WTC ଫାଇନାଲ୍ ଖେଳିବେ ନାହିଁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ, ଜାଣନ୍ତୁ କିଏ ଏବଂ କାହିଁକି ଏମିତି କହୁଛନ୍ତି

  1. Home
  2. Cric Special

WTC ଫାଇନାଲ୍ ଖେଳିବେ ନାହିଁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ, ଜାଣନ୍ତୁ କିଏ ଏବଂ କାହିଁକି ଏମିତି କହୁଛନ୍ତି


କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ୨୦୨୩ ର ଫାଇନାଲ୍ ମ୍ୟାଚ୍ ଖେଳିବ ନାହିଁ। ଏହି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା। ଆକାଶ ଚୋପ୍ରା କହିଛନ୍ତି ଯେ ଏଥର WTC ଫାଇନାଲ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହୋଇପାରେ। ଟିମ୍ ଇଣ୍ଡିଆ ପାଇଁ ଫାଇନାଲରେ ସ୍ଥାନ ପାଇବା ଅତ୍ୟନ୍ତ କଷ୍ଟକର ହେବ।

WTC फाइनल और इंग्लैंड दौरे के लिए भारतीय टीम का हुआ एलान, हार्दिक, कुलदीप आउट, देखें पूरी लिस्ट

ପଏଣ୍ଟ ଟେବୁଲକୁ ଦେଖି ଆକାଶ WTC ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଅଷ୍ଟ୍ରେଲିଆ 77.77% ସହ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଏହି ର଼୍ୟାଙ୍କିଙ୍ଗରେ ପାକିସ୍ତାନ 66.66% ସହିତ ଦ୍ୱିତୀୟ ସ୍ଥାନରେ ରହିଛି।  66.67% ସହିତ ଶ୍ରୀଲଙ୍କାର ଦଳ ତୃତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା 60% ପାଇ ଚତୁର୍ଥ ସ୍ଥାନରେ ଏବଂ ତା’ପରେ ଭାରତ ୫୪.୧୬ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛି।

akash

ଏହି ଟେବୁଲରେ ଆଗକୁ ବଢ଼ିବାକୁ ଟିମ୍ ଇଣ୍ଡିଆର ମୋଟ ଆଠଟି ମ୍ୟାଚ୍ ଅଛି। ଆସନ୍ତାକାଲି ଟିମ୍ ଇଣ୍ଡିଆକୁ ଶ୍ରୀଲଙ୍କା ବିପକ୍ଷରେ ଏକ ମ୍ୟାଚ୍ ଖେଳିବାକୁ ପଡିବ। ଏହା ପରେ ଦଳ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ୍ ଖେଳିବ। ତା’ପରେ ଦଳ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯିବ। ଏହା ପରେ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆ ଗସ୍ତରେ ଦୁଇ ଦଳ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍ ହେବ।

WTC ର ଏହି ପଏଣ୍ଟ ଟେବୁଲକୁ ଦେଖି ଆକାଶ ଚୋପ୍ରା ନିଜର ମତ ଦେଇଛନ୍ତି। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତକୁ ୧୦୦ ପ୍ରତିଶତ ମ୍ୟାଚ୍ ଜିତିବାକୁ ପଡିବ। ଆଉ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୦ରେ ସିରିଜ୍ ବିଜୟୀ ହେବାକୁ ପଡ଼ିବ। ଆଉ ଆଗକୁ ଆଠଟି ଟେଷ୍ଟ ମ୍ୟାଚ ଭାରତକୁ ଜିତିବାକୁ ପଡିବ। ତାହା ହେଲେ ଯାଇ ଫାଇନାଲ୍ ଖେଳିବା ବାଟ ଫିଟିବ। ଯାହାକି ବହୁତ ଅସମ୍ଭବ ମନେ ହେଉଛି। 

ଟିମ୍ ଇଣ୍ଡିଆ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡ ବିଷୟରେ ମଧ୍ୟ ଆକାଶ ଚୋପ୍ରା କଥା ହୋଇଥିଲେ। ସେ କହିଥିଲେ ଯେ, ନ୍ୟୁଜିଲ୍ୟାଣ୍ଡର ଘରେ କେବଳ ଦୁଇଟି ମ୍ୟାଚ୍ ବାକି ଅଛି। ସେ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଡ୍ର' ରଖିଛନ୍ତି। ତେଣୁ ନ୍ୟୁଜିଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିବ ନାହିଁ। ଯଦିଓ ସେ ତାଙ୍କ ଘରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ୍ ଜିତିଛନ୍ତି, ତଥାପି ତାଙ୍କୁ ତାଙ୍କ ଘରେ ପାକିସ୍ତାନ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ଏହା ପରେ ଇଂଲଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ୍ ଖେଳିବ ନ୍ୟୁଜିଲାଣ୍ଡ। ଯାହାକି ଜିତିବା ବହୁତ କଷ୍ଟକର। କାରଣ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ବହୁତ ଖରାପ ରହିଛି। ତେଣୁ ସେମାନେ ଆଉ ଫାଇନାଲ୍ ଖେଳିବାକୁ ସମର୍ଥ ହେବେ ନାହିଁ।