ଆକାଶ ଚୋପ୍ରା ଚୟନ କଲେ ଅଣ୍ଡର-୧୯ ବିଶ୍ୱକପର ସର୍ବକାଳୀନ ୧୧ ଜଣ ଖେଳାଳି..

  1. Home
  2. Cric Special

ଆକାଶ ଚୋପ୍ରା ଚୟନ କଲେ ଅଣ୍ଡର-୧୯ ବିଶ୍ୱକପର ସର୍ବକାଳୀନ ୧୧ ଜଣ ଖେଳାଳି..


କ୍ରିକେଟ୍ ଖବର : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ କମେଣ୍ଟଟର ଆକାଶ ଚୋପ୍ରା ଅଣ୍ଡର-୧୯ ବିଶ୍ୱକପର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି ଦଳରେ ସେ ବିରାଟ କୋହଲିଙ୍କୁ ସ୍ଥାନ ଦେଇଛନ୍ତି। ବିରାଟ ହିଁ ଜଣେ ଭାରତୀୟ ଖେଳାଳି ଯିଏକି ଆକାଶ ଚୋପ୍ରା ଚୟନ କରିଥିବା ତାଲିକାରେ ସାମିଲ ଅଛନ୍ତି। ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍  ବିରାଟ କୋହଲିଙ୍କ ସହିତ ପାକିସ୍ତାନର ଜଣେ ଖେଳାଳିଙ୍କୁ ମଧ୍ୟ ଚୟନ କରିଛନ୍ତି। 

AKASH CHOPRA

ବିରାଟ କୋହଲିଙ୍କ ସହ ଆକାଶ ଚୋପ୍ରା ପାକିସ୍ତାନର ବର୍ତ୍ତମାନର ଅଧିନାୟକ ବାବର ଆଜାମଙ୍କୁ ଏହି ଦଳର ଓପନର୍ ଭାବରେ ସ୍ଥାନ ଦେଇଛନ୍ତି। ଏହା ପରେ ସେ ଅଷ୍ଟ୍ରେଲିୟ କ୍ରିକେଟର ଷ୍ଟିଭ ସ୍ମିଥ ଏବଂ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କୁ ତିନି ନମ୍ବର ଏବଂ ଚତୁର୍ଥ ନମ୍ବର ସ୍ଥାନରେ ଖେଳିବା ପାଇଁ ଚୟନ କରିଛନ୍ତି।  ପାଞ୍ଚ ନମ୍ବରରେ ସେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦୀନେଶ ଚାନ୍ଦିମାଲଙ୍କ ସ୍ଥାନ ଦେଇଥିବା ବେଳେ ଷଷ୍ଠ ନମ୍ବରରେ ସେ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଇଓନ ମୋର୍ଗାନଙ୍କୁ ବାଛିଛନ୍ତି।

ଏହି ଦଳରେ ଆକାଶ ୱେଷ୍ଟଇଣ୍ଡିଜ୍ ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିମ୍ରନ୍ ହେଟମେୟରଙ୍କୁ ଫିନିସର ଭାବରେ ସ୍ଥାନିତ କରିଛନ୍ତି। ଯଦି ଆମେ ଏହି ଦଳର ବୋଲିଂ ବିଷୟରେ କହିବା, ତେବେ ଆକାଶ ଚୋପ୍ରା ବାଂଲାଦେଶର ମେହେଡି ହାସନ, ଇଂଲଣ୍ଡର କ୍ରିସ୍ ୱୁକସ୍, ପାକିସ୍ତାନର ଶାହିନ୍ ଶାହା ଆଫ୍ରିଦି ଏବଂ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ଏହି ତାଲିକାରେ ସ୍ଥାନ ଦେଇଛନ୍ତି। 

What is the prize money announced by BCCI to U19 World Cup-winning team

ସୂଚନାଯୋଗ୍ୟ ଯେ, ଅଣ୍ଡର-୧୯ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ବହୁ ଭାରତୀୟ ଖେଳାଳି ନିଜର ବେଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି । ଶୁଭମାନ ଗିଲ, ଯୁବରାଜ ସିଂ, ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ସମେତ ଅନେକ ଭାରତୀୟ ଖେଳାଳି ଅଣ୍ଡର-୧୯ରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ସମସ୍ତ ଖେଳାଳି ଆକାଶ ଚୋପ୍ରାଙ୍କ ଦ୍ୱାରା ମନୋନୀତ ହୋଇଥିବା ଦଳରେ ସ୍ଥାନ ପାଇ ନାହାଁନ୍ତି।

ଆକାଶ ଚୋପ୍ରାଙ୍କ ଅଣ୍ଡର-୧୯ ଖେଳାଳି : ବାବର ଆଜାମ, ବିରାଟ କୋହଲି, ଷ୍ଟିଭ ସ୍ମିଥ, କେନ ୱିଲିୟମସନ, ଦୀନେଶ ଚାନ୍ଦିମାଲ, ଇଓନ ମୋର୍ଗାନ, ଶିମ୍ରନ ହେଟମେୟର, ମେହିଡି ହାସନ, କ୍ରିସ ୱୁକସ୍, ଶାହିନ୍ ଆଫ୍ରିଡି ଓ କାଗିସୋ ରାବାଡା।