ଷ୍ଟିଙ୍ଗ ଅପରେସନ କରି ଚାଞ୍ଚଲ୍ୟକର ତଥ୍ୟ ଦେଲେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା, କହିଲେ "କୋହଲି ଏବଂ ରୋହିତ ଦୁହେଁ..."

  1. Home
  2. Cricket News

ଷ୍ଟିଙ୍ଗ ଅପରେସନ କରି ଚାଞ୍ଚଲ୍ୟକର ତଥ୍ୟ ଦେଲେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା, କହିଲେ "କୋହଲି ଏବଂ ରୋହିତ ଦୁହେଁ..."

chetan sharma on team india


କ୍ରିକେଟ୍ ଖବର: ଫେବ୍ରୁଆରି ୧୭ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଜାତୀୟ ଗଣମାଧ୍ୟମ 'ଜି ନ୍ୟୁଜ'ର ଏକ ଷ୍ଟିଙ୍ଗ ଅପରେସନରେ ବଡ଼ ବୟାନ ଦେଇଛନ୍ତି। ଯାହା ବିସିସିଆଇ ସମେତ ଅନେକ ଖେଳାଳିଙ୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେ କହିଛନ୍ତି 'ଭାରତୀୟ ଟିମର ଖେଳାଳି ଫିଟ ରହିବାକୁ ଇଞ୍ଜେକସନ ନିଅନ୍ତି। କେବଳ ଏତିକି ନୁହେଁ, ଭାରତୀୟ ଦଳର କିଛି ବଡ଼ କ୍ରିକେଟର ବି ଇଞ୍ଜେକ୍ସନ୍‌ ନେଇଥା'ନ୍ତି। ଏପରିକି ଟିମ୍ ବାହାରେ ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ବି ଉକ୍ତ ଖେଳାଳିମାନେ ଆହତ ‌ହୁଅନ୍ତି, ସେମାନଙ୍କ ଡାକ୍ତର ତାଙ୍କୁ ଫିଟ୍‌ କରାଇବା ପାଇଁ ଇଞ୍ଜେକ୍ସନ୍‌ ଯୋଗାଇ ଦିଅନ୍ତି ବୋଲି ଚେତନ କହିଛନ୍ତି। 

ସେହିପରି ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଶାରୀରିକ ଭାବେ ଅଯୋଗ୍ୟଥାନ୍ତି। କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ। କିଛି ଷ୍ଟାର ଖେଳାଳି ସଂପୂର୍ଣ୍ଣ ସୁସ୍ଥ ହୋଇନଥିଲେ ମଧ୍ୟ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ) ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ଓ ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି ଚେତନ କହିଛନ୍ତି।

ସେହିପରି ବିରାଟ କୋହଲି, ରୋହିତ ଶର୍ମା ଓ ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଉପରେ ବି ମତ ରଖିଛନ୍ତି । ଚେତନ କହିଛନ୍ତି, ୨୦୨୧ ର ଟି- ୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ।ଏବେ ବି ଦଳ କୋହଲିଙ୍କ କଥାରେ ଚାଲୁଛି। ରୋହିତ ଅଧିନାୟକ ଥିବା ସତ୍ତ୍ୱେ ସବୁ ନିଷ୍ପତ୍ତି କୋହଲି ନେଉଥିବା କହିଛନ୍ତି ଚେତନ ଶର୍ମା।

chetan sharma

ରୋହିତ ଓ କୋହଲିଙ୍କ ଭିତରେ କୌଣସି ବିବାଦ ନାହିଁ। କିନ୍ତୁ ପରସ୍ପର ପ୍ରତି ଇର୍ଷା ଓ ଅହଙ୍କାର ଭାବ ରହିଛି। ସେ ଆହୁରି କହିଛନ୍ତି, କୋହଲି ଓ ଗାଙ୍ଗୁଲିଙ୍କ ଭିତରେ ଇର୍ଷା ଯୋଗୁ ଫାଟ ସୃଷ୍ଟି ହୋଇଥିଲା। ତେଚନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନ୍ର ଖୁଲାସା ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କାଠଗଡ଼ାକୁ ଟଣା ହୋଇଛି ଭାରତୀୟ କ୍ରିକେଟ ବୋର୍ଡ। 

ଚେତନଙ୍କ କହିବାନୁସାରେ, ଶୁବମନ ଗିଲଙ୍କୁ ଟି-୨୦ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ଦେଖି ସେ ହିଁ ଟି- ୨୦ ପାଇଁ ନେତୃତ୍ବ ନେଇପାରିବେ ଏବଂ ରୋହିତ ଧୀରେ ଧୀରେ ଟି- ୨୦ ଦଳରୁ ସଂପୂର୍ଣ୍ଣ ଭାବେ ହଟିଯିବେ ବୋଲି ଚୟନ ସମିତି ଚାହୁଥିଲା। 

ହାର୍ଦ୍ଦିକ ଯେତେବେଳେ ବି ଦିଲ୍ଲୀ ଆସୁଥିଲେ ଚେତନଙ୍କ ଘରକୁ ଯାଇ ଘଣ୍ଟା ଘଣ୍ଟା ସମୟ ବିତାଉଥିଲେ। ଏପରିକି ହାର୍ଦ୍ଦିକଙ୍କ ଉପସ୍ଥିତିରେ ରୋହିତଙ୍କ ସହିତ ମଧ୍ୟ ଚେତନ ଅଧିକ ସମୟ ଫୋନରେ ଆଲୋଚନା କରୁଥିଲେ। ଟି-୨୦ କ୍ରିକେଟରେ ଯୁବ ଖେଳାଳିମାନଙ୍କୁ ସାମିଲ କରାଯିବା ପଛରେ ତାଙ୍କ ହାତ ଥିବା ଚେତନ ସ୍ବୀକାର କରିଛନ୍ତି। ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଗିଲ୍ ଇତ୍ୟାଦି ଖେଳାଳିମାନଙ୍କୁ ସେ ହିଁ ନିଜେ ଦଳରେ ଭର୍ତ୍ତି କରାଇଥିବା ଚେତନ ସ୍ବୀକାର କରିଥିଲେ।

ଏହାପରେ ଚେତନ ଶର୍ମା ନିଜ କଥାକୁ ଓଲଟାଇ କହିଛନ୍ତି, ଟିମ୍‌ ମ୍ୟାନେଜମେଣ୍ଟ ଜାଣିନାହିଁ ଖେଳାଳି ମାନେ କିପରି ଆଉ କେମିତି ଇଞ୍ଜେକ୍ସନ ନିଅନ୍ତି । ତେବେ ଖେଳାଳି ଇଞ୍ଜେକ୍ସନ ନେଇଥିବା କଥା ମୁଁ ଜାଣିଛି, ହେଲେ ଏହାକୁ ପ୍ରମାଣିତ କରିବାକୁ ମୋ ପାଖରେ କୌଣସି ପ୍ରମାଣ ନାହିଁ । ତେବେ ଏହି ଖବର ପ୍ରସାରିତ ହେବା ପରେ କ୍ରିକେଟ ଦୁନିଆରେ ଆଲୋଡ଼ନ ଖେଳିଯାଇଛି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନଙ୍କୁ ବଡ଼ ଧକ୍କା ଲାଗିଛି।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ଦିଲ୍ଲୀ କ୍ୟାପିଟାଲ୍ସ ସେୟାର କଲା ଏହି ଖାସ୍ ଭିଡ଼ିଓ, ଜେମିମା ରୋଡ୍ରିଗୁସ୍ ଏବଂ ରାଧା ଯାଦବ କଲେ ମସ୍ତି