ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ବଡ଼ ଦାବି, "ବିରାଟଙ୍କ ଠାରୁ ମୁଁ ଭଲ ଖେଳେ, ମୋର ସ୍ଥାନ ଏକ ନମ୍ବର୍"

  1. Home
  2. Cric Special

ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ବଡ଼ ଦାବି, "ବିରାଟଙ୍କ ଠାରୁ ମୁଁ ଭଲ ଖେଳେ, ମୋର ସ୍ଥାନ ଏକ ନମ୍ବର୍"


କ୍ରିକେଟ ଖବର: ବିଶ୍ୱ କ୍ରିକେଟ୍‌ରେ ଏହି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍‌ ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ଗତ କିଛି ଦିନ ଧରି ସେ ଫର୍ମରେ ନ ଥିଲେ, କିନ୍ତୁ ବର୍ତ୍ତମାନ ଏସିଆ କପ୍ ପରଠାରୁ ବିରାଟଙ୍କ ବ୍ୟାଟ୍‌ ଏବେ ଫୁଲ୍‌ ପର୍ମକୁ ଫେରିଛି। ବିରାଟଙ୍କ ବ୍ୟାଟ୍‌ରୁ ଏବେ ପୁଣି ରନ୍‌ ବର୍ଷା ହେଉଛି। ଯାହାକି ଭାରତ କ୍ରିକେଟ୍‌ ପାଇଁ ଏକ ଶୁଭ ସଙ୍କେତ। 

ଗୋଟିଏ ପଟେ ବିରାଟଙ୍କୁ ଏହି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କୁ ନେଇ ଜଣେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ ଦେଇଛନ୍ତି ନାକାରାତ୍ମକ ବୟାନ। ସେ କହିଛନ୍ତି ବିରାଟ ନୁହେଁ ମୁଁ ହେଉଛି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ବିରାଟ୍ କୋହଲି ଲଗାତର ତିନି ବର୍ଷ ହେବ ଫର୍ମରେ ନଥିଲେ। ରନ୍‌ ମେସିନ ବିରାଟ, ଯେମିତିକି ପୁରା ଧିମା ପଡ଼ିଯାଇଥିଲେ। 

ତେବେ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମୁକାବିଲାରେ ବିରାଟଙ୍କ ବ୍ୟାଟ୍‌ରୁ ଶତକ ଦେଖିବାକୁ ମିଳିଥିଲା। ଏହାପରେ ବିରାଟ ଆଉ ପଛକୁ ଫେରି ନାହାନ୍ତି। ସେବେଠାରୁ ବିରାଟ ଧିରେ ଧିରେ ଫର୍ମକୁ ଫେରିବାକୁ ଲାଗିଲେ। ଆଉ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ରନ୍‌ ମେସିନ୍‌ ବିରାଟ। ଗତ ୭ଟି ଦିନିକିଆରେ ସେ ୩ଟି ଶତକ ହାସଲ କରିଛନ୍ତି। ଆଉ ମାତ୍ର ତିନୋଟି ଶତକ ହାସଲ କରିବା ପରେ ସେ ସଚିନଙ୍କ ଦିନିକିଆ ଶତକ ରେକର୍ଡ ଭାଙ୍ଗିବେ। ଯାହାକି ଖୁବ୍‌ଶୀଘ୍ର ପୁରଣ ହେବ ବୋଲି ବିରାଟଙ୍କ ଫ୍ୟାନ୍ସ ଆଶା ରଖିଛନ୍ତି। 

ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବିରାଟଙ୍କ ସହ ନିଜକୁ କଲେ ତୁଳନା:

Khurram Manzoor Virat Kohli

ପାକିସ୍ତାନର ଜଣେ ଭେଟରାନ ବ୍ୟାଟ୍ସମ୍ୟାନ୍‌ ଦାବି କରିଛନ୍ତି ଯେ, ସେ ବିରାଟଙ୍କଠାରୁ ବଡ଼ ବ୍ୟାଟ୍ସମ୍ୟାନ୍‌। ତାଙ୍କ ରେକର୍ଡ ବିରାଟଙ୍କଠାରୁ ଖୁବ୍‌ ଭଲ। ଖୁରାମ ମଞ୍ଜୁର, ଯିଏ କି ୧୬ଟି ଟେଷ୍ଟ, ୭ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ସେ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ, ତାଙ୍କ କ୍ୟାରିୟର ବିରାଟଙ୍କଠାରୁ ଖୁବ୍ ଭଲ। ସେ ବିରାଟଙ୍କଠାରୁ ଭଲ ବ୍ୟାଟ୍ସମ୍ୟାନ୍‌। ଶେଷଥର ପାଇଁ ୨୦୧୬ରେ ମଞ୍ଜୁର ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେ କହିଛନ୍ତି ନିଜକୁ କୋହଲିଙ୍କ ସହ ତୁଳନା କରିବା ମୋର ଉଦେଶ୍ୟ ନୁହେଁ। କିନ୍ତୁ ମୁଁ ବି ଚାହେଁ ଡୋମେଷ୍ଟିକ୍‌ ମ୍ୟାଚ୍‌ରେ ମୋର ଦକ୍ଷତା ଅନ୍ୟମାନେ ଜାଣନ୍ତୁ। 

ସେ କହିଛନ୍ତି ଯେ, 'ମୁଁ ନିଜକୁ କୋହଲିଙ୍କ ସହ ତୁଳନା କରୁନାହିଁ। ଦିନିକିଆରେ ଯେଉଁ ଟପ୍‌ ଟେନ୍‌ ବ୍ୟାଟ୍ସମ୍ୟାନ୍‌ଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ମୋ ନାଁ ସବୁଠାରୁ ଆଗରେ ରହିବା କଥା। ମୁଁ ବିଶ୍ୱରେ ନମ୍ବର ୱାନ୍‌। କୋହଲି ମୋ ପଛରେ। ସେ ପ୍ରତି ୬ଟି ଇନିଂସରେ ଶତକ ହାସଲ କରିଛନ୍ତି। ଆଉ ମୁଁ ପ୍ରତି ୫.୬୮ ଇନିଂସରେ ଶତକ ହାସଲ କରିଛି। ଏହା ଏକ ବିଶ୍ୱ ରେକର୍ଡ। ଗତ ୧୦ ବର୍ଷ ମଧ୍ୟରେ ମୋର ଆଭରେଜ୍‌ ରନ୍‌ ରେଟ୍‌ ରହିଛି ୫୩। ଆଉ ମୁଁ ବିଶ୍ୱରେ ୫ ନମ୍ବର।" ୩୬ ବର୍ଷିୟ ଏହି ବ୍ୟାଟ୍ସମ୍ୟାନ୍‌ କହିଛନ୍ତି ଯେ, ଡୋମେଷ୍ଟିକ୍‌ କ୍ରିକେଟ୍‌ରେ ଲଗାତାର ସ୍ଥିର ଫର୍ମରେ ରହିଥିଲେ ସୁଦ୍ଧା ତାଙ୍କୁ ଜାତୀୟ ଚୟନକର୍ତ୍ତାମାନେ ଗୁରୁତ୍ୱ ଦେଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ICC ODI Ranking: ମହମ୍ମଦ ସିରାଜ ହେଲେ ବିଶ୍ୱର ଏକ ନମ୍ବର ODI ବୋଲର୍, ଦେଖନ୍ତୁ ICC Ranking