IPL 2023 ର କାର୍ଯ୍ୟସୂଚୀ ହେଲା ଜାରି, ଜାଣନ୍ତୁ ପ୍ରଥମ ମ୍ୟାଚ କାହା କାହା ମଧ୍ୟରେ ଅଛି, ଦେଖନ୍ତୁ ସମ୍ପୂର୍ଣ କାର୍ଯ୍ୟସୂଚୀ

  1. Home
  2. Cricket News

IPL 2023 ର କାର୍ଯ୍ୟସୂଚୀ ହେଲା ଜାରି, ଜାଣନ୍ତୁ ପ୍ରଥମ ମ୍ୟାଚ କାହା କାହା ମଧ୍ୟରେ ଅଛି, ଦେଖନ୍ତୁ ସମ୍ପୂର୍ଣ କାର୍ଯ୍ୟସୂଚୀ

ipl sc odia


କ୍ରିକେଟ୍ ଖବର: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) 2023 ର ପୂରା ମ୍ୟାଚ୍ ସୂଚୀ ଜାରି ହୋଇଛି। ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ଆଇପିଏଲ୍ ମାର୍ଚ୍ଚ 31 ରୁ ଖେଳାଯିବ । ଚଳିତ ଥର ଟୁର୍ଣ୍ଣାମେଣ୍ଟରେ 10 ଟି ଟିମ୍ ମଧ୍ୟରେ ମୋଟ୍ 70 ଟି ଲିଗ୍ ମ୍ୟାଚ୍ ଖେଳାଯିବ। ମେ 21 ରେ ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ ସରିବ। 

ଆଇପିଏଲର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ସେହିପରି ଫାଇନାଲ୍ ମ୍ୟାଚ୍ ମେ 28 ରେ ଖେଳାଯିବ। 

ଚଳିତ ଥର ଦର୍ଶକ 18 ଟି ଡବଲ୍ ହେଡର ଦେଖିବାକୁ ପାଇବେ। ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ସମସ୍ତ 10 ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳ ଗ୍ରୁପ୍ ଷ୍ଟେଜରେ 14 ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ଦଳ ନିଜ ଘରୋଇ ମାଟିରେ 7ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ବାକି 7ଟି ମ୍ୟାଚ୍ ବିପକ୍ଷ ଦଳଙ୍କ ମାଟିରେ ଖେଳିବେ। 

ଆଇପିଏଲ୍ 2023 ଗ୍ରୁପ୍ :

ଗ୍ରୁପ୍-ଏ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ଗ୍ରୁପ୍-ବି: ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ

IPL schedule

ଆଇପିଏଲ୍ 2023 ରେ 12 ଟି ସ୍ଥାନରେ ମୋଟ 12 ଟି ମ୍ୟାଚ୍ ଖେଳାଯିବ। ଏଥର ଗୌହାଟି, ଧର୍ମଶାଳାକୁ ମଧ୍ୟ ଆଇପିଏଲ ମ୍ୟାଚ୍ ଆୟୋଜନ କରିବାର ସୁଯୋଗ ମିଳିଛି। ଏଥର ମ୍ୟାଚ୍ ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟି, ଧର୍ମଶାଳା ଷ୍ଟାଡିୟମରେ ଖେଳାଯିବ।

ଆଇପିଏଲର ଲାଇଭ ଟେଲିକାଷ୍ଟ ବିଷୟରେ କହିବାକୁ ଗଲେ ଏଥର ଡିଜିଟାଲ ଏବଂ ଟିଭି ଅଧିକାରକୁ ପୃଥକ ଭାବରେ ଦିଆଯାଇଛି। ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଆପଣ ମୋବାଇଲରେ ଆଇପିଏଲ୍ ର ଲାଇଭ୍ ଟେଲିକାଷ୍ଟ ଯଥା Jio ସିନେମାର ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିବାକୁ ପାଇବେ। କାରଣ ଏହାର ଅଧିକାର Viacom18 କୁ ଦିଆଯାଇଛି। ଅନ୍ୟ ପଟେ, ଯଦି ଆପଣ ଟିଭିରେ ମ୍ୟାଚ୍ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଷ୍ଟାର୍ ସ୍ପୋର୍ଟସରେ ଦେଖିପାରିବେ, ଯେଉଁଠାରେ ଆପଣ ଗତ ପାଞ୍ଚ ବର୍ଷ ଧରି ଏହାକୁ ଦେଖୁଥିଲେ। 

ଆହୁରି ପଢ଼ନ୍ତୁ: IPL ରେ ହିରୋ ଆଉ ଅନ୍ତର୍ଜାତୀୟ ମ୍ୟାଚ ରେ ଜିରୋ, ଏହି 5 ଜଣ ଭାରତୀୟ ଖେଳାଳି କେବଳ IPL ଖେଳାଇବାର ଯୋଗ୍ୟ