IND vs AUS: ରୋହିତଙ୍କ ଏହି ନିଷ୍ପତ୍ତି ଯୋଗୁଁ ଟିମ୍ ଇଣ୍ଡିଆ ହେବ ତୃତୀୟ ମ୍ୟାଚରେ ପରାଜୟ, ବୋର୍ଡର୍ ଗାଭାସ୍କର ଟ୍ରଫି ଯାଇପାରେ ହାତରୁ

  1. Home
  2. Cricket News

IND vs AUS: ରୋହିତଙ୍କ ଏହି ନିଷ୍ପତ୍ତି ଯୋଗୁଁ ଟିମ୍ ଇଣ୍ଡିଆ ହେବ ତୃତୀୟ ମ୍ୟାଚରେ ପରାଜୟ, ବୋର୍ଡର୍ ଗାଭାସ୍କର ଟ୍ରଫି ଯାଇପାରେ ହାତରୁ

aus team new member


କ୍ରିକେଟ ଖବର: ଟିମ୍ ଇଣ୍ଡିଆ ହାତରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ଜାରି ରଖିଛି। ମାର୍ଚ୍ଚ 1 ତାରିଖରେ ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଇନ୍ଦୋରରେ ଖେଳାଯାଇଥିଲା। ଯେଉଁଠାରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିଥିଲେ। ଏଥି ସହିତ, ରୋହିତବାହିନୀ ପାଇଁ ଆଜିର ଦିନ ଏକ ଫ୍ଲପ୍ ଥିଲା।

ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦଳ ପ୍ରଥମ ଇନିଂସରେ ମାତ୍ର 109 ରନ୍ ଏଏବଂ ଦ୍ଵିତୀୟ ଇନିଂସ ରେ 163 ସ୍କୋର କରିଥିଲା।  ଏହାର ଉତ୍ତରରେ ଅଷ୍ଟ୍ରେଲୀୟମାନେ 197 ରନ କରି ଦେଇଥିଲେ। ଅଷ୍ଟ୍ରେଲିଆ କୁ କେବଳ 75 ରନ୍ ର ଟାର୍ଗେଟ ମିଳିଛି ।

Ind vs aus

ରୋହିତ କଲେ ଏହି ଭୁଲ୍ :

ରୋହିତ ଶର୍ମାଙ୍କ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଦଳ ପାଇଁ ଆଦୌ ଠିକ ହେଲା ନାହିଁ। ଏହା ଦଳର ପତନ ହେବାର ଅନ୍ୟତମ କାରଣ। ଦଳର ଏହି ଅବସ୍ଥାର ଅନ୍ୟ କାରଣ ହେଉଛି ଯେ ଫିଲ୍ଡିଂ ବେଳେ ଭାରତୀୟ ଅଧିନାୟକ ତାଙ୍କର ତିନୋଟି ରିଭ୍ୟୁ ଆରମ୍ଭରେ ବ୍ୟବହାର କରିଥିଲେ। ତେଣୁ, ଯେତେବେଳେ ଦଳ ଶେଷରେ DRS ଆବଶ୍ୟକ କଲା, ଅଧିନାୟକ ଅସହାୟ ଦେଖାଯାଉଥିଲେ।

ଆହୁରି ପଢ଼ନ୍ତୁ: ଆଉଟ୍ ହେବା ପରେ ମଧ୍ୟ ଅଶ୍ୱିନ୍ କଲେ ବେଇମାନି, ଅଷ୍ଟ୍ରେଲିଆ ଖେଳାଳି ଏବଂ ଅମ୍ପାୟାରଙ୍କ ସହ LIVE ମ୍ୟାଚ୍ ରେ କଲେ ଯୁକ୍ତି ତର୍କ