ଦେଖନ୍ତୁ ଭିଡ଼ିଓ: ବାରବାଟୀ ଷ୍ଟାଡିୟମ ରେ ହଜାର ହଜାର କ୍ରିକେଟପ୍ରେମୀ ଗାଇଲେ "ମାଁ ତୁଝେ ସାଲାମ"

  1. Home
  2. Cric Special

ଦେଖନ୍ତୁ ଭିଡ଼ିଓ: ବାରବାଟୀ ଷ୍ଟାଡିୟମ ରେ ହଜାର ହଜାର କ୍ରିକେଟପ୍ରେମୀ ଗାଇଲେ "ମାଁ ତୁଝେ ସାଲାମ"


କ୍ରିକେଟ ଖବର : ଗତ ରବିବାର 12 ତାରିଖ ଦିନ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ କଟକ ବାରବାଟୀ ଷ୍ଟାଡିୟମରେ ଏକ ଦମଦାର୍ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଏହି ମ୍ୟାଚରେ ଭାରତୀୟ ଦଳକୁ 4 ୱିକେଟରେ ହରାଇଥିଲା ଦକ୍ଷିଣ ଆଫ୍ରିକା ଦଳ। ତେବେ ଏହି ମ୍ୟାଚ ସମୟରେ ଏକ ଏଭଳି ଘଟଣା ଘଟିଛି ,ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡ଼ିଓକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। 

SA-IND-2

ଏହି ମ୍ୟାଚ୍ ସମୟରେ କଟକ ବାରବାଟୀ ଷ୍ଟାଡିୟମରେ ବଲିଉଡର ଲୋକପ୍ରିୟ ସିଙ୍ଗର ଏ ଆର୍ ରେହମାନଙ୍କର "ବନ୍ଦେ ମାତରମଂ" ଗୀତ ବାଜିଥିଲା। ଆଉ ପୁରା ଷ୍ଟାଡିୟମରେ ଥିବା ସମସ୍ତ କ୍ରିକେଟ ପ୍ରସଂଶକ ଏହି ଗୀତର ଖୁବ୍ ମଜା ନେଇଥିଲେ। ଏହି ଗୀତରେ ଝୁମି ଉଠିଥିଲେ ଉପସ୍ଥିତ ଥିବା କ୍ରିକେଟ ପ୍ରେମୀ। 

ma tujhe salam

ସୂଚନାଯୋଗ୍ୟ ଯେ, 2011 ମସିହାର ଆଇସିସି ବିଶ୍ୱକପ ଫାଇନାଲରେ ଯେତେବେଳେ ଭାରତୀୟ ଦଳ ବିଶ୍ୱ ବିଜୟୀ ହେବାକୁ ଯାଉଥିଲା , ଠିକ୍ ସେହି ସମୟରେ ଏହି ଗୀତ ୱାଙ୍ଖେଡେ ଷ୍ଟାଡିୟମରେ ବାଜିଥିଲା। ଆଉ ସେଠି ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡିଓ :