ପରାଜୟ ପରେ ଅତ୍ୟନ୍ତ ନିରାଶ ହେଲା ଅଷ୍ଟ୍ରେଲିଆ ଦଳ, ଭାରତ ସହ ପ୍ରତିଶୋଧ ନେବାକୁ ଏହି ଘାତକ ଖେଳାଳିଙ୍କୁ ଡାକିଲା

  1. Home
  2. Cricket News

ପରାଜୟ ପରେ ଅତ୍ୟନ୍ତ ନିରାଶ ହେଲା ଅଷ୍ଟ୍ରେଲିଆ ଦଳ, ଭାରତ ସହ ପ୍ରତିଶୋଧ ନେବାକୁ ଏହି ଘାତକ ଖେଳାଳିଙ୍କୁ ଡାକିଲା

aus team new member


କ୍ରିକେଟ୍ ଖବର୍ : ନାଗପୁରର ଟର୍ନିଂ ପିଚରେ ଖେଳୁଥିବା ଏକାଦଶରେ ଅଷ୍ଟ୍ରେଲିଆ ଦଳ ଦୁଇଜଣ ସ୍ପିନରଙ୍କୁ ଅନ୍ତର୍ଭୁକ୍ତ କରିଥିଲା। ଅଭିଜ୍ଞ ସ୍ପିନର ନାଥାନ ଲିୟନଙ୍କ ସହ ଟଡ ମର୍ଫି ଡେବ୍ୟୁ କରିବାର ସୁଯୋଗ ପାଇଥିଲେ, କିନ୍ତୁ ଏହି ଦୁଇ ବୋଲରଙ୍କୁ ନେଇ ଦଳ ମ୍ୟାଚ ବିଜୟୀ ହୋଇ ପାରିଲା ନାହିଁ। ଅନ୍ୟପଟେ ଭାରତୀୟ ଦଳର ତିନିଜଣ ମାଷ୍ଟର ସ୍ପିନ ବୋଲର୍ ବିଶ୍ୱର ଏକ ନମ୍ବର ଟେଷ୍ଟ ଦଳର ବ୍ୟାଟିଂ ଲାଇନଅପକୁ ଧ୍ବଂସ କରିଦେଲେ।

ଏହି ପରାଜୟ ବର୍ତ୍ତମାନ କଙ୍ଗାରୁ ଦଳକୁ ଦୋହଲାଇ ଦେଇଛି। ବର୍ତ୍ତମାନ ଦଳ ପରିଚାଳନା କିଛି ପରିବର୍ତ୍ତନ ଦ୍ଵିତୀୟ ଟେଷ୍ଟ ମ୍ୟାଚ ପାଇଁ କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟରେ, ଜଣେ ନୂତନ ଖେଳାଳି ଅଷ୍ଟ୍ରେଲିଆ ଦଳରେ ଯୋଗଦେବାକୁ ଯାଉଛନ୍ତି। ଯିଏକି ଅଷ୍ଟ୍ରେଲିଆ ପାଇଁ ଗୋଟିଏ ବି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି। 

ଏହି ଘାତକ ଖେଳାଳିଙ୍କୁ ଦଳରେ ସାମିଲ କରିବ କଙ୍ଗାରୁବାହିନୀ:

ଅଷ୍ଟ୍ରେଲିଆ ଦଳ ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଦ୍ଵିତୀୟ ମ୍ୟାଚ ସହିତ ବାକି ଟେଷ୍ଟ ମ୍ୟାଚ ଜିତିବା ପାଇଁ ଏକ ନୂତନ ଖେଳାଳିଙ୍କୁ ଡକାଇଛନ୍ତି। ଏହି ଖେଳାଳିଙ୍କ ନାମ ହେଉଛି ମାଥ୍ୟୁ କୁହନମ୍ୟାନ। 26 ବର୍ଷୀୟ ମାଥ୍ୟୁ କୁହନମ୍ୟାନ ଜଣେ ବାମହାତୀ ସ୍ଲୋ ବୋଲର। ସେ ଅଷ୍ଟ୍ରେଲିଆ ପାଇଁ 4 ଟି ODI ଖେଳିବାର ଅଭିଜ୍ଞତା ରଖିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ ଟେଷ୍ଟ ଡେବ୍ୟୁ କରିନାହାଁନ୍ତି।

Matthew Kuhnemann

ଅଷ୍ଟ୍ରେଲିଆ କୋଚ୍ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡଙ୍କ ଅନୁଯାୟୀ, ଯଦି ଫେବୃଆରୀ 17 ରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ ଦଳ ତିନି ଜଣ ସ୍ପିନର ଖେଳିବାକୁ ନିଷ୍ପତ୍ତି ନିଅନ୍ତି, ତେବେ କୁହନମ୍ୟାନ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି। 

ଭାରତ ଆସିବା ଖବର୍ ଶୁଣି କୁହମାନ କହିଛନ୍ତି ଯେ ଗତକାଲି ସକାଳେ ମୁଁ ୱାର୍ମ ଅପ୍ କରିବାକୁ ଯାଉଥିଲି। ଏହି ଖବର ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ସୌଭାଗ୍ୟବାନ୍ ଯେ ମୋ ବ୍ୟାଗରେ ମୋର ପାସପୋର୍ଟ ଅଛି। ମୁଁ ପ୍ରଥମ ଟେଷ୍ଟ ଦେଖିଲି, ଏହିପରି ଏକ ସିରିଜ୍ ଦେଖିବା ବହୁତ ଭଲ। ମର୍ଫି ଉତ୍କୃଷ୍ଟ ବୋଲିଂ କରିଥିଲେ ଏବଂ ରବିନ୍ଦ୍ର ଜାଡେଜା କିପରି ବୋଲିଂ କରିଥିଲେ ତାହା ମଧ୍ୟ ଦେଖିଲି। ଭାରତ ଯିବାକୁ ବହୁତ ଉତ୍ସାହିତ ଅଛି ।

ଆହୁରି ପଢ଼ନ୍ତୁ: ପରାଜୟର ଭୟରେ ମାର୍ନୁସ୍ ଲାବୁଶେନ୍ ମ୍ୟାଚ ମଝିରେ ରବିନ୍ଦ୍ର ଜାଡେଜାଙ୍କୁ କଲେ ଦୁର୍ବ୍ୟବହାର, ଭିଡିଓ ହେଲା ଭାଇରାଲ