LIVE ମ୍ୟାଚରେ ପଡ଼ିଆରେ ପଶିଗଲା କୁକୁର, ଧରିବାକୁ ଯାଇ ଜାଡେଜା ହେଲେ ଫେଲ୍, ରୋହିତ-ଅକ୍ସର ଜାଡୁଙ୍କୁ ଦେଖି ହସି ହସି ହେଲେ ବେଦମ

କ୍ରିକେଟ ଖବର: ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଫିଲ୍ଡିଂ ବେଳେ ଭାରତୀୟ ଦଳ ବହୁତ ଖରାପ ଆରମ୍ଭ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପାଣ୍ଡ୍ୟା ଏବଂ କୂଳଦୀପ ଯାଦବ ମ୍ୟାଚକୁ ଭାରତ କବ୍ଜାକୁ ଆଣିଥିଲେ। ଆଉ ଅଷ୍ଟ୍ରେଲିଆ ଦଳକୁ ମାତ୍ର 269 ରନରେ ଅଲ ଆଉଟ୍ କରିଥିଲେ।
କିନ୍ତୁ, ଏହାପୂର୍ବରୁ ଏହି ରୋମାଞ୍ଚକର ମ୍ୟାଚର ମଧ୍ୟଭାଗରେ ଖେଳ ବନ୍ଦ କରିବାକୁ ପଡିଥିଲା। କାରଣ ମ୍ୟାଚ ଚାଲୁଥିବା ସମୟରେ ପଡ଼ିଆ ମଧ୍ୟକୁ ବୁଲା କୁକୁର ପଶି ଆସିଥିଲା। ଆଉ ତାକୁ ଘଉଡାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗ୍ରାଉଣ୍ଡ ଷ୍ଟାଫ୍। ଆଉ ଗ୍ରାଉଣ୍ଡ ଷ୍ଟାଫଙ୍କୁ ସାହାଯ୍ୟ କରିଥିଲେ ରବୀନ୍ଦ୍ର ଜାଡେଜା।
ଏହି କାରଣରୁ ଯୋଗୁଁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଯାହାର ଭିଡିଓ ଭାଇରାଲ ହେଉଛି। ବାସ୍ତବରେ ପ୍ରଥମ ଇନିଂସର 37 ତମ ଓଭର ଚାଲିଥିଲା। ଏହି ସମୟରେ, କୁକୁର କେଉଁଠାରୁ ଆସି ଗ୍ରାଉଣ୍ଡରେ ବୁଲିବା ଆରମ୍ଭ କଲା। ତାକୁ ଧରିବା ପାଇଁ ଗ୍ରାଉଣ୍ଡ ଷ୍ଟାଫ୍ ନାକେଦମ୍ ହୋଇଥିଲେ। ଏହି ସମୟରେ ରବିନ୍ଦ୍ର ଜାଡେଜା ମଧ୍ୟ କୁକୁର ସହିତ ମଜା କରିବାକୁ ଚେଷ୍ଟା କରିଥିଲେ।
କୁକୁରଟି ଯେପରି ଗ୍ରାଉଣ୍ଡରେ ଦୌଡୁଥିଲା ଆଉ ଜାଡେଜା ଯେଉଁଭଳି କୁକୁର ସହିତ ମଜା କରିଥିଲେ, ତାକୁ ଦେଖି ପଡ଼ିଆରେ ଫିଲ୍ଡିଂ କରୁଥିବା ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମଗ୍ର ଟିମ୍ ଇଣ୍ଡିଆ ଖେଳାଳି ଜୋରରେ ହସୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବ୍ୟାଟିଂ କରୁଥିବା ସଚିନ ଆବଟ ମଧ୍ୟ ହସି ହସି ବସି ପଡ଼ିଥିଲେ।
ଦେଖନ୍ତୁ ଭିଡ଼ିଓ:
#jadeja having some fun with the dog.#INDvsAUS #Chepaukstadium pic.twitter.com/ODRnuo5q5b
— Asvanth (@asvanth1808) March 22, 2023
ଆହୁରି ପଢ଼ନ୍ତୁ: ପାକିସ୍ତାନ ବିଶ୍ୱକପ ଜିତିବ ଏବଂ ବାବର ଅହମ୍ମଦାବାଦରେ ଟ୍ରଫି ଉଠାଇବେ", ଶୋଏବ ଅଖତର କହିଲେ ଭାରତ ସହିତ 2011 ର ପ୍ରତିଶୋଧ ନେବୁ ଏବଂ...