IND s AUS: ଆଉ ମାତ୍ର 2ଟି ୱିକେଟ୍ ନେଲେ କପିଲ ଦେବଙ୍କ ଏହି ବଡ ରେକର୍ଡକୁ ଭାଙ୍ଗିବେ ଅଶ୍ୱିନ୍

  1. Home
  2. Cricket News

IND s AUS: ଆଉ ମାତ୍ର 2ଟି ୱିକେଟ୍ ନେଲେ କପିଲ ଦେବଙ୍କ ଏହି ବଡ ରେକର୍ଡକୁ ଭାଙ୍ଗିବେ ଅଶ୍ୱିନ୍

R Ashwin record


କ୍ରିକେଟ ଖବର: ରବିଚନ୍ଦ୍ରନ୍ ଅଶ୍ୱିନ୍ ଦୁନିଆର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କାରୋମ ବଲ୍ ଖେଳିବା ଆଦୌ ସହଜ ନୁହେଁ। ଯେତେବେଳେ ସେ ଫର୍ମରେ ରୁହନ୍ତି, ସେତେବେଳେ ବିପକ୍ଷ ଦଳର ବ୍ୟାଟିଂକୁ ଧ୍ୱଂସବିଧ୍ୱଂସ କରିଦିଅନ୍ତି। ବର୍ତ୍ତମାନ ବି ସେ ଭଲ ଫର୍ମରେ ଅଛନ୍ତି। ସେ ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତାଇନ୍ତି। ଏହି ସମୟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରୁଛନ୍ତି। 

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମାର୍ଚ୍ଚ 1 ରୁ ଇନ୍ଦୋର ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚରେ ଅଶ୍ୱିନ୍ ଅନେକ ବଡ଼ ରେକର୍ଡ କରିପାରିବେ। ଯଦି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଆଉ 2ଟି ୱିକେଟ୍ ନେବେ, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବା ଦୃଷ୍ଟିରୁ କପିଲ ଦେବଙ୍କୁ ଅତିକ୍ରମ କରିବେ। କପିଲ ଦେବ ତାଙ୍କ କ୍ୟାରିୟରରେ 687 ୱିକେଟ୍ ନେଇଛନ୍ତି। ଏଥି ସହିତ ଅଶ୍ୱିନ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ 686 ୱିକେଟ୍ ନେଇଛନ୍ତି। ଅଶ୍ୱିନ୍ ଯେଉଁ ପ୍ରକାରର ଫର୍ମରେ ଅଛନ୍ତି, ତାହା ସହିତ ସେ କିମ୍ବଦନ୍ତୀ କପିଲ ଦେବଙ୍କ ରେକର୍ଡକୁ ସହଜରେ ଭାଙ୍ଗି ପାରିବେ। 

Aswin

ଆନ୍ତର୍ଜାତୀୟ କ୍ରିକେଟ୍ ରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ଅନିଲ କୁମ୍ବଲେ। ଅନିଲ ମୋଟ 956ଟି ୱିକେଟ୍ ନେଇଛନ୍ତି। ଅନିଲଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ହରଭଜନ ସିଂ। ସେ ଟିମ୍ ଇଣ୍ଡିଆ ପାଇଁ ମୋଟ 711ଟି ୱିକେଟ୍ ଅକ୍ତିଆର କରିଛନ୍ତି। ତୃତୀୟ ସ୍ଥାନରେ କପିଲ ଦେବ ରହିଛନ୍ତି। ସେ ଦଳ ପାଇଁ ମୋଟ 687 ୱିକେଟ୍ ନେଇଛନ୍ତି। ଆଉ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ରହିଛନ୍ତି। ଆଉ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 686ଟି ୱିକେଟ୍ ହାସଲ କରିସାରିଛନ୍ତି। ଆଉ ଦୁଇଟି ୱିକେଟ୍ ନେଲେ ସେ କପିଲ ଦେବ, ଆଉ 25 ଟି ୱିକେଟ୍ ନେଲେ ହରଭଜନ ସିଂକୁ ଅତିକ୍ରମ କରିଯିବେ। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ଧୋନି ଶୈଳୀରେ ହେଲିକପ୍ଟର ଶର୍ଟ ମାରିଲେ ସୋନୁ ସୁଦ୍, ବଲକୁ ଅଟକାଇଥିବା ଖେଳାଳିଙ୍କ ଆଙ୍ଗୁଠିରେ ଲାଗିଲା ଆଘାତ

ଅନିଲ କୁମ୍ବଲେଙ୍କ ଏହି ରେକର୍ଡକୁ ଭାଙ୍ଗି ପାରନ୍ତି ଅଶ୍ୱିନ:

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଅନିଲ କୁମ୍ବଲେ ଭାରତ ପାଇଁ ସର୍ବାଧିକ 111 ୱିକେଟ୍ ନେଇଥିଲେ।  ରବିଚନ୍ଦ୍ରନ୍ ଅଶ୍ୱିନ୍ ଏହି ପ୍ରସଙ୍ଗରେ ଦ୍ୱିତୀୟ ନମ୍ବର ଅଛନ୍ତି। ଅଶ୍ୱିନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ 103ଟି ୱିକେଟ୍ ନେଇଛନ୍ତି। ଯଦି ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଆଉ ନଅଟି ୱିକେଟ୍ ନିଅନ୍ତି, ତେବେ ସେ କୁମ୍ବଲେଙ୍କୁ ଅତିକ୍ରମ କରି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୱିକେଟ୍ ନେବାର ଖେଳାଳି ହେବେ।