ଇଶାନ୍ କିଶାନ୍ 200 ରନ କରି ODI କ୍ରିକେଟ ରେ ଭାଙ୍ଗିଲେ ଏହି ସବୁ ମହାନ ଖେଳାଳିଙ୍କ ବଡ ରେକର୍ଡ, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ଇଶାନ୍ କିଶାନ୍ 200 ରନ କରି ODI କ୍ରିକେଟ ରେ ଭାଙ୍ଗିଲେ ଏହି ସବୁ ମହାନ ଖେଳାଳିଙ୍କ ବଡ ରେକର୍ଡ, ଦେଖନ୍ତୁ ଲିଷ୍ଟ


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ODI ରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ଆୟୋଜକ ଦଳର ବୋଲରଙ୍କ ଅହଂକାରକୁ ଭାଙ୍ଗି 210 ରନର ଏକ ବିସ୍ପୋରକ ଇନିଂସ ଖେଳିଥିଲେ। ଟିମ୍ ଇଣ୍ଡିଆ ପାଇଁ ଓପେନିଂ କରି ଇଶାନ୍ କିଶାନ୍ ଏପରି ଭାବରେ ଖେଳିଥିଲେ ଯେ ସମସ୍ତଙ୍କ ନଜର କେବଳ ତାଙ୍କ ଉପରେ ରହିଥିଲା। ଏହି ସମୟ ମଧ୍ୟରେ କିଶାନ୍ , କ୍ରିସ୍ ଗେଲଙ୍କ ଦ୍ଵିଶତକ ରେକର୍ଡକୁ ଭାଙ୍ଗିଛନ୍ତି। 

fastest double century in odi

ଝାଡଖଣ୍ଡ ପାଇଁ ଘରୋଇ କ୍ରିକେଟ୍ ଖେଳିଥିବା ଇଶାନ୍ କିଶାନ୍ ଆରମ୍ଭରୁ ନିଜର ଆକ୍ରୋଶ ମନୋଭାବ ପ୍ରଦର୍ଶନ କରିଥିଲେ। ସମସ୍ତେ ବୁଝି ସାରିଥିଲେ ଯେ ଆଜି କିଶାନ ଏକ ବଡ଼ ଇନିଂସ ଖେଳିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଛନ୍ତି। କିଶାନ 126 ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ। ତେବେ ପୂର୍ବରୁ କ୍ରିସ୍ ଗେଲ 138 ବଲରେ ନିଜର ଦ୍ୱିଶତକ ହାସଲ କରିଥିଲେ। 

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଇଶାନ୍ କିଶାନ ଦ୍ୱିଶତକ ମାରିବା ପରେ ଭାଙ୍ଗଡ଼ା ନାଚିଲେ କିଙ୍ଗ୍ କୋହଲି

ishan kishan and virat kohli

ଏହିପରି ଭାରତୀୟ କ୍ରିକେଟର ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। 210 ରନ୍ ସ୍କୋର କରିବା ପରେ କିଶାନ ଆଉଟ୍ ହୋଇଥିଲେ।  ଟାସ୍କିନ ଅହମ୍ମଦ ତାଙ୍କୁ 36 ତମ ଓଭରର 5 ତମ ବଲରେ ଶିକାର କରିଥିଲେ। 131 ବଲର ଇନିଂସରେ କିଶନ 24 ଟି ଚୌକା ଓ 10ଟି ଛକା ମାରିଥିଲେ।