ଆକ୍ର୍ରାମକ ବ୍ୟାଟିଂ କାରଣରୁ ତାଙ୍କୁ ଧୋନୀଙ୍କ ସହ ତୁଳନା କରାଯାଉଛି। 

27ଟି ODI ମ୍ୟାଚ ପରେ କିଏ କିଏ ଅଛି ଆଗରେ:

ଟିମ ଇଣ୍ଡିଆର ଏହି ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷରେ ନିଜର ୱାନଡେ କ୍ରିକେଟ କ୍ୟାରିୟରର ଡେବ୍ୟୁ ଶତକ କରିଛନ୍ତି । ସେ ନିଜର ୨୭ତମ ମ୍ୟାଚରେ ଏହି ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ରିଷଭଙ୍କ ନାମରେ ୫ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ଅନ୍ୟପକ୍ଷରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ଏମ.ଏସ.ଧୋନୀ ୨୩ ବର୍ଷ ବୟସରେ ନିଜର ଡେବ୍ୟୁ ୱାନଡେ ଖେଳିଥିଲେ । 

ms dhoni

ଧୋନୀ ନିଜର ୨୭ତମ ୱାନଡେର ୨୫ତମ ପାଳିରେ ୮୮୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ  ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଧୋନି ପାକିସ୍ତାନ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ।  ତାଙ୍କର ସର୍ବାଧିକ ODI ସ୍କୋର ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ୍ ରହିଛି।