IND vs AUS: ୱାସିମ୍ ଜାଫର କଲେ ଭାରତୀୟ ଏକାଦଶ ର ଚୟନ, ଏହି ଦୁଇ ଭେଟେରାନ ଖେଳାଳିଙ୍କୁ ଦେଲେନି ଦଳରେ ସ୍ଥାନ

  1. Home
  2. Cricket News

IND vs AUS: ୱାସିମ୍ ଜାଫର କଲେ ଭାରତୀୟ ଏକାଦଶ ର ଚୟନ, ଏହି ଦୁଇ ଭେଟେରାନ ଖେଳାଳିଙ୍କୁ ଦେଲେନି ଦଳରେ ସ୍ଥାନ

Wasim jaffer


କ୍ରିକେଟ୍ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି, କିନ୍ତୁ ଏହାପୂର୍ବରୁ ଚୂଡାନ୍ତ ଏକାଦଶକୁ ନେଇ ପରାମର୍ଶ ଆସିବା ଆରମ୍ଭ ହୋଇଛି। ଫେବୃଆରୀ 9 ରୁ ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ପୂର୍ବତନ ଓପନର୍ ୱାସିମ୍ ଜାଫର ଭାରତର ସମ୍ଭାବ୍ୟ ଏକାଦଶ ଚୟନ କରିଛନ୍ତି।

ଜାଫର ଟି -20 ରେ ଧମାଲ ସୃଷ୍ଟି କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କ ଦଳରେ ସ୍ଥାନ ଦେଇ ନାହାନ୍ତି। ସେ ଇନ-ଫର୍ମ ଶୁବମାନ ଗିଲଙ୍କୁ ନିଜ ଦଳରେ ବାଛିଛନ୍ତି।  ତେବେ ସେ ଓପନର ଭାବରେ ନୁହେଁ, ମଧ୍ୟମ କ୍ରମରେ ବ୍ୟାଟିଂ କରିବାକୁ ଗିଲଙ୍କୁ ବାଛିଛନ୍ତି। 

ୱାସିମ ଜାଫର ତାଙ୍କ ଭାରତୀୟ ଏକାଦଶରେ ଓପେନିଂ ପାଇଁ ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ଚୟନ କରିଛନ୍ତି। ଏମାନଙ୍କ ବ୍ୟତୀତ ଅଭିଜ୍ଞ ଚେତେଶ୍ୱର ପୂଜାରା ଏବଂ ବିରାଟ କୋହଲି ଯଥାକ୍ରମେ 3 ଓ 4 ନମ୍ବରରେ ସ୍ଥାନ ଦେଇଛନ୍ତି ଜାଫର୍।ଶ୍ରେଷ୍ଠ 4 ବ୍ୟାଟ୍ସମ୍ୟାନଙ୍କ ପରେ ପୂର୍ବତନ ଭାରତୀୟ ଓପନର୍ ଶୁବମାନ ଗିଲଙ୍କୁ ପାଞ୍ଚ ନମ୍ବରରେ ସ୍ଥାନ ଦେଇଛନ୍ତି। ୱିକେଟକିପର୍ ଦାୟିତ୍ୱ କେ.ଏସ୍ ଭରତଙ୍କୁ ଦେଇଛନ୍ତି ସେ। 

 Team india

ୱାସିମ ଜାଫର ତାଙ୍କ ଭାରତୀୟ ଏକାଦଶରେ ତିନି ଜଣ ସ୍ପିନର ରଖିଛନ୍ତି କିନ୍ତୁ ସେ ଅକ୍ସର ପଟେଲଙ୍କୁ ଅନ୍ତର୍ଭୁକ୍ତ କରିନାହାଁନ୍ତି। ପୂର୍ବତନ ଓପନର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ କୁଲଦୀପ ଯାଦବଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି। ଏଥି ସହିତ ସେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କୁ ଦୁଇ ଦ୍ରୁତ ବୋଲର ଭାବରେ ଚୟନ କରିଛନ୍ତି।

ନାଗପୁର ଟେଷ୍ଟ ପାଇଁ ୱାସିମ ଜାଫରଙ୍କ ଏକାଦଶ ଖେଳାଳି : 

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପଅଧିନାୟକ), ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶୁଭମାନ ଗିଲ, କେ.ଏସ୍ ଭାରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି। 

ଆହୁରି ପଢ଼ନ୍ତୁ: ବୋର୍ଡର୍-ଗାଭାସ୍କର ଟ୍ରଫି ପୂର୍ବରୁ ଅବସର ଘୋଷଣା କଲେ ଏହି ବଡ଼ ଖେଳାଳି, ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟକା