ଦେଖନ୍ତୁ ଭିଡ଼ିଓ: କୋହଲି କ୍ୟାଚ୍ ଡ୍ରପ୍ କରିବା ପରେ ଡ୍ରେସିଂ ରୁମରେ ରାହୁଲ ଦ୍ରାବିଡ କଲେ ତାଙ୍କୁ କ୍ଳାସ୍, ଭିଡ଼ିଓ ହେଲା ଭାଇରାଲ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: କୋହଲି କ୍ୟାଚ୍ ଡ୍ରପ୍ କରିବା ପରେ ଡ୍ରେସିଂ ରୁମରେ ରାହୁଲ ଦ୍ରାବିଡ କଲେ ତାଙ୍କୁ କ୍ଳାସ୍, ଭିଡ଼ିଓ ହେଲା ଭାଇରାଲ

virat


କ୍ରିକେଟ୍ ଖବର: ନାଗପୁରରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ସଂପୂର୍ଣ୍ଣ ଭାବେ ଭାରତ ସପକ୍ଷରେ ଥିଲା। ପ୍ରଥମେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆକୁ 177 ରନରେ ସୀମିତ ରଖିଥିଲେ, ଏହା ପରେ ଦିନର ଖେଳ ଶେଷ ପର୍ଯ୍ୟନ୍ତ 1 ୱିକେଟ୍ ହରାଇ 77 ରନ୍ ସ୍କୋର କରି ନିଜ ସ୍ଥିତିକୁ ଦୃଢ଼ କରିଥିଲା ଭାରତ।

ପ୍ରଥମ ଦିନର ହିରୋ ରବିନ୍ଦ୍ର ଜାଡେଜା ଏବଂ ରୋହିତ ଶର୍ମା ହୋଇଛନ୍ତି। ଯେଉଁଠାରେ ଜାଡେଜା 5 ୱିକେଟ୍ ନେଇଥିଲେ, ଆଉ ଅଧିନାୟକ ରୋହିତ 56 ରନ୍ ସ୍କୋର କରିବା ପରେ ଅପରାଜିତ ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଆଲୋଚନାରେ ରହିଥିଲେ।

ପୂର୍ବତନ ଅଧିନାୟକ ବିରାଟ କୋହଲି ଜଣେ ଉତ୍କୃଷ୍ଟ ଫିଲ୍ଡର ଭାବରେ ପରିଚିତ ଏବଂ ତାଙ୍କଠାରୁ ବଲ ଖସିବା କିମ୍ବା ମିସ୍ ଫିଲ୍ଡ ପ୍ରାୟ ଅସମ୍ଭବ, କିନ୍ତୁ କୋହଲି ମ୍ୟାଚର 15 ତମ ଓଭରରେ ଷ୍ଟିଭ ସ୍ମିଥଙ୍କ କ୍ୟାଚ ଛାଡିଥିଲେ।  କୋହଲି ଏଥିରେ ନିରାଶ ଦେଖାଯାଉଥିଲେ। ଯଦିଓ କୋହଲିଙ୍କ କ୍ୟାଚ୍ ଛାଡିବା ଭାରତକୁ ଅଧିକ ମହଙ୍ଗା ହୋଇନଥିଲା ଏବଂ ସ୍ମିଥ୍ 37 ରନରେ ଜାଡେଜାଙ୍କ ବଲରେ ବୋଲଡ଼ ଆଉଟ୍ ହୋଇଥିଲେ, କିନ୍ତୁ ଯଦି କୋହଲି ସେହି କ୍ୟାଚ୍ ଧରିଥାନ୍ତେ ତେବେ ଅଷ୍ଟ୍ରେଲିଆ ହୁଏତ 150 ରନ ଅତିକ୍ରମ କରିନଥାନ୍ତା।

Virat

କ୍ୟାଚ୍ ଡ୍ରପ୍ କରି ନିରାଶ ହୋଇଥିବା କୋହଲି ମଧ୍ୟାହ୍ନ ଭୋଜନ ବିରତି ସମୟରେ ବୋଲିଂ କୋଚ୍ ପାରାସ ମହମ୍ବ୍ରେ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏହା ଅନୁମାନ କରିବା କଷ୍ଟସାଧ୍ୟ ଯେ କୋହଲି ମହମ୍ବ୍ରେ ଏବଂ ଦ୍ରାବିଡଙ୍କ ସହ କ’ଣ କଥା ହୋଇଥିଲେ, କିନ୍ତୁ ଅନୁମାନ କରାଯାଇପାରେ ଯେ କୋହଲି ତାଙ୍କ ଫିଲ୍ଡିଂ ବିଷୟରେ କୋଚଙ୍କ ସହ କଥାବାର୍ତ୍ତା ହେଉଥିଲେ। ଯାହା ତାଙ୍କ ହାତର ହାଵଭାବରୁ ଜଣାପଡୁଥିଲା। କୋହଲି, ମହମ୍ବ୍ରେ ଏବଂ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ :

ଆହୁରି ପଢ଼ନ୍ତୁ : ନାଗପୁର ଟେଷ୍ଟରେ ଡେବ୍ୟୁ କରିବା ମାତ୍ରେ ସୂର୍ଯ୍ୟକୁମାର ଯାଦବ ସୃଷ୍ଟି କଲେ ଇତିହାସ, ଏହା କରିବାରେ ପ୍ରଥମ ଭାରତୀୟ ଖେଳାଳି ହେଲେ ସେ