10 ବର୍ଷ ପରେ ଭାଙ୍ଗିବାକୁ ଯାଉଛି ସଚିନଙ୍କ ଏହି ବିଶ୍ୱ ରେକର୍ଡ, ରେସ୍ ରେ ଅଛନ୍ତି କୋହଲି ଏବଂ ସ୍ମିଥ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

  1. Home
  2. Cricket News

10 ବର୍ଷ ପରେ ଭାଙ୍ଗିବାକୁ ଯାଉଛି ସଚିନଙ୍କ ଏହି ବିଶ୍ୱ ରେକର୍ଡ, ରେସ୍ ରେ ଅଛନ୍ତି କୋହଲି ଏବଂ ସ୍ମିଥ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

Virat-Kohli-Steve-Smith-Sachin-Tendulkar


କ୍ରିକେଟ ଖବର: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଯାହାକି ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଏକପାଖିଆ ଜିତିବା ପରେ ଟିମ୍ ଇଣ୍ଡିଆକୁ ତୃତୀୟ ଟେଷ୍ଟରେ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ଦଳ 9 ୱିକେଟ୍ ଜିତିଥିଲା। ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲକୁ ଟିକେଟ୍ ପାଇବା ପାଇଁ ଭାରତୀୟ ଦଳକୁ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡ଼ିବ। ଏଥି ସହିତ କ୍ରିକେଟର ଭଗବାନ ଭାବରେ ବିବେଚିତ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ମଧ୍ୟ ଏହି ମ୍ୟାଚରେ ଭାଙ୍ଗିପାରେ।

ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଧିକାଂଶ ଶତକ ଦୃଷ୍ଟିରୁ ବିଶ୍ୱର ବ୍ୟାଟ୍ସମ୍ୟାନଙ୍କ ବହୁ ଆଗରେ ଅଛନ୍ତି। ଆଉ ବୋର୍ଡର୍-ଗାଭାସ୍କର ଟ୍ରଫିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ଏହି ସିରିଜରେ ସଚିନଙ୍କର ମୋଟ 9 ଶତକ ରହିଛି ଏବଂ ସେ ଉଭୟ ଦଳର ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କ ଠାରୁ ଆଗରେ ଅଛନ୍ତି। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ ତାଙ୍କର ରେକର୍ଡ ଭାଙ୍ଗିପାରେ।

kohli smith

ବୋର୍ଡର୍ ଗାଭାସ୍କର ଟ୍ରଫିରେ ସଚିନଙ୍କ ରେକର୍ଡ ଭାଙ୍ଗିବାର ନିକଟତମ ହୋଇଛନ୍ତି ଅଷ୍ଟ୍ରେଲୀୟ ମହାନ ଷ୍ଟିଭ ସ୍ମିଥ ଆଉ ଭାରତର ବିରାଟ କୋହଲି। ତେବେ ଷ୍ଟିଭ୍ ସ୍ମିଥ ଭାରତ ବିପକ୍ଷରେ ମୋଟ 8 ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ଯଦି ସେ ଅହମ୍ମଦାବାଦ ଟେଷ୍ଟରେ ଆଉ ଏକ ଶତକ ମାରନ୍ତି, ତେବେ ସେ ସଚିନଙ୍କ ସହ ସମକକ୍ଷ ହେବେ । ଅନ୍ୟପକ୍ଷରେ, ଯଦି ସେ ଉଭୟ ଇନିଂସରେ ଶତକ ହାସଲ କରିବାରେ ସଫଳ ହୁଅନ୍ତି, ତେବେ ସେ ସଚିନଙ୍କୁ ପଛରେ ପକାଇ ପାରିବେ। ଯଦିଓ, ସ୍ମିଥ୍ ର ସାମ୍ପ୍ରତିକ ଫର୍ମକୁ ଦେଖିଲେ ଏହା ବହୁତ କଷ୍ଟକର ମନେହୁଏ। 

ଅନ୍ୟପକ୍ଷରେ, ଯଦି ଆମେ ବିରାଟ କୋହଲିଙ୍କ ବିଷୟରେ କଥା ହେଉ, ତେବେ ଅହମ୍ମଦାବାଦ ଟେଷ୍ଟରେ ଏହି ରେକର୍ଡ ଭାଙ୍ଗିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ମୋଟ 7ଟି ଶତକ ରହିଛି।  ଯଦି କୋହଲି ଅହମ୍ମଦାବାଦ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରନ୍ତି, ତେବେ ସେ ତେନ୍ଦୁଲକରଙ୍କ ସମକକ୍ଷ ହେବେ। ତେବେ ଏହି ସମୟରେ, ବିରାଟଙ୍କ ଫର୍ମ ବହୁତ ଖରାପ ଚାଲିଛି। ତେଣୁ ଏହି ରେକର୍ଡ ନ ହେବା ଭଳି ମନେ ହେଉଛି। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ମାନସୀ ଯୋଶୀ LIVE ମ୍ୟାଚରେ ଦୀପ୍ତି ଶର୍ମାଙ୍କୁ କଲେ ଅଭଦ୍ର ଭାଷା ସେ ଗାଳି, ଷ୍ଟମ୍ପ ମାଇକରେ କଏଦ୍ ହେଲା ସ୍ୱର