କୋହଲି ଏବଂ ରବି ଶାସ୍ତ୍ରୀ କରୁଥିଲେ କେରିଅର ବର୍ବାଦ ମାତ୍ର ରୋହିତ ଏହି ଘାତକ ଖେଳାଳିଙ୍କୁ ପୁଣି ଦେଲେ ସୁଯୋଗ

  1. Home
  2. Cric Special

କୋହଲି ଏବଂ ରବି ଶାସ୍ତ୍ରୀ କରୁଥିଲେ କେରିଅର ବର୍ବାଦ ମାତ୍ର ରୋହିତ ଏହି ଘାତକ ଖେଳାଳିଙ୍କୁ ପୁଣି ଦେଲେ ସୁଯୋଗ


କ୍ରିକେଟ ଖବର : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସବୁଠୁ ବଡ ମ୍ୟାଚ୍ ବିଜେତା ଖେଳାଳି ପାଇଛି, ଯିଏକି ରୋହିତଙ୍କୁ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ ରେ ବିଜୟ ପ୍ରଦାନ କରୁଛନ୍ତି। ଯେତେବେଳେ ବି ଏହି ଖେଳାଳୀ ପିଚ୍‌ରେ ପାଦ ରଖନ୍ତି, ତାଙ୍କ ବ୍ୟାଟିଂ ସହିତ ଟିମ୍ ଇଣ୍ଡିଆ ମଧ୍ୟ ହାରିବାକୁ ଥିବା ମ୍ୟାଚ ବି ଜିତିଯାଇଛି। ଏହି ଖେଳାଳିଙ୍କ ରୂପରେ, ଟିମ୍ ଇଣ୍ଡିଆ ମଧ୍ୟ ଏକ ନୂତନ ମ୍ୟାଚ୍ ବିଜେତା ପାଇଛି, ଯାହାକି ବର୍ଷ ବର୍ଷ ଧରି ସନ୍ଧାନ ଚାଲିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଗ୍ରହଣ କରିବା ପୂର୍ବରୁ ଯେତେବେଳେ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟରେ ଶାସନ କରୁଥିଲେ, ସେତେବେଳେ ଏହି ଖେଳାଳିଙ୍କ କ୍ୟାରିୟର ପ୍ରାୟ ନଷ୍ଟ ହୋଇଯାଇଥିଲା। କିନ୍ତୁ ରୋହିତ ବର୍ତ୍ତମାନ ଏହି ଖେଳାଳିଙ୍କର କ୍ୟାରିୟର ବଞ୍ଚାଇ ଦେଇଛନ୍ତି । ଆଉ ତାଙ୍କୁ ଅନେକ ସୁଯୋଗ ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଏହି ଖେଳାଳି ମଧ୍ୟ ସୁଯୋଗର ସଦୁପଯୋଗ କରିବାରେ ଟିକେ ବି ଅବହେଳା କରିନାହାନ୍ତି। 

ଅଧିନାୟକତ୍ୱ ଗ୍ରହଣ କରିବା ପରେ ରୋହିତ ଶର୍ମା ଏହି ଖେଳାଳିଙ୍କୁ କ୍ରମାଗତ ଭାବରେ ସୁଯୋଗ ଦେବା ଆରମ୍ଭ କରିଛନ୍ତି ଏବଂ ଏହି ବିସ୍ଫୋରକ କ୍ରିକେଟର ପ୍ରତ୍ୟେକ ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରୁଛନ୍ତି। ଆଉ ଏହି ନୂତନ ମ୍ୟାଚ୍ ବିଜେତାଙ୍କର ନାମ ହେଉଛି ଶ୍ରେୟସ୍ ଆୟର। ଆଜିକାଲି ଶ୍ରେୟାସ୍ ଆୟର ନିଜର ଖେଳ ବିସ୍ଫୋରକ ଢଙ୍ଗରେ ଖେଳୁଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଖେଳି ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ବିରାଟଙ୍କର ରେକର୍ଡକୁ ବି ସେ ଭାଙ୍ଗିଛନ୍ତି। 

Virat and iyer

ନମ୍ବର ୫ରେ ତାଙ୍କ ସ୍ଥାନକୁ ପକ୍କା କରିବା ପାଇଁ ଶ୍ରେୟସ୍ ଆୟରଙ୍କ ନିକଟରେ ବର୍ତ୍ତମାନ ଏକ ଭଲ ସୁଯୋଗ ଅଛି।  ଏହାପୂର୍ବରୁ ଭାରତୀୟ ଟେଷ୍ଟ ଦଳରେ ୫ ନମ୍ବର ସ୍ଥାନ ଅଜିଙ୍କ୍ୟେ ରାହାଣେଙ୍କର ଥିଲା, କିନ୍ତୁ ଖରାପ ପ୍ରଦର୍ଶନ ହେତୁ ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଛି।  ଭାରତୀୟ ଟେଷ୍ଟ ଦଳରେ ୫ ନମ୍ବର ସ୍ଥାନ ପାଇଁ ଶ୍ରେୟାସ ଆୟର ହେଉଛନ୍ତି ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ। ଶ୍ରେୟାସ ଆୟରଙ୍କ ବ୍ୟାଟିଂରେ ଯୁବରାଜ ସିଂଙ୍କ ଝଲକ ଦେଖିବାକୁ ମିଳିଛି। ଶ୍ରେୟସ୍ ଆୟରଙ୍କ ଘାତକ ବ୍ୟାଟିଂକୁ ଦେଖିଲେ ଲାଗୁଛି ଯେ, ଧୋନି ଓ ଯୁବରାଜଙ୍କ ପରେ ଟିମ୍ ଇଣ୍ଡିଆକୁ ଆଉ ଜଣେ ମ୍ୟାଚ୍ ବିଜେତା ମିଳିଛି। ଯାହାର ଦୀର୍ଘ ସମୟ ଧରି ଅନୁସନ୍ଧାନ ଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଗ୍ରହଣ କରିବା ପୂର୍ବରୁ ଯେତେବେଳେ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟରେ ଶାସନ କରୁଥିଲେ, ସେତେବେଳେ ଏହି ଖେଳାଳିଙ୍କ କ୍ରିକେଟ କ୍ୟାରିୟର ପ୍ରାୟ ନଷ୍ଟ ହୋଇଯାଇଥିଲା।  ଶ୍ରେୟସ୍ ଆୟରଙ୍କୁ ବାରମ୍ବାର ସୁଯୋଗ ଦିଆଯାଉ ନଥିଲା। 

ଚଳିତ ବର୍ଷର ଆଇପିଏଲରେ ଆୟର୍ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଧିନାୟକତ୍ୱ କରିବାର ସୁଯୋଗ ପାଇଛନ୍ତି। ଶ୍ରେୟସ୍ ଆୟର ଉତ୍କୃଷ୍ଟ ଫର୍ମରେ ରହିଛନ୍ତି।  ଆଠ ମାସ ପରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨ ରେ ସେ ଟିମ୍ ଇଣ୍ଡିଆକୁ ଟ୍ରଫି ଜିତାଇପାରନ୍ତି, ଯେପରି ଯୁବରାଜ ସିଂ ୨୮ ବର୍ଷ ପରେ ୨୦୧୧ ବିଶ୍ୱକପରେ ଭାରତକୁ ଚାମ୍ପିଅନ୍ କରାଇଥିଲେ। 

ଶ୍ରେୟସ୍ ଆୟର ଭାରତ ପାଇଁ ତିନୋଟିଯାକ ଫର୍ମାଟରେ ଖେଳନ୍ତି। ଶ୍ରେୟାସ ଆୟର ୩ଟି ଟେଷ୍ଟ ମ୍ୟାଚରେ ୨୨୯ ରନ୍ ସଂଗ୍ରହ କରିଛନ୍ତି। ଶ୍ରେୟସ୍ ଆୟର ୨୬ ଟି ଦିନିକିଆ ରେ ୯୪୭ ରନ୍ ଏବଂ ୩୬ଟି ଟି-୨୦ ଅନ୍ତର୍ଜାତୀୟରେ ୮୦୯ ରନ୍ ସଂଗ୍ରହ କରିଛନ୍ତି। ସେପଟେ ୮୭ ଟି ଆଇପିଏଲ୍ ମ୍ୟାଚ୍ ରେ ଶ୍ରେୟସ୍ ଆୟର ୨୩୭୫ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟ ଏବଂ ଦିନିକିଆରେ ଆୟରଙ୍କ ନାମରେ ଗୋଟିଏ ଗୋଟିଏ ଶତକ ରହିଛି।