ଭାରତ ବିପକ୍ଷ ODI ପାଇଁ 17 ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ, ଦଳକୁ ଫେରିଛନ୍ତି ଏହି ଘାତକ ଖେଳାଳି

  1. Home
  2. Cricket News

ଭାରତ ବିପକ୍ଷ ODI ପାଇଁ 17 ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ, ଦଳକୁ ଫେରିଛନ୍ତି ଏହି ଘାତକ ଖେଳାଳି

ind vs aus odi


କ୍ରିକେଟ୍ ଖବର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ମାସରେ ହେବାକୁ ଥିବା ଦିନିକିଆ ସିରିଜର ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । 17 ସଦସ୍ୟ ବିଶିଷ୍ଟ ଟିମର କ୍ୟାପଟେନସିପ ଦାଇତ୍ୱ ପେଟ କ୍ୟୁମିଂସଙ୍କ ହାତରେ ରହିଛି। ଟିମ୍‌ରେ କିଛି ଷ୍ଟାର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଯେଉଁଥିରେ ଅଲ ରାଉଣ୍ଡର ଗ୍ଲେନ ମେକ୍ସେଓ୍ଵଲଙ୍କ ନା ବି ରହିଛି। ରିଚର୍ଡସନ ଓ ମିଚେଲ ମାର୍ଶଙ୍କ ବି ଏହି ଟିମକୁ ଫେରି ଆସିଛନ୍ତି। ଆହାତ କାରଣରୁ ଜୋଶ ହେଜଲବୁଡ ଟିମରୁ ବାହାରେ ରହିଛନ୍ତି।

ବ୍ୟକ୍ତିଗତ କାରଣରୁ ପ୍ୟାଟ୍ କମିନ୍ସ ଦ୍ୱିତୀୟ ଟେଷ୍ଟ ପରେ ଅଷ୍ଟ୍ରେଲିଆ ଫେରିଛନ୍ତି, ତେଣୁ ସେ ଏକଦିବସୀୟ ସିରିଜରେ ଅଷ୍ଟ୍ରେଲିଆ ପାଇଁ ଖେଳି ପାରିବେ କି ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ଦଳର ଘୋଷଣା ସହିତ ଏହା ସ୍ପଷ୍ଟ ହୋଇଛି ଯେ ODI ସିରିଜ ପାଇଁ କେବଳ ପାଟ କମିନ୍ସ ଅଷ୍ଟ୍ରେଲିଆର ଅଧିନାୟକ ହେବେ।  ଏହା ସହିତ ଡେଭିଡ ୱାର୍ଣ୍ଣର ମଧ୍ୟ ଭାରତ ବିପକ୍ଷ ODI ସିରିଜରେ ଅଷ୍ଟ୍ରେଲିଆ ଦଳର ଏକ ଅଂଶ ଅଛନ୍ତି। ଆଘାତ ହେତୁ ୱାର୍ଣ୍ଣର ଗତ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଦଳରେ ଅନ୍ତର୍ଭୁକ୍ତ ନୁହଁନ୍ତି। 

IND-AUS-3rd-t20

ଏହି ଦିନିକିଆ ସିରିଜ୍ ୧୭ ମାର୍ଚ୍ଚରୁ ଆରମ୍ଭ ହେବ। ଭାରତ ଅଷ୍ଟ୍ରେଲିଆର ଏହି ସିରିଜର ପ୍ରଥମ ମ୍ୟାଚ ୧୭ ମାର୍ଚ୍ଚରେ ମୁମ୍ବାଇରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ମାର୍ଚ୍ଚ ୧୯ରେ ବିଶାଖାପାଟଣାରେ ହେବାକୁ ଯାଉଛି । ସେହିପରି ତୃତୀୟ ଦିନିକିଆ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ହେବ । 

ଅଷ୍ଟ୍ରେଲିଆର ଦିନିକିଆ ଟିମ୍‌:

ସୀନ ଏଓ୍ଵାଟ, ଏସ୍ଟନ ଏଗର, ଏଲେକ୍ସ କେରୀ, କେମରନ ଗ୍ରୀନ, ଟ୍ରେବିସ ହେଡ, ଜୋସ ଇଂଗଲିସ, ମାର୍ନସ ଲାବୁଶେନ, ମିଚେଲ ସାର୍ଶ, ଗ୍ଲେନ ମେକ୍ସେଓ୍ଵଲ, ଜୟ ରିଚର୍ଡସନ, ସ୍ଟିବ ସ୍ମିଥ, ମିଚେଲ ସ୍ଟାର୍କ, ମାର୍କସ ସ୍ଟୋଇନିସ, ଡେବିଡ ଓ୍ଵାର୍ନର ଓ ଏଡମ ଜାମ୍ପା। 

ଆହୁରି ପଢ଼ନ୍ତୁ: 7 ମାସ ପରେ ରୋହିତ ହଠାତ୍ ଏହି ଘାତକ ଖେଳାଳିଙ୍କୁ ODI ଦଳରେ କରାଇବେ ଏଣ୍ଟ୍ରି, ଅଷ୍ଟ୍ରେଲିଆ ପାଇଁ ସାଜିବେ କାଳ