ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ର ହୁଏ, ତେବେ ଟିମ୍ ଇଣ୍ଡିଆର WTC ଫାଇନାଲ୍ ଖେଳିବାର ସ୍ୱପ୍ନ ଭାଙ୍ଗିଯିବ ! ଶ୍ରୀଲଙ୍କା ପାଇଁ ଖୋଲିଯିବ ରାସ୍ତା

କ୍ରିକେଟ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା 4 ଟି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 480 ରନ୍ ସଂଗ୍ରହ କରିଥିଲା। ତୃତୀୟ ଦିନର ଖେଳ ଶେଷ ହେବା ପରେ ଟିମ୍ ଇଣ୍ଡିଆ 289 ରନ୍ ସଂଗ୍ରହ କରି 3 ୱିକେଟ୍ ହରାଇଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ 191 ରନ୍ ପଛରେ ରହିଛି।
ଏହି ମ୍ୟାଚର ଫଳାଫଳ ପାଇବା କଷ୍ଟକର ମନେହେଉଛି। ଯଦି ଏହି ଟେଷ୍ଟର ରେଜଲ୍ଟ ଆସିବ ନାହିଁ, ତେବେ ଟିମ୍ ଇଣ୍ଡିଆ WTC ଫାଇନାଲରେ ପହଞ୍ଚିବାରେ ସକ୍ଷମ ହେବ ନାହିଁ ବୋଲି ଆଲୋଚନା ହେଉଛି। ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ମନରେ ଚାଲୁଥିବ ଯେ, କଣ ଏହି ଟେଷ୍ଟ ଡ୍ର ହୋଇଗଲେ ଟିମ୍ ଇଣ୍ଡିଆ ଆଉ WTC ଫାଇନାଲରେ ପହଂଚିବ ନାହିଁ। ତେବେ ଆସନ୍ତୁ ଜାଣିବା ଯଦି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଡ୍ର ହୋଇଛି, ତେବେ ଫାଇନାଲରେ ପହଁଚିବା ସମୀକରଣ କ’ଣ ହେବ?
ଯେକୌଣସି ପରିସ୍ଥିତିରେ, ଅହମ୍ମଦାବାଦ ଟେଷ୍ଟରେ ବିଜୟ ପଞ୍ଜିକୃତ କରିବାକୁ ପଡିବ ଟିମ୍ ଇଣ୍ଡିଆକୁ :
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ଡ୍ର ହେବା ଭଳି ମନେ ହେଉଛି। ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 480 ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ପାଇଁ ଅସୁବିଧା ସୃଷ୍ଟି କରିଛି। ତେବେ ଭାରତୀୟ ଦଳ କୌଣସି ପରିସ୍ଥିତିରେ ଏହି ଟେଷ୍ଟ ମ୍ୟାଚକୁ ସେମାନଙ୍କ ହାତରୁ ଛାଡିବାକୁ ଚାହୁଁନାହିଁ।
ବର୍ତ୍ତମାନ ବିରାଟ କୋହଲି ଅର୍ଦ୍ଧଶତକ ସହ ରବିନ୍ଦ୍ର ଜାଡେଜା 16 ରନ୍ ସ୍କୋର କରି କ୍ରିଜରେ ଅଛନ୍ତି। ଯଦି ଏହି ଉଭୟ ଖେଳାଳି କ୍ରିଜରେ ରୁହନ୍ତି ତେବେ ସେମାନେ ଟିମ୍ ଇଣ୍ଡିଆର ମ୍ୟାଚ୍ ବିଜେତା ଖେଳାଳି ବୋଲି ପ୍ରମାଣ କରିପାରିବେ। ଟିମ୍ ଇଣ୍ଡିଆକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବା ପାଇଁ ଏହି ମ୍ୟାଚ ଜିତିବା ଆବଶ୍ୟକ।
ଯଦି ଟିମ୍ ଇଣ୍ଡିଆ ଏହି ଟେଷ୍ଟରେ ଜିତେ, ତେବେ WTC ର ଫାଇନାଲ୍ ଖେଳିବାରେ ଏହା ଦ୍ୱିତୀୟ ଦଳ ହେବ। ଯଦିଓ ଅଷ୍ଟ୍ରେଲିଆ WTC ର ଫାଇନାଲ ଖେଳିବାକୁ ନିଶ୍ଚିତ ହୋଇଛି। କିନ୍ତୁ ବଡ ପ୍ରଶ୍ନ ହେଉଛି ଯଦି ଏହି ଟେଷ୍ଟ ମ୍ୟାଚ୍ ଡ୍ର ରହିଯାଏ, ତେବେ କେଉଁ ସମୀକରଣ ଅଧୀନରେ ଭାରତ WTC ଫାଇନାଲରେ ପହଞ୍ଚିବ?
ଯଦି ଶେଷ ମ୍ୟାଚରେ ଦଳ ପରାଜୟ ହୁଏ, ତେବେ WTC ଫାଇନାଲରୁ ବାହାରିପାରେ!
WTC ର ଫାଇନାଲରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆ ପାଇଁ ଭାରତୀୟ ପ୍ରଶଂସକମାନେ ବହୁତ ଚିନ୍ତିତ ଅଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପାଇଁ ଅସୁବିଧା ସୃଷ୍ଟି କରିଛି। ଯଦି ଟିମ୍ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚ୍ ଡ୍ର ଖେଳୁଛି, ତେବେ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା 2 ଟେଷ୍ଟ ସିରିଜ୍ ଉପରେ ନିର୍ଭର କରିବାକୁ ପଡିବ।
ଯଦି ଶ୍ରୀଲଙ୍କା ଦଳ ନ୍ୟୁଜିଲ୍ୟାଣ୍ଡକୁ 2-0 ରେ ପରାସ୍ତ କରିବ ତେବେ WTC ଫାଇନାଲ ଖେଳିବା ଭାରତର ସ୍ୱପ୍ନ କେବଳ ଏକ ସ୍ୱପ୍ନ ହୋଇ ରହିବ। ଏହା ପରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଖେଳାଯିବ। କିନ୍ତୁ ଭାରତ ନ୍ୟୁଜିଲାଣ୍ଡ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ ଯେ ଯଦି ଦଳ ଶ୍ରୀଲଙ୍କାକୁ ପରାସ୍ତ କରେ, ତେବେ ଭାରତ ଇଂଲଣ୍ଡରେ ଅଷ୍ଟ୍ରେଲିଆ ସହିତ ଫାଇନାଲ ଖେଳିପାରିବ।
WTC ଫାଇନାଲ ସମୀକରଣ କେମିତି ନିର୍ଧାରିତ ହୁଏ ?
WTC 2021-2023 ରେ ଦଳଗୁଡିକ ବିଜୟ ପାଇଁ 12 ପଏଣ୍ଟ, ଡ୍ର ପାଇଁ 4 ଏବଂ ଟାଇ ପାଇଁ 6 ପଏଣ୍ଟ ପାଇବେ । ଲିଡବୋର୍ଡ ନିର୍ଣ୍ଣୟ କରିବା ପାଇଁ ପଏଣ୍ଟ % ସିଷ୍ଟମ (PCT) ବ୍ୟବହୃତ ହେବ । ଭାରତର ପଏଣ୍ଟ 60.29% ଅଛି ଏବଂ ଶ୍ରୀଲଙ୍କା ର 55% ଅଛି, ତେବେ ଯଦି ନିଉଜିଲାଣ୍ଡ ବିପକ୍ଷ 2ଟି ମ୍ୟାଚ କୁ ଶ୍ରୀଲଙ୍କା ଜିତିଯାଏ, ସେ ଭାରତ ଠାରୁ ଆଗକୁ ଚାଲିଯିବ ଏବଂ ଏମିତିରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ WTC ଫାଇନାଲ ଖେଳାଯିବ ।
ଆହୁରି ପଢ଼ନ୍ତୁ: ଶ୍ରେୟସ୍ ଆୟରଙ୍କ ବୋଲିଂ ଦେଖି ହସି ହସି ପଡ଼ିଆରେ ବସି ପଡିଲେ ରୋହିତ, ସ୍ମିଥ୍ ବି ଜାଣି ପାରିଲେନି କେମିତି ଖେଳିବେ, ଦେଖନ୍ତୁ ଭିଡ଼ିଓ