ଦେଖନ୍ତୁ ଭିଡ଼ିଓ: ଜାଡେଜାଙ୍କ ମ୍ୟାଜିକ୍ ବଲ୍ ରେ କ୍ଲିନ୍ ବୋଲ୍ଡ ହେଲେ ଟିଭ ସ୍ମିଥ, ଆଶ୍ଚର୍ଯ୍ୟ ହୋଇ ଦେଲେ ଏମିତି ରିଏକ୍ସନ

କ୍ରିକେଟ୍ ଖବର: ଆଜିଠାରୁ ନାଗପୁରର ଷ୍ଟାଡିୟମରେ ବୋର୍ଡର୍ ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ଭଲ ସ୍ଥିତିରେ ରହି ମାତ୍ର 2 ୱିକେଟ୍ ହରାଇ 76 ରନ୍ ସ୍କୋର କରିଥିଲା। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ରବିନ୍ଦ୍ର ଜାଡେଜା ଏପରି ହଇଚଇ ସୃଷ୍ଟି କରିଥିଲେ ଯେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଗୋଟିଏ ପରେ ଗୋଟିଏ ଆଉଟ୍ ହୋଇ ଯାଇଥିଲେ। ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ମଧ୍ୟ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଥିଲେ।
ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ 5 ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। କିନ୍ତୁ ସେ ଯେଉଁଭଳି ରୂପେ ସ୍ମିଥଙ୍କୁ ଆଉଟ୍ କରିଥିଲେ, ତାହା ଦେଖିବା ଯୋଗ୍ୟ ଥିଲା। ଏହି ମ୍ୟାଚର 41 ତମ ଓଭରର ଶେଷ ବଲରେ ଜାଡେଜା ସ୍ମିଥଙ୍କ ୱିକେଟ୍ ନେଇଥିଲେ।
ଆହୁରି ପଢ଼ନ୍ତୁ: ନାଗପୁର ଟେଷ୍ଟରେ ଡେବ୍ୟୁ କରିବା ମାତ୍ରେ ସୂର୍ଯ୍ୟକୁମାର ଯାଦବ ସୃଷ୍ଟି କଲେ ଇତିହାସ, ଏହା କରିବାରେ ପ୍ରଥମ ଭାରତୀୟ ଖେଳାଳି ହେଲେ ସେ
ଆଉଟ୍ ହେବା ପରେ ସ୍ମିଥ ନିଜେ କିଛି ସମୟ ପାଇଁ ପିଚକୁ ଚାହିଁ ରହିଥିଲେ। ଏଥିରୁ ଜଣାପଡୁଥିଲା ଯେ ସ୍ମିଥ୍ ନିଜେ ମଧ୍ୟ ବିଶ୍ୱାସ କରିପାରି ନଥିଲେ ଯେ ଜାଡେଜା କିପରି ତାଙ୍କର ଦୃଢ଼ ଡିଫେଣ୍ଡସକୁ ଭାଙ୍ଗିଥିଲେ।
ଦେଖନ୍ତୁ ଭିଡ଼ିଓ :
That 𝐌𝐎𝐌𝐄𝐍𝐓 when @imjadeja let one through Steve Smith's defence! 👌👌
— BCCI (@BCCI) February 9, 2023
Follow the match ▶️ https://t.co/SwTGoyHfZx #TeamIndia | #INDvAUS | @mastercardindia pic.twitter.com/Lj5j7pHZi3