ବଡ ଖବର! WTC Final ରେ ଧୋନୀଙ୍କ ହେବ ଏଣ୍ଟ୍ରି, ଖେଳିପାରନ୍ତି Farewell ମ୍ୟାଚ, ପଢନ୍ତୁ ଏହି ଖାସ ରିପୋର୍ଟ

  1. Home
  2. Cricket News

ବଡ ଖବର! WTC Final ରେ ଧୋନୀଙ୍କ ହେବ ଏଣ୍ଟ୍ରି, ଖେଳିପାରନ୍ତି Farewell ମ୍ୟାଚ, ପଢନ୍ତୁ ଏହି ଖାସ ରିପୋର୍ଟ

wtc dhoni


ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଟିମ ଇଣ୍ଡିଆକୁ କମବ୍ୟାକ କରିପାରନ୍ତି ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ଭାରତକୁ ବିଶ୍ୱ ବିଜେତା କରାଇବା ପାଇଁ ଦଳକୁ ଫେରିପାରନ୍ତି କ୍ୟାପଟେନ କୁଲ ମାହି । ଟେଷ୍ଟରୁ ଅବସର ନେବାର ୧୦ ବର୍ଷ ପରେ ପୁଣିଥରେ ଧୋନୀ ପିନ୍ଧି ପାରନ୍ତି ଟିମ ଇଣ୍ଡିଆର ହ୍ୱାଇଟ ଜର୍ସି । ତେବେ ଏହି ପ୍ରସ୍ତାବକୁ ଭାରତର ପୂର୍ବତନ ହେଡ କୋଚ ରବି ଶାସ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଜଣେ ୱିକେଟ କିପର ଭାବରେ ଧୋନୀ ଏବେ ମଧ୍ୟ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଖେଳିପାରିବେ ।

ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଧୋନୀଙ୍କୁ ପୁଣିଥରେ ଦଳରେ ସାମିଲ କରିବା ପାଇଁ ସୋସିଆଲ ମିଡିଆରେ ଦାବି ଜୋର ଧରିଛି। ଏହି ମହାମୁକାବିଲା ପାଇଁ ଭାରତୀୟ ଦଳ ୧୫ ଜଣିଆ ଦଳ ଘୋଷଣା କରିଥିବା ବେଳେ ମୁଖ୍ୟ ୱିକେଟ କିପର ଭାବରେ କେ.ଏଲ ରାହୁଲଙ୍କ ନାମ ରହିଛି। କିନ୍ତୁ କ୍ରିକେଟପ୍ରେମୀ ଧୋନୀଙ୍କୁ ପୁଣିଥରେ ଦଳରେ କମବ୍ୟାକ କରାଇବା ପାଇଁ ଦାବି କରିଛନ୍ତି। ସେପଟେ ଏହି ଦାବିକୁ ସ୍ୱୀକାର କରିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ ।

dhoni kohli test

ସେ କହିଛନ୍ତି ଯେ, ହଁ, ଧୋନୀ ଅନେକ ଯୁବ ୱିକେଟ କିପରଙ୍କୁ ମାର୍ଗଦର୍ଶନ କରାଇଛନ୍ତି । ତେବେ ବିଶେଷ କରି ଆଇପିଏଲରେ ୱିକେଟ କିପିଙ୍ଗ କରିବାର ଦକ୍ଷତା ଏବଂ ଏହା କିପରି କରାଯାଇପାରେ ଏସବୁ ସେ ସବୁବେଳେ ୟଙ୍ଗଷ୍ଟରମାନଙ୍କୁ ଶିଖାଇଥାନ୍ତି । ଧୋନୀ କେବେ କୌଣସି ରେକର୍ଡ କିମ୍ବା ଷ୍ଟଟିଷ୍ଟିକ୍ସ ପାଇଁ କ୍ରିକେଟ ଖେଳନ୍ତି ନାହିଁ । ଦଳକୁ ବିଜୟୀ କରାଇବା ପାଇଁ ସେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । କିନ୍ତୁ ସେ ଯେତେବେଳେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଏହାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ । ସେ ଚାହିଁଥିଲେ ୧୦୦ ଟେଷ୍ଟ ଖେଳି ଏକ ସୁନ୍ଦର ଅବସର ଗ୍ରହଣ କରିପାରି ଥାନ୍ତେ । କିନ୍ତୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ସେ ହଠାତ ନିଷ୍ପତ୍ତି ନେବା ସହ ଏହି ଫର୍ମାଟରୁ ବିଦାୟ ନେଇଯାଇଥିଲେ ।

ତେବେ ଭାରତୀୟ କ୍ରିକେଟ ଟିମ୍ ଧୋନୀଙ୍କ ସନ୍ନ୍ୟାସ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରି ଜଣେ ୱିକେଟ କିପରର ସନ୍ଧାନରେ ରହିଛି । ଅନେକ ଖେଳାଳିଙ୍କୁ ସୁଯୋଗ ଏହା ଭିତରେ ସୁଯୋଗ ଦେଇ ସାରିଛି ବିସିସିଆଇ । କିନ୍ତୁ ଧୋନୀଙ୍କ ଭଳି ୱିକେଟ କିପିଙ୍ଗର ପାଖରେ ମଧ୍ୟ କେହି ପହଞ୍ଚି ପାରିନାହାନ୍ତି । ସେପଟେ ଚଳିତ ଆଇପିଏଲ ସିଜନରେ ନିଜର ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି ଭାରତର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ବିଶାଳ ଛକା ସହ ୱିକେଟ ପଛରେ ସେହି ଫୂର୍ତ୍ତି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେଣୁ ସେ ପୁଣିଥରେ ଭାରତୀୟ ଦଳକୁ କମବ୍ୟାକ କରନ୍ତୁ ବୋଲି ଫ୍ୟାନ୍ସ ଦାବି କରୁଛନ୍ତି ।

ଆହୁରି ପଢ଼ନ୍ତୁ: VIDEO: ପୀୟୁଷ ଚାୱଲା 34 ବର୍ଷ ବୟସରେ ଭାଙ୍ଗିଲେ ଏହି ଯୁବତୀଙ୍କ ହୃଦୟ, ଚାୱଲାଙ୍କ ଏହି କାର୍ଯ୍ୟରେ କାନ୍ଦିଲେ ଏହି ମିଷ୍ଟ୍ରି ଗାର୍ଲ