ଭାଇରାଲ୍ ଭିଡିଓ: ଯଦି ରିଷଭ ପନ୍ତ ଶିଖର ଧାୱନଙ୍କ ଏହି କଥା ଶୁଣିଥାନ୍ତେ, ତେବେ ବୋଧହୁଏ ଏତେ ବଡ଼ କାର୍ ଦୁର୍ଘଟଣା ହୋଇ ନ ଥାନ୍ତା...

  1. Home
  2. Cricket News

ଭାଇରାଲ୍ ଭିଡିଓ: ଯଦି ରିଷଭ ପନ୍ତ ଶିଖର ଧାୱନଙ୍କ ଏହି କଥା ଶୁଣିଥାନ୍ତେ, ତେବେ ବୋଧହୁଏ ଏତେ ବଡ଼ କାର୍ ଦୁର୍ଘଟଣା ହୋଇ ନ ଥାନ୍ତା...


କ୍ରିକେଟ ଖବର : ଶୁକ୍ରବାର ସକାଳୁ ଭାରତୀୟ କ୍ରିକେଟ ଦଳର ଷ୍ଟାର୍ କ୍ରିକେଟର ରିଷଭ୍‌ ପନ୍ତ ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ରିଷଭଙ୍କର ଏହି କାର୍ ଦୁର୍ଘଟଣା ହେବା ପରେ ଅନେକ ପାର୍ଶ୍ଵରୁ ତାଙ୍କର ସୁସ୍ଥ କାମନା କରାଯାଉଛି। ସଚିନ ତେନ୍ଦୁଲକର୍ , ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ପାକିସ୍ତାନର ଫାଷ୍ଟ ବୋଲର୍ ଶାହୀନ ସାହା ଆଫ୍ରିଦିଙ୍କ ପର୍ଯ୍ୟନ୍ତ ସମସ୍ତେ ରିଷଭଙ୍କର ସ୍ୱାସ୍ଥ୍ୟ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି। 

ତେବେ ଏହାରି ମଧ୍ୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ଶିଖର ଧାୱନ, ରିଷଭ ପନ୍ତଙ୍କୁ ଏକ ଉପଦେଶ ଦେଉଛନ୍ତି। ଆଉ ଏହି ଉପଦେଶଟି ହେଉଛି ଗାଡି ଧୀରେ ଚଳାଇବାକୁ।ତେବେ 25 ବର୍ଷୀୟ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘାତ ଲାଗିଛି, କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି।

Rishabh Pant

କୁହାଯାଉଛି ଯେ ପନ୍ତ ନିଜେ ଗାଡି ଚଳାଇବା ସମୟରେ ଶୋଇ ଯାଇଥିଲା ଏବଂ ଡିଭାଇଡରକୁ ଧକ୍କା ଦେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା।  ଯାଉଥିବା ହରିୟାଣା ରୋଡୱେ ବସ୍ ର ଡ୍ରାଇଭର ଏବଂ ବାକି କର୍ମଚାରୀମାନେ ତାଙ୍କୁ ଜଳୁଥିବା କାରରୁ ବାହାର କରିଥିଲେ। ଡ୍ରାଇଭର କହିଛନ୍ତି ଯେ ଦୁର୍ଘଟଣା ବହୁତ ଭୟଙ୍କର ଥିଲା। 

ଏହି ଦୁର୍ଘଟଣାର ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କାରଟି ଦ୍ରୁତ ଗତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଗାଡି ନିୟନ୍ତ୍ରଣ ହରାଇ ରୋଡ ଡିଭାଇଡରକୁ ଧକ୍କା ଦେଇଛି।ଏହି ସମୟରେ ଶିଖର ଧାୱନଙ୍କ ସହ ରିଷଭ ପନ୍ତଙ୍କ ପୁରୁଣା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ପନ୍ତ ତାଙ୍କ ବରିଷ୍ଠ ଧାୱନଙ୍କୁ ପରାମର୍ଶ ମାଗନ୍ତି, ଯେଉଁଥିରେ ଧାୱନ ତାଙ୍କୁ କୁହନ୍ତି ଯେ 'ଗାଡି ଧୀର ଚଲାଓ'। 

ଦେଖନ୍ତୁ ଭିଡ଼ିଓ : 

ଆହୁରି ପଢ଼ନ୍ତୁ : ଭାରତର ଉପ-ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଯାଦବ ଦେଲେ ଏକ ବଡ଼ ବୟାନ, କହିଲେ "ମୁ ଚାହୁଁଥିଲି ଯେ...