'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ମାନ-ସମ୍ମାନ ଅଛି, ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ', BCCI କୁ ପୁଣି ଧମକ ଦେଲେ ଏହି ପାକିସ୍ତାନ ଖେଳାଳି

  1. Home
  2. Cricket News

'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ମାନ-ସମ୍ମାନ ଅଛି, ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ', BCCI କୁ ପୁଣି ଧମକ ଦେଲେ ଏହି ପାକିସ୍ତାନ ଖେଳାଳି

kamran akmal on team india and bcci


କ୍ରିକେଟ ଖବର: ଚଳିତ ବର୍ଷ ଏସିଆ କପ୍ 2023 ପାକିସ୍ତାନରେ ଆୟୋଜନ ହେବାର ଯୋଜନା ଅଛି। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ସଚିବ ଜୟ ଶାହ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ନ ପଠାଇବା କଥା ପୂର୍ବରୁ କହିସାରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନରେ ଜୋରଦାର ହଙ୍ଗାମା ହେଉଛି। ଭାରତ ମନା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଉତ୍ତେଜନା ଦେଖାଦେଇଛି।

ପୂର୍ବତନ ପିସିବି ଅଧ୍ୟକ୍ଷ ରମିଜ ରାଜା ଓ ବର୍ତ୍ତମାନର ଚିଫ୍ ନଜାମ ସେଠୀ ମଧ୍ୟ ଧମକ ଦେଇସାରିଛନ୍ତି। ନିକଟରେ ପିସିବି କହିଥିଲା ଯେ, ଯଦି ଟିମ୍ ଇଣ୍ଡିଆ ଏସିଆ କପୄ ଖେଳିବାକୁ ପାକିସ୍ତାନକୁ ଆସେ ନାହିଁ, ତେବେ ପାକିସ୍ତାନ ଦଳ ମଧ୍ୟ ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ 2023 ରେ ଭାଗ ନେବ ନାହିଁ।

ପାକିସ୍ତାନର ଏହି ଖେଳାଳି ଦେଲେ BCCI କୁ ଧମକ:

ବର୍ତ୍ତମାନ ବିସିସିଆଇକୁ ଧମକ ଦେଉଥିବା ତାଲିକାରେ କାମ୍ରାନ୍ ଅକମଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଯାଇଛି। ପାକିସ୍ତାନର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ କହିଛନ୍ତି ଯେ, ପାକିସ୍ତାନର ମଧ୍ୟ ମାନସମ୍ମାନ ରହିଛି। ଯଦି ଟିମ୍ ଇଣ୍ଡିଆ ଏସିଆ କପରୁ ବାହାର ହୁଅନ୍ତି ତେବେ ଆମେ ମଧ୍ୟ ବିଶ୍ୱକପ ଖେଳିବୁ ନାହିଁ ଆଉ ଭାରତ ଯିବାକୁ ଉଚିତ୍ ଭାବିବୁ ନାହିଁ। 

akmal on team india

ପାକିସ୍ତାନ ଦଳର ଚୟନ କମିଟିର ସଦସ୍ୟ କାମ୍ରାନ୍ ଅକମଲ ନାଦିର ଅଲିଙ୍କ ପୋଡକାଷ୍ଟରେ କହିଛନ୍ତି ଯେ, "ଯଦି ଭାରତ ଏସିଆ କପକୁ ଆସିବାକୁ ପ୍ରସ୍ତୁତ ନୁହେଁ, ତା’ହେଲେ ଆମେ 2023 ODI ବିଶ୍ୱକପ ଖେଳିବା ପାଇଁ ସେଠାକୁ ଯିବା ଉଚିତ୍ ନୁହେଁ । ଆମର ମଧ୍ୟ ସମ୍ମାନ ଅଛି। ଆମେ ମଧ୍ୟ ବିଶ୍ୱ ଚାମ୍ପିଅନ୍ ହୋଇଛୁ। ଚାମ୍ପିଅନ୍ ଟ୍ରଫି ଜିତିଛୁ ଓ ସମସ୍ତ ଫର୍ମାଟରେ ମଧ୍ୟ ଶୀର୍ଷରେ ରହିସାରିଛୁ।" ଏଥିସହିତ ପିସିବି କହିଛି ଯେ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ଦେଶର ସଫଳ ଯାତ୍ରା ଆୟୋଜନ କରିଛି। ତେଣୁ ଟିମ୍ ଇଣ୍ଡିଆ ମଧ୍ୟ ପାକିସ୍ତାନକୁ ଆସିବା ଆବଶ୍ୟକ। 

ଆହୁରି ପଢ଼ନ୍ତୁ: ବୁମରାଙ୍କ କ୍ରିକେଟ୍ କ୍ୟାରିୟର ହେଲା ସଂପୂର୍ଣ୍ଣ ସମାପ୍ତ, ବର୍ତ୍ତମାନ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ଜର୍ସିରେ ଆଉ ତାଙ୍କୁ ଦେଖିବେ ନାହିଁ!