LIVE ମ୍ୟାଚରେ ପଶି ଆସିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହମସକଲ୍, ସୂର୍ଯ୍ୟଙ୍କ ସହ କଲା ଏଭଳି କାମ, ଜାଣନ୍ତୁ ଏହି ବ୍ୟକ୍ତି କିଏ?

  1. Home
  2. Cricket News

LIVE ମ୍ୟାଚରେ ପଶି ଆସିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହମସକଲ୍, ସୂର୍ଯ୍ୟଙ୍କ ସହ କଲା ଏଭଳି କାମ, ଜାଣନ୍ତୁ ଏହି ବ୍ୟକ୍ତି କିଏ?

Hardik-Pandya-duplicate


କ୍ରିକେଟ୍ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀରେ ଖେଳାଯାଇଥିଲା, ଭାରତ ଏହି ମ୍ୟାଚକୁ 6 ୱିକେଟରେ ଜିତି ପ୍ରାୟ ସିରିଜକୁ କାବୁ କରିଛି। ଏହି ସିରିଜରେ 2-0ରେ ଆଗୁଆ ରହି ଭାରତ ବର୍ତ୍ତମାନ ସିରିଜକୁ ଆଗେଇ ନେଉଛି। ତେବେ ଏହି ମ୍ୟାଚ୍ ସମୟରେ ଭାରତର ଟି -20 ଫର୍ମାଟ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ହମସକଲ୍ ହଠାତ୍ ଭାରତର ଡ୍ରେସିଂ ରୁମରେ ପହଞ୍ଚିଥିଲା। ଏହା ପରେ ସୋସିଆଲ ମିଡିଆରେ କିଛି ଫୋଟ ଚିତ୍ର ଭାଇରାଲ ହେବାରେ ଲାଗିଛି ଯାହା ପାଣ୍ଡ୍ୟାଙ୍କ ପରି ଦେଖାଯାଉଥିବା ସହ ପାଣ୍ଡ୍ୟାଙ୍କ ପରି ଅଭିନୟ ବି କରୁଛନ୍ତି।

ଏହି ମ୍ୟାଚ୍ ସମୟରେ ହଠାତ୍ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଲୁକ୍ ଦେଖିବାକୁ ମିଳିଥିଲା। ସମସ୍ତେ ତାଙ୍କୁ ହାର୍ଦିକ ବୋଲି ଭାବି ନେଇଥିଲେ। କିନ୍ତୁ ଭାଇରାଲ୍ ଚିତ୍ରରେ ଦେଖାଯାଇଥିବା ବ୍ୟକ୍ତି ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଟି ଦିଲୀପ ଅଟନ୍ତି।ସେ ବେଞ୍ଚ ଉପରେ ବସିଥିବା ବେଳେ ହାର୍ଦ୍ଦିକଙ୍କ ପରି ଦେଖାଯାଉଥିଲେ। ଯେଉଁଥିପାଇଁ ପ୍ରଶଂସକମାନେ ତାଙ୍କୁ ଦେଖି ଦ୍ୱନ୍ଦ୍ୱରେ ପଡ଼ିଗଲେ। 

pandya duplicate

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ 17 ରୁ ବୋର୍ଡର୍ ଗାଭାସ୍କର ଟ୍ରଫି ପରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ। ଏହି ସିରିଜ ପାଇଁ ଭାରତର 17 ଜଣିଆ ଦଳ ଘୋଷଣା କରାଯାଇଛି।  ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ସେ ଉପଅଧିନାୟକ ଅଛନ୍ତି।

ଏହି ସମୟରେ ସେ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। କାରଣ ରୋହିତ ଶର୍ମା ପରିବାରର କିଛି କାମ ହେତୁ ଦଳର ନେତୃତ୍ୱ ନେଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ସେ ଦ୍ୱିତୀୟ ଦିନିକିଆରେ ନେତୃତ୍ୱ ନେବେ।

ଆହୁରି ପଢ଼ନ୍ତୁ: KL ରାହୁଲ ଠାରୁ ଛଡ଼ାଇ ନିଆଗଲା ଉପ ଅଧିନାୟକ ପଦ, ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ ପାଇଁ ଏହି ଖେଳାଳିଙ୍କୁ ଉପଅଧିନାୟକ କଲା BCCI