ଦେଖନ୍ତୁ ଭିଡିଓ: ପାକିସ୍ତାନ କୁ ହରାଇ ଆଫଗାନିସ୍ତାନ ସୃଷ୍ଟି କଲା ଇତିହାସ, T-20 ସିରିଜ ଜିତିବା ପରେ ଏମିତି ଭାବରେ ପାଳନ କଲା ଉତ୍ସବ

କ୍ରିକେଟ୍ ଖବର: ଗତକାଲି ଶେଷ ହୋଇଛି ପାକିସ୍ତାନ ବନାମ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଟି-20 ସିରିଜ୍। ଏହି ସିରିଜକୁ 2-1ରେ ଜିତି ନେଇଛି ଆଫଗାନିସ୍ତାନ ଦଳ। ପ୍ରଥମ ଥର ପାଇଁ କୌଣସି ଏକ ଅନ୍ତର୍ଜାତୀୟ ସିରିଜରେ ପାକିସ୍ତାନକୁ ପ୍ରଥମ ଥର ହରାଇଛି ଆଫଗାନିସ୍ତାନ। ଏହି ସିରିଜର ସମସ୍ତ ମ୍ୟାଚ ୟୁଏଇର ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା।
ସିରିଜର ପ୍ରଥମ ମ୍ୟାଚ 24 ମାର୍ଚ୍ଚରେ ଖେଳାଯାଇଥିଲା। ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମାତ୍ର 92 ରନ କରିଥିଲା। ଏହି ସମୟରେ ଦଳ 9ଟି ୱିକେଟ୍ ହରାଇଥିଲା। ଆଫଗାନିସ୍ତାନର ବୋଲିଂ ଲାଇନ ସମ୍ମୁଖରେ ଧରାସାୟୀ ହୋଇଥିଲା ପାକ୍ ଦଳ। ଆଉ 93 ରନର ଟାର୍ଗେଟକୁ ପିଛା କରି ଆଫଗାନିସ୍ତାନ ଦଳ 17.5 ଓଭରରେ 4 ୱିକେଟ୍ ହରାଇ ଏହି ବିଜୟ ହାସଲ କଲା।
ସେହିପରି ଦ୍ଵିତୀୟ ମ୍ୟାଚ ବି 7 ୱିକେଟରେ ଜିତିଥିଲା ଆଫଗାନିସ୍ତାନ ଦଳ। ଦ୍ଵିତୀୟ ମ୍ୟାଚରେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 130 ରନ କରିଥିଲା। ଏହି ସମୟରେ ଦଳ 6ଟି ୱିକେଟ୍ ହରାଇଥିଲା। ଆଫଗାନିସ୍ତାନର ବୋଲିଂ ଲାଇନ ସମ୍ମୁଖରେ ଆଣ୍ଠୁମାଡିଥିଲା ପାକ୍ ଦଳ। ଆଉ 131 ରନର ଟାର୍ଗେଟକୁ ପିଛା କରି ଆଫଗାନିସ୍ତାନ ଦଳ 19.5 ଓଭରରେ 3 ୱିକେଟ୍ ହରାଇ ଏହି ବିଜୟ ହାସଲ କଲା।
ଇତିହାସ ସୃଷ୍ଟି କଲା ଆଫଗାନିସ୍ତାନ୍ ଦଳ:
ଆଉ ସିରିଜର ଦ୍ଵିତୀୟ ମ୍ୟାଚକୁ ଜିତିବା ପରେ ଆରମ୍ଭ ହୋଇଥିଲା ଆଫଗାନିସ୍ତାନ ଦଳର ଉତ୍ସବ ପାଳନ। କାରଣ ପ୍ରଥମ ଥର ପାଇଁ ନିଜର ଚୀର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଏକ ଅନ୍ତର୍ଜାତୀୟ ସିରିଜ ହରାଇଛି ଆଫଗାନିସ୍ତାନ୍ ଦଳ। ରସିଦ ଖାନଙ୍କ ଅଧିନାୟକତ୍ୱରେ ଏହି ନିଆରା ଇତିହାସ ସୃଷ୍ଟି କରିଛି ଆଫଗାନିସ୍ତାନ୍ ଦଳ।
ପ୍ରଥମ ଟି -20 ମ୍ୟାଚରେ ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରିବା ପରେ ଆଫଗାନିସ୍ତାନ ପାକିସ୍ତାନ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ବିଜୟ ପଞ୍ଜିକରଣ କରିଥିଲା, କିନ୍ତୁ ଦ୍ୱିତୀୟ ଟି -20 ମ୍ୟାଚ ଜିତିବା ଏବଂ ସିରିଜକୁ କବଜା କରିବା ଆଫଗାନିସ୍ତାନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ତେବେ ଗତକାଲି ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚକୁ 66 ରନରେ ହାରିଛି ଆଫଗାନିସ୍ତାନ ଦଳ। ଏହା ସହିତ ସିରିଜକୁ 2-1 ରେ ଜିତି ନେଇଛି ଆଫଗାନିସ୍ତାନ ଦଳ।
ଦେଖନ୍ତୁ ଭିଡ଼ିଓ:
What a momentous occasion for Afghanistan cricket! 🙌😍
— Afghanistan Cricket Board (@ACBofficials) March 26, 2023
AfghanAtalan have created history by securing their first-ever T20I series win over traditional rivals Pakistan. It's a triumph of grit, courage, and teamwork. pic.twitter.com/nQ7jjqmm14
ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: CSK କୁ ଆସିବା ମାତ୍ରେ ବେନ ଷ୍ଟୋକ୍ସ କଲେ ଧମାଲ, ମାରିଲେ ଏତେ ବଡ଼ ଛକା ଯେ ବଲ୍ ରହିଗଲା 10 ସେକେଣ୍ଡ ପାଇଁ ଆକାଶରେ