"ରୋହିତ-ଧାୱନ-ରାହୁଲ" ଓପନର ଭାବରେ ଖେଳିଛନ୍ତି ପାଖାପାଖି ସମାନ ମ୍ୟାଚ, ଦେଖନ୍ତୁ କିଏ ସର୍ବାଧିକ ରନ୍ ଏବଂ ଶତକ ହାସଲ କରିଛନ୍ତି?

  1. Home
  2. Cric Special

"ରୋହିତ-ଧାୱନ-ରାହୁଲ" ଓପନର ଭାବରେ ଖେଳିଛନ୍ତି ପାଖାପାଖି ସମାନ ମ୍ୟାଚ, ଦେଖନ୍ତୁ କିଏ ସର୍ବାଧିକ ରନ୍ ଏବଂ ଶତକ ହାସଲ କରିଛନ୍ତି?


କ୍ରିକେଟ୍ ଖବର : ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରିଛି କାରଣ ଟିମ୍ ଇଣ୍ଡିଆରେ ଭଲ ବ୍ୟାଟ୍ସମ୍ୟାନ୍ ଏବଂ ବୋଲର ଅଛନ୍ତି । ଏପରିକି ଭାରତର ଓପନରମାନେ ବହୁତ ଭଲ ପ୍ରଦର୍ଶନ କରନ୍ତି। ଅଧିନାୟକ ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଇଶାନ କିଶାନଙ୍କ ଭଳି ଅନେକ ଓପନର୍ ବ୍ୟାଟ୍ସମ୍ୟାନ୍ ଦଳରେ ଅଛନ୍ତି । 

ଯଦିଓ ରୋହିତ ଶର୍ମା, ଶିଖର ଧାୱନ ଏବଂ ଲୋକେଶ ରାହୁଲଙ୍କୁ ସବୁବେଳେ ପ୍ରସଂଶକ ମାନେ ତୁଳନା କରିଥାନ୍ତି । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଏହି ତିନି ଜଣଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଓପନର୍ ବ୍ୟାଟ୍ସମ୍ୟାନ। ତେବେ ଆସନ୍ତୁ ଏହି ତିନି ଜଣଙ୍କର ବ୍ୟାଟିଂ ଫିଗରକୁ ଦେଖିବା। 

୧) ରୋହିତ ଶର୍ମା :

rohit asia cup

ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଅଧିନାୟକ ହେଉଛନ୍ତି ହିଟମ୍ୟାନ ରୋହିତ ଶର୍ମା। ଯିଏ ଓପନର ଭାବରେ ତିନୋଟି ଫର୍ମାଟରେ ୨୬୫ ମ୍ୟାଚ୍ ଖେଳି ୨୭୪ ଇନିଂସରେ ୧୧,୯୬୭ ରନ୍ ସ୍କୋର କରିଛନ୍ତି । ସେ ହାରାହାରି ୪୭.୮୬ ବ୍ୟାଟିଂ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩୬ ଟି ଶତକ ଏବଂ ୫୯ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଧିକାଂଶ କ୍ରିକେଟ୍ ପ୍ରେମୀଙ୍କ ମତରେ ରୋହିତ ଶର୍ମା ବିରେନ୍ଦ୍ର ସେହୱାଗଙ୍କ ପରେ ଭାରତର ସର୍ବଶ୍ରେଷ୍ଠ ଓପନର୍ ବ୍ୟାଟ୍ସମ୍ୟାନ୍। 

୨) ଶିଖର ଧାୱନ : 

Dhawan

କ୍ରିକେଟ୍ ପ୍ରସଂଶକ ନିକଟରେ ଗବ୍ବର ନାମରେ ଜନଶୁଣା ଭାରତୀୟ ଦଳର ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୬ ଟି ମ୍ୟାଚରେ ୨୭୬ ଇନିଂସ ଖେଳି ୧୦,୫୬୭ ରନ୍ ସଂଗ୍ରହ କରିଛନ୍ତି । ସେ ହାରାହାରି ୪୦.୧୭ ବ୍ୟାଟିଂ କରିଛନ୍ତି ଏବଂ ଖେଳର ତିନୋଟି ଫର୍ମାଟରେ ସେ ୨୪ ଟି ଶତକ ଏବଂ ୫୩ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଖାତା ନ ଖୋଲି ଅନ୍ତର୍ଜାତୀୟ କ୍ରିକେଟରେ ୧୧ ଥର ଆଉଟ୍ ହୋଇଛନ୍ତି ।

୩) ଲୋକେଶ ରାହୁଲ :

Lucknow-captain-KL-Rahul

ଭାରତୀୟ ଦଳ ପାଇଁ ଲୋକେଶ ରାହୁଲ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଆଘାତ ହେତୁ ସେ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ରହିଛନ୍ତି । କିନ୍ତୁ ସେ ଆସନ୍ତା ଜିମ୍ବାୱେ ଗସ୍ତରୁ ଟିମ୍ ଇଣ୍ଡିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ହାରାହାରି ୩୯.୪୩ ରେ ଓପନର୍ ଭାବରେ ୧୦୦ ଟି ମ୍ୟାଚର ୧୨୭ ଇନିଂସରେ ଲୋକେଶ ରାହୁଲ ୪,୭୩୨ ରନ୍ ସଂଗ୍ରହ କରିଛନ୍ତି ଏବଂ ଏଥିରେ ତାଙ୍କର ୧୦ ଟି ଶତକ ଏବଂ ୩୩ ଟି ଅର୍ଦ୍ଧଶତକ ରହିଛି । ରାହୁଲ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ୧୨ ଥର ଖାତା ନ ଖୋଲି ଆଉଟ୍ ହୋଇ ପାଭିଲିୟନ ଆସିଛନ୍ତି।