ପରାଜୟରେ ଟିମ୍ ଇଣ୍ଡିଆକୁ ଲାଗିଲା ଏକ ଶକ୍ତ ଧକ୍କା, ରୋହିତଙ୍କୁ WTC ଫାଇନାଲ୍ ଖେଳିବା ପାଇଁ ଏହି ଦଳକୁ କରିବାକୁ ପଡିବ ଗୁହାରି!

  1. Home
  2. Cricket News

ପରାଜୟରେ ଟିମ୍ ଇଣ୍ଡିଆକୁ ଲାଗିଲା ଏକ ଶକ୍ତ ଧକ୍କା, ରୋହିତଙ୍କୁ WTC ଫାଇନାଲ୍ ଖେଳିବା ପାଇଁ ଏହି ଦଳକୁ କରିବାକୁ ପଡିବ ଗୁହାରି!

ind vs aus..


କ୍ରିକେଟ ଖବର: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚକୁ ବର୍ତ୍ତମାନ ତିନି ମାସ ବାକି ଅଛି। ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ପାଇବା ପାଇଁ ଭାରତୀୟ ଦଳ ଏବଂ ଶ୍ରୀଲଙ୍କା ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅଷ୍ଟ୍ରେଲିଆ ଦଳ ଏହାର ସ୍ଥାନ ନିଶ୍ଚିତ କରିଛି। ଇନ୍ଦୋରରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ପରାସ୍ତ କରିବା ପରେ ଦଳ ଫାଇନାଲ ମ୍ୟାଚରେ ପ୍ରବେଶ କରିଛି। ଏହି ପରାଜୟ ଭାରତକୁ WTC ଫାଇନାଲ୍ 2023 ଖେଳିବାରେ ସନ୍ଦେହ ସୃଷ୍ଟି କରିଛି। କିନ୍ତୁ ଦଳକୁ ଫାଇନାଲ୍ ମ୍ୟାଚ ଖେଳିବା ପାଇଁ ଆହୁରି ଗୋଟିଏ ଦୁଇଟି ସୁଯୋଗ ଅଛି। ତେବେ ଆସନ୍ତୁ ଜାଣିବା କିପରି ରୋହିତବାହିନୀ ଫାଇନାଲରେ ପହଞ୍ଚି ପାରିବେ....

ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷରେ ଚାରୋଟି ଟେଷ୍ଟ ମ୍ୟାଚର ବୋର୍ଡର ଗାଭାସ୍କର ସିରିଜ୍ ଖେଳୁଛି। ସିରିଜର ତିନୋଟି ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାବେଳେ କଙ୍ଗାରୁ ଦଳ ତୃତୀୟ ମ୍ୟାଚ୍ ଜିତିଛି। ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ 2023 ରେ ଏକ ସ୍ଥାନ ନିଶ୍ଚିତ କରିଛି। 

ind vs aus

କାରଣ ଏହି ବିଜୟ ସହିତ ଅଷ୍ଟ୍ରେଲିଆର ଖାତାରେ 68.52 ପଏଣ୍ଟ ଆସିଛି। ବର୍ତ୍ତମାନ ଦଳ WTC ଫାଇନାଲ 2023 ପାଇଁ ଟିକେଟ୍ ସୁରକ୍ଷିତ କରିଛି। ତେଣୁ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ମ୍ୟାଚର ଫଳାଫଳକୁ ସେ ବର୍ତ୍ତମାନ ଚିନ୍ତା କରିବେ ନାହିଁ। ଇନ୍ଦୋରରେ ବିଜୟ ଫାଇନାଲରେ ଅଷ୍ଟ୍ରେଲିଆର ସ୍ଥାନ ନିଶ୍ଚିତ କରିଥିବାବେଳେ ଭାରତର ପରାଜୟ ଫାଇନାଲକୁ ଯିବା ରାସ୍ତାକୁ ଆହୁରି କଷ୍ଟସାଧ୍ୟ କରିଛି।  ତେବେ ଖୁସି ଖବର ହେଉଛି ଟିମ୍ ଇଣ୍ଡିଆ ଫାଇନାଲ ମ୍ୟାଚ୍ ଖେଳିବାର ଆଶା ରହିଛି। ଏଥିପାଇଁ ତାଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ।

ଏହି କାମ କଲେ ଟିମ୍ ଇଣ୍ଡିଆ ଯିବ WTC ଫାଇନାଲକୁ !

ବାସ୍ତବରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଯଦି ଭାରତକୁ WTC ଫାଇନାଲ ପାଇଁ ଟିକେଟ ପାଇବାକୁ ଚାହେଁ, ତେବେ ଟିମ୍ ଇଣ୍ଡିଆକୁ ଚତୁର୍ଥ ମ୍ୟାଚ୍ ଜିତିବାକୁ ପଡିବ। ଏଥି ସହିତ, ଯଦି ଏହି ମ୍ୟାଚ୍ ଡ୍ର ରହିଯାଏ କିମ୍ବା ଯଦି ଦଳ ହାରିଯାଏ, ତେବେ ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ଟେଷ୍ଟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। କାରଣ କିୱି ଦଳ ଏହି ସିରିଜ୍ ଜିତେ କିମ୍ବା ଏହାକୁ ଡ୍ରରେ ଶେଷ କରେ। ତେବେ ଫାଇନାଲରେ ପହଞ୍ଚିବା ପାଇଁ ଭାରତର ଦ୍ୱାର ଖୋଲିଯିବ। 

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାର ବିଜୟ ସହିତ ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା, WTC ଫାଇନାଲ୍ ରେସ୍ ରୁ ଭାରତ ବାହାର !