T20 WC 2022: ଦୀନେଶ କାର୍ତ୍ତିକଙ୍କ ଉପରେ ପ୍ରଶ୍ନ ଉଠାଇଲେ ସେହବାଗ, କହିଲେ "ସେ ବାଙ୍ଗାଲୋର ରେ ଖେଳୁ ନାହାନ୍ତି ଯେ..."

  1. Home
  2. Cricket News

T20 WC 2022: ଦୀନେଶ କାର୍ତ୍ତିକଙ୍କ ଉପରେ ପ୍ରଶ୍ନ ଉଠାଇଲେ ସେହବାଗ, କହିଲେ "ସେ ବାଙ୍ଗାଲୋର ରେ ଖେଳୁ ନାହାନ୍ତି ଯେ..."


କ୍ରିକେଟ ଖବର : ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ, ଫିଲ୍ଡିଂ ଏବଂ ଦଳ ଚୟନକୁ ନେଇ ପ୍ରଶ୍ନ ଉଠିଛି। କ୍ରିକେଟ୍ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟ୍ ଖେଳାଳି ମଧ୍ୟ ଦଳ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ସମୟରେ, ହରଭଜନ ସିଂଙ୍କ ପରେ ବିରେନ୍ଦ୍ର ସେହୱାଗଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। 

karthik injured

ଏହି ପୂର୍ବତନ ଭାରତୀୟ ଓପନର୍ କହିଛନ୍ତି ଯେ ଦୀନେଶ କାର୍ତ୍ତିକଙ୍କ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା ନାହିଁ।  ଆପଣ ଦଳରେ ରିଷଭ ପନ୍ତ ଅଛନ୍ତି, ତାଙ୍କୁ ଶ୍ରେଷ୍ଠ ଏକାଦଶରେ ସାମିଲ୍ କରନ୍ତୁ, ଭଲ ରହିବ ।

କ୍ରିକବଜ୍ ସହିତ କଥାବାର୍ତ୍ତା ବେଳେ ବିରେନ୍ଦ୍ର ସେହୱାଗ ମନ୍ତବ୍ୟ ଦେଇଛନ୍ତି:

"ଏହା ପ୍ରଥମ ଦିନରୁ ହେବା ଉଚିତ୍। ସେ (ରିଷଭ ପନ୍ତ) ସେଠାରେ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି, ODI କ୍ରିକେଟ୍ ଖେଳିଛନ୍ତି ଏବଂ ପ୍ରଦର୍ଶନ ଭଲ କରିଛନ୍ତି। ଦୀନେଶ କାର୍ତ୍ତିକ କେବେ ଅଷ୍ଟ୍ରେଲିଆରେ ଖେଳିଛନ୍ତି କି? ଏହା ବାଙ୍ଗାଲୋରରେ ପିଚ ନୁହଁ। ମୁଁ ଆଜି ମଧ୍ୟ ଏହା କହୁଚି ଯେ, ହୁଡାଙ୍କ ବଦଳରେ ଦଳରେ ପନ୍ତଙ୍କୁ ଖେଳାଇଥିଲେ ଭଲ ହୋଇଥାନ୍ତା। ପନ୍ତ ପାଖରେ ଅଭିଜ୍ଞତା ରହିଛି। ସେ ଗବାରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିଲେ।

karthik injured and pant keeping

ସେ ଆହୁରି ମଧ୍ୟ କହିଛନ୍ତି ଯେ "ମୁଁ ଏଠାରେ କେବଳ ମତାମତ ଦେଇପାରେ, ବାକି ମ୍ୟାନେଜମେଣ୍ଟ ନିର୍ଣ୍ଣୟ ନେବ। ପରବର୍ତ୍ତୀ ମ୍ୟାଚରେ ସମସ୍ୟା ସେମାନଙ୍କର ଅଟେ। ଯଦି କାର୍ତ୍ତିକ ଫିଟ୍ ତେବେ ସମାନ ଦୃଶ୍ୟ ଦେଖିବାକୁ ମିଳିବ ନ ହେଲେ ରିଷଭ ପନ୍ତ ଖେଳିବେ।"

ସୂଚନା ଯେ, ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଦଳ 5 ୱିକେଟରେ ହାରିଯିବା ସହିତ ଦଳର ବ୍ୟାଟିଂ ମଧ୍ୟ ଫ୍ଲପ ଥିଲା।  ଆଇପିଏଲ୍ 2022 ପରଠାରୁ ଭଲ ପ୍ରଦର୍ଶନ କରୁଥିବା ଦୀନେଶ କାର୍ତ୍ତିକ ଏହି ବିଶ୍ୱକପ୍‌ରେ ବିଶେଷ କିଛି କରିପାରି ନାହାଁନ୍ତି ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ମାତ୍ର 15 ବଲରେ 6 ରନ୍ ସ୍କୋର କରିପାରିଥିଲେ। ଯେଉଁଥିପାଇଁ ଅନେକ ପ୍ରଶ୍ନ ବର୍ତ୍ତମାନ ତାଙ୍କ ଉପରେ ଉଠୁଛି।