IPL ବେଳେ RR ମାଲିକ ରସ ଟେଲରଙ୍କୁ ଏକା ଡାକି ମାରିଥିଲେ ଚାପୁଡ଼ା, ଟେଲର ଲଗାଇଲେ ଗମ୍ଭୀର ଆରୋପ

  1. Home
  2. Cric Special

IPL ବେଳେ RR ମାଲିକ ରସ ଟେଲରଙ୍କୁ ଏକା ଡାକି ମାରିଥିଲେ ଚାପୁଡ଼ା, ଟେଲର ଲଗାଇଲେ ଗମ୍ଭୀର ଆରୋପ


କ୍ରିକେଟ୍ ଖବର : ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର ଇଣ୍ଡିଆନ ପ୍ରିମିୟର ଲିଗ୍ ବିଷୟରେ କିଛି ଖୁଲାସା କରିଛନ୍ତି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ ସହିତ ତାଙ୍କ କାର୍ଯ୍ୟକାଳ ସମୟରେ ଘଟିଥିବା ଏକ ଅଜବ ଘଟଣା ସେ ପ୍ରକାଶ କରିଛନ୍ତି । ଟେଲର ୨୦୧୧ ରେ ରାଜସ୍ଥାନ ରୟାଲ୍ସ ସହିତ ଖେଳୁଥିଲେ। 

ସେ ମାତ୍ର ଏକ ବର୍ଷ ପାଇଁ ଫ୍ରାଞ୍ଚାଇଜ୍ ସହିତ ଥିଲେ ଏବଂ ବ୍ୟାଟିଂ ସହିତ ପ୍ରକୃତରେ ଅଧିକ ପ୍ରଭାବ ପକାଇ ନ ଥିଲେ। ଏହି ବର୍ଷ ସେ ରାଜସ୍ଥାନ ରୟାଲର୍ସ ପାଇଁ ୧୨ ଟି ମ୍ୟାଚରେ ସେ ୧୧୯ ର ଷ୍ଟ୍ରାଇକ୍ ହାରରେ ମାତ୍ର ୧୮୧ ରନ୍ ସ୍କୋର କରିଥିଲେ । ଏହି ସମୟରେ ତାଙ୍କ ବିରୋଧରେ ହୋଇଥିବା ଅତ୍ୟାଚାରକୁ ରସ ଟେଲର ବର୍ତ୍ତମାନ ପ୍ରକାଶ କରିଛନ୍ତି। 

ରାସ ଟେଲର ନିଜର ଆତ୍ମଜୀବନୀ 'ବ୍ଲାକ ଆଣ୍ଡ ୱାଇଟ"ରେ ପ୍ରକାଶ କରିଛନ୍ତି:

ନ୍ୟୁଜିଲ୍ୟାଣ୍ଡର କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରାସ ଟେଲର ନିଜର ଆତ୍ମଜୀବନୀ 'ବ୍ଲାକ ଆଣ୍ଡ ୱାଇଟ"ରେ ପ୍ରକାଶ କରିଛନ୍ତି ଯେ, ଆଇପିଏଲ୍ ମ୍ୟାଚ୍ ସମୟରେ ଖାତା ଖୋଲି ନ ଥିବାରୁ ରାଜସ୍ଥାନ ରୟାଲ୍ସ ମାଲିକ ତାଙ୍କୁ ଚାପୁଡ଼ା ମାରିଥିଲେ । ସେ କହିଛନ୍ତି ଯେ ଚାପୁଡ଼ା ଅତ୍ୟଧିକ ଜୋରରେ ନଥିଲା, କିନ୍ତୁ ଦଳର ମାଲିକ ଏହାକୁ ଥଟ୍ଟାରେ କରିଥିବାର ସେ ନିଶ୍ଚିତ ନୁହଁନ୍ତି।

ross_taylor_rr

ରସ ଟେଲର ଲେଖିଛନ୍ତି, ୧୯୫ ରନ୍ ପଛରେ ଗୋଡ଼ାଇ ମୁଁ ଶୂନ ରନରେ ଆଉଟ ହୋଇଯାଇଥିଲି ଏବଂ ଆମେ ଟାର୍ଗେଟର ନିକଟତର ହୋଇପାରିଲୁ ନାହିଁ। ଏହା ପରେ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ହୋଟେଲର ଉପର ମହଲାରେ ଥିବା ବାରରେ ଥିଲେ। ଦଳର ଜଣେ ମାଲିକ ମୋତେ କହିଥିଲେ, ରସ ଆମେ ଆପଣଙ୍କୁ ଜିରୋରେ ଆଉଟ ହେବା ପାଇଁ ମିଲିୟନ ଡଲାର ଦେଇନାହୁଁ ଏବଂ ମୋତେ ତିନି କିମ୍ବା ଚାରିଥର ଚାପୁଡ଼ା ମାରିଥିଲେ । ସେ ଏହି ଆତ୍ମଜୀବନୀରେ ଆହୁରି ଲେଖିଛନ୍ତି, “ସେ ହସୁଥିଲେ ଏବଂ ସେ ଜୋରରେ ଚାପୁଡ଼ା ମାରି ନଥିଲେ କିନ୍ତୁ ମୁଁ ନିଶ୍ଚିତ ନୁହେଁ ଯେ ଏହା ଥଟ୍ଟାରେ କରାଯାଇଥିଲା।