IND vs WI: ୱେଷ୍ଟଇଣ୍ଡିଜ୍ ଜାରିକଲା ଭାରତ ବିପକ୍ଷ ସିରିଜ୍ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

  1. Home
  2. Cricket News

IND vs WI: ୱେଷ୍ଟଇଣ୍ଡିଜ୍ ଜାରିକଲା ଭାରତ ବିପକ୍ଷ ସିରିଜ୍ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

India-vs-West-Indies


କ୍ରିକେଟ ଖବର : ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ କ୍ରମାଗତ ଭାବରେ କ୍ରିକେଟ୍ ଖେଳିବାକୁ ପଡିବ। ସମସ୍ତ ଭାରତୀୟ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଖବର ଅଟେ। କାରଣ ଲଗାତାର ଟିମ୍ ଇଣ୍ଡିଆ ଖେଳିଲେ, ଟି-୨୦ ବିଶ୍ୱକପ ପାଇଁ ଜବରଦସ୍ତ ରୂପରେ ଅଭ୍ୟାସ ହୋଇଯିବ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ଶେଷ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ଏହାପରେ ଆୟର୍ଲାଣ୍ଡ ସିରିଜ୍, ଆଉ ୱେଷ୍ଟଇଣ୍ଡିଜ୍ ସହିତ ୪ ଟି -୨୦ ମ୍ୟାଚ୍, ତିନୋଟି ୱାନଡେ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ତେବେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଜାରି କରି ସାରିଛି।

ind vs wi

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳକୁ ଆମେରିକାର ଫ୍ଲୋରିଡାଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ୍ ଖେଳିବାକୁ ପଡିବ। ଯେଉଁଠାରେ ଏହା ଭାରତୀୟ ଦଳ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ହେବ। ସେପଟେ ଟି -୨୦ ମ୍ୟାଚ୍ ର ବାଦଶାହା ଭାବରେ ଜଣାଶୁଣା ୱେଷ୍ଟଇଣ୍ଡିଜ୍ ଟିମ୍ ପାଇଁ ବି ବହୁତ କଷ୍ଟସାଧ୍ୟ ହୋଇପାରେ। କାରଣ ଆମେରିକାରେ ପ୍ରଥମ ଥର ଖେଳାଯିବ।

ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ:

1st ODI- 22 ଜୁଲାଇ 2022, କ୍ବିଇନ୍ ପାର୍କ ଓଭାଲ, ତ୍ରିନିଦାଦ 

2nd ODI- 24 ଜୁଲାଇ 2022, କ୍ବିଇନ୍ ପାର୍କ ଓଭାଲ, ତ୍ରିନିଦାଦ 

3rd ODI- 27 ଜୁଲାଇ 2022 ତାରିଖ, କ୍ବିଇନ୍ ପାର୍କ ଓଭାଲ, ତ୍ରିନିଦାଦ  

1st T20 : 29 ଜୁଲାଇ 2022, ତ୍ରିନିଦାଦର ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ

2nd T20 : 1 ଅଗଷ୍ଟ 2022, ୱାର୍ଣ୍ଣର ପାର୍କ, ସେଣ୍ଟ କିଟ୍ସ

3rd T20-  2 ଅଗଷ୍ଟ 2022 ୱାର୍ଣ୍ଣର ପାର୍କ, ସେଣ୍ଟ କିଟ୍ସ

4th T20-  6 ଅଗଷ୍ଟ 2022, ଫ୍ଲୋରିଡା ଲାଣ୍ଡରହିଲ

5th T20-  7 ଅଗଷ୍ଟ 2022, ଫ୍ଲୋରିଡା ଲାଣ୍ଡରହିଲ