Akshar Patel vs Jadeja vs Pandya: 40ଟି ODI ଖେଳିବା ପରେ କିଏ ଅଛି ଆଗରେ ? ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

Akshar Patel vs Jadeja vs Pandya: 40ଟି ODI ଖେଳିବା ପରେ କିଏ ଅଛି ଆଗରେ ? ଦେଖନ୍ତୁ ଲିଷ୍ଟ

Akshar Patel vs Jadeja vs Pandya


କ୍ରିକେଟ୍ ଖବର : ନିକଟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଲରାଉଣ୍ଡର ଅକ୍ସର ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩୫ଟି ବଲରେ ୬୪ ରନ କରି ଏକ ଭଲ ଇନିଂସ ଖେଳି ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ଜିତିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚରେ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚର ପୁରସ୍କାର ଦିଆଯାଇଥିଲା । 

ଆଜି ପର୍ୟ୍ୟନ୍ତ ଅକ୍ସର ପଟେଲ ୪୦ ଟି ୱାନଡେ ଖେଳିସାରିଛନ୍ତି ଏବଂ ସେ ଅଲରାଉଣ୍ଡର ଭାବରେ ବେଶ ନାଁ କମାଇଛନ୍ତି। ଯଦିଓ ଟିମ୍ ଇଣ୍ଡିଆରେ ପୂର୍ବରୁ ଅନେକ ଅଲରାଉଣ୍ଡର ଅଛନ୍ତି। କିନ୍ତୁ, ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଅକ୍ସର ପଟେଲ ବନାମ ରବୀନ୍ଦ୍ର ଜାଡେଜା ବନାମ ହାର୍ଦିକ ପାଣ୍ଡ୍ୟାଙ୍କ ବିଷୟରେ। ଏହି ୩ ଜଣ ଅଲରାଉଣ୍ଡରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ। କିଏ ପ୍ରଥମ ୪୦ ଟି ୱାନଡେ ମ୍ୟାଚରେ ସବୁଠୁ ଭଲ ଖେଳ ଖେଳିଛନ୍ତି, ଆସନ୍ତୁ ଜାଣିବା...

୧) ଅକ୍ସର ପଟେଲ :

axar-patel

ଭାରତୀୟ ଦଳର ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ହେଉଛନ୍ତି ଅକ୍ସର ପଟେଲ। ସେ ଏପର୍ୟ୍ୟନ୍ତ ମାତ୍ର ୪୦ ଟି ୱାନଡେ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୧୭.୭୩ ରେ ୨୬୬ ରନ୍ ସଂଗ୍ରହ କରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୬୪ ରନ୍ ରହିଛି। ଏହି ରନ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସଂଗ୍ରହ କରିଛନ୍ତି। ସେ ବୋଲିଂ ସହିତ ମଧ୍ୟ ଆଶ୍ଚର୍ୟ୍ୟଜନକ ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏପର୍ୟ୍ୟନ୍ତ ୪୬ ୱିକେଟ୍ ନେଇଛନ୍ତି ଏବଂ ବୋଲିଂରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୩୪ ରନ ବ୍ୟୟ କରି ୩ ୱିକେଟ ନେବା ଏକ ରେକର୍ଡ ହୋଇ ରହିଛି। 

୨) ହାର୍ଦ୍ଦିକ ପାଣ୍ଡ୍ୟା :

pandya on bhubaneswar kumar

ଭାରତୀୟ ଦଳର ସର୍ବାଧିକ ପସନ୍ଦୀୟ ଅଲରାଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ପ୍ରଥମ ୪୦ ଟି ଦିନିକିଆରେ ହାରାହାରି ୨୯.୫୦ ରେ ୬୪୯ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସର୍ବାଧିକ ସ୍କୋର ୮୩ ରନ୍ ଥିଲା। ସେ ୪୦ ୱିକେଟ୍ ନେଇଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୩୧ ରନ ଦେଇ ୩ ୱିକେଟ ନେବା ଶ୍ରେଷ୍ଠ ହୋଇ ରହିଛି। 

୩) ରବିନ୍ଦ୍ର ଜାଡେଜା :

jadeja out wi series

ରବିନ୍ଦ୍ର ଜାଡେଜାଙ୍କୁ ଟିମ୍ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଲରାଉଣ୍ଡର ଖେଳାଳି ଭାବରେ ବିବେଚନା କରାଯାଏ। ରବିନ୍ଦ୍ର ଜାଡେଜା ପ୍ରଥମ ୪୦ ଟି ଦିନିକିଆରେ ହାରାହାରି ୩୨ ଷ୍ଟ୍ରାଇକରେଟ୍ ରେ ୬୪୦ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କର ସର୍ବାଧିକ ସ୍କୋର ୭୮ ରନ୍ ଥିଲା । ରବିନ୍ଦ୍ର ଜାଡେଜା ତାଙ୍କର ପ୍ରଥମ ୪୦ ଟି ଦିନିକିଆରେ ମୋଟ ୩୩ ୱିକେଟ୍ ନେଇଥିଲେ ଏବଂ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୩୨ ରନ୍ ଦେଇ ୪ ୱିକେଟ ନେବା ଏକ ରେକର୍ଡ ହୋଇ ରହିଛି।