ଦେଖନ୍ତୁ ଭିଡ଼ିଓ: ସୂର୍ଯ୍ୟକୁମାରଙ୍କ ଖେଳ ଦେଖି ଆଶ୍ଚର୍ଯ୍ୟ ହେଲେ ମ୍ୟାକ୍ସୱେଲ୍, ବିଗ ବାସ୍ ଲିଗରେ ତାଙ୍କୁ କିଣିବା ପାଇଁ ଆମ ପାଖରେ ଟଙ୍କା ନାହିଁ ଏବଂ...

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ସୂର୍ଯ୍ୟକୁମାରଙ୍କ ଖେଳ ଦେଖି ଆଶ୍ଚର୍ଯ୍ୟ ହେଲେ ମ୍ୟାକ୍ସୱେଲ୍, ବିଗ ବାସ୍ ଲିଗରେ ତାଙ୍କୁ କିଣିବା ପାଇଁ ଆମ ପାଖରେ ଟଙ୍କା ନାହିଁ ଏବଂ...

Surya


କ୍ରିକେଟ ଖବର : ଏହି ସମୟରେ ସୁର୍ଯ୍ୟକୁମାର ଯାଦବ ବୋଲରଙ୍କ ପାଇଁ ଆଉ ଏକ ଭୟର ନାମ ହୋଇ ରହିଛନ୍ତି।  ଅନେକ କ୍ରିକେଟର ବିଶ୍ୱାସ କରନ୍ତି ଯେ ସୂର୍ଯ୍ୟକୁମାର ଯେଉଁଭଳି ବ୍ୟାଟିଂ କରୁଛନ୍ତି ତାହା ଦେଖିବା ପରେ ସେ ଅନ୍ୟ ଗ୍ରହରେ ବ୍ୟାଟିଂ କରୁଥିବା ମନେ ହେଉଛି। ଏହି ଧାରାରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ଟିମ୍ ଇଣ୍ଡିଆର ତାରକା ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶଂସା କରିଛନ୍ତି।

ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍‌ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ଆଶ୍ଚର୍ଯ୍ୟଜନକ ବ୍ୟାଟ୍ସମ୍ୟାନଙ୍କୁ କିଣିବା ସମ୍ଭବ ନୁହେଁ। ତାଙ୍କୁ କିଣିବା ପାଇଁ ଟଙ୍କା କମ ପଡିବ।

Suryakumar Yadav

ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବ ଭବିଷ୍ୟତରେ ଅଷ୍ଟ୍ରେଲିଆର ବିଗ ବାସ୍‌ ଲିଗ୍‌ରେ ଖେଳୁଥିବା ଦେଖିବାକୁ ମିଳିବ କି ପ୍ରଶ୍ନରେ ମ୍ୟାକ୍ସୱେଲ କହିଛନ୍ତି, ସୂର୍ଯ୍ୟକୁମାରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ଅଭାବ ପଡିବ।

ଆହୁରି ପଢ଼ନ୍ତୁ : ଆରମ୍ଭ ହେଲା Abu Dhabi T10 League 2022, 12 ଦିନରେ ହେବ 33 ଟି ମ୍ୟାଚ, ଏହି ତାରିଖରେ ହେବ ଫାଇନାଲ ମ୍ୟାଚ

ସୂଚନାଯୋଗ୍ୟ, ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ଟିମ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର ୩୧ ମ୍ୟାଚରେ ୧୧୬୪ ରନ ସଂଗ୍ରହ କରିଛନ୍ତି। ଏଥିରେ ସେ ୨ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନର ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ବିଶ୍ୱର 1 ନମ୍ବର ବ୍ୟାଟ୍ସମ୍ୟାନ।

ଦେଖନ୍ତୁ ଭିଡ଼ିଓ:

20 ନଭେମ୍ବରରେ ବାଇ ଓଭାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି -20 ରେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ଟି -20 ଶତକ ହାସଲ କରିଥିଲେ। ସେ 51 ବଲରେ 111 ରନ କରି ଭାରତକୁ 65 ରନରେ ଜିତିବାରେ ସାହାଯ୍ୟ କରିଥିଲେ। କେବଳ ମ୍ୟାକ୍ସୱେଲ ନୁହଁନ୍ତି ଯାଦବଙ୍କ ସ୍କୋର ଏବଂ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରେ ପାର୍ଥକ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ମ୍ୟାକ୍ସୱେଲ ସୂର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଚାହିଁଲେ ବି ବିଗ୍ ବ୍ୟାଗ୍ ଲିଗରେ ସୂର୍ଯ୍ୟଙ୍କୁ କିଣି ପାରିବେ ନାହିଁ।