IND vs WI ODI ସିରିଜରେ ଏହି ୩ ଜଣ ଖେଳାଳି ଯଦି ହେବେ ଫେଂଲ୍, ତେବେ କେରିଅର ହେବ ସମାପ୍ତ, ପଢ଼ନ୍ତୁ ରିପୋର୍ଟ

  1. Home
  2. Cricket News

IND vs WI ODI ସିରିଜରେ ଏହି ୩ ଜଣ ଖେଳାଳି ଯଦି ହେବେ ଫେଂଲ୍, ତେବେ କେରିଅର ହେବ ସମାପ୍ତ, ପଢ଼ନ୍ତୁ ରିପୋର୍ଟ

ind vs wi odi


କ୍ରିକେଟ୍ ଖବର : ଆଉ ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆର ଦିନିକିଆ ସିରିଜ୍। ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡର ସଫଳ ଗସ୍ତ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଆଉ ଟି-୨୦ ସିରିଜରେ ଖେଳିବ। ୱେଷ୍ଟଇଣ୍ଡିଜ ସହିତ ଟିମ ଇଣ୍ଡିଆକୂ  ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଓ ୫ଟି ମ୍ୟାଚ ଟି ୨୦ ସିରିଜ ଖେଳିବାକୁ ପଡ଼ିବ । ସର୍ବପ୍ରଥମେ ଉଭୟ ଟିମ ମଧ୍ୟରେ ଦିନିକିଆ ସିରିଜ୍ ଅନୁଷ୍ଠିତ ହେବ ।

ଏହି ମ୍ୟାଚ ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ । ଏହି  ସିରିଜରେ ରୋହିତ ଶର୍ମାଙ୍କ ଭଳି କେତେକ ଦିଗଜ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ଓ ବିରାଟ କୋହଲି ମଇଦାନକୁ ଓହ୍ଲାଇବେ।ତେବେ ଟିମ ଇଣ୍ଡିଆର ଏହିଭଳି ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଟିମ ଇଣ୍ଡିଆର ଏହି ଗସ୍ତରେ ବାଧା ସୃଷ୍ଟି କରିବେ। ଆଉ ଦଳ ମଧ୍ୟ ଏହି ସିରିଜ୍ ହାରିପାରେ। ଆଉ ଯଦି ଏମିତି ହୁଏ ତ ଏହି ଖେଳାଳୀମାନଙ୍କ କେରିଅର ହୋଇପାରେ ଶେଷ, ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:

୧) ଶିଖର ଧାୱନ : 

sikhar

ଭାରତୀୟ କ୍ରିକେଟ ଟିମର ଦିଗଜ ବ୍ୟାଟସମ୍ୟାନ ଶିଖର ଧାୱନ ଆଗାମୀ ୱେଷ୍ଟଇଣ୍ଡିଜ ବନାମ ଭାରତ ଦିନିକିଆ ସିରିଜର ଟିମ ଇଣ୍ଡିଆ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବେ । ନିକଟରେ ଇଂଲଣ୍ଡ ଗସ୍ତରେ ଶିଖର ଟିମ ଇଣ୍ଡିଆ ପାଇଁ ଓପନର ଭାବେ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଗୋଟିଏ ବି ମ୍ୟାଚରେ ବି ସେ ଭଲ ପ୍ରଦର୍ଶନ କରିପାରିନଥିଲେ । ଇଂଲଣ୍ଡ ଟିମ ବିପକ୍ଷରେ ଶିଖର ୩ ଟି ମ୍ୟାଚ ଖେଳିଥିଲେ । ଯେଉଁଥିରେ କ୍ରମଶଃ ୩୧,୯ ଏବଂ ୧ ରନ ସଂଗ୍ରହ କରିଥିଲେ । ଯଦି ଶିଖରଙ୍କ ଏଭଳି ନିରାଶଜନକ ପ୍ରଦର୍ଶନ ଜାରି ରୁହେଁଁ ତେବେ ଟିମ ଇଣ୍ଡିଆ ପାଇଁ ବିଜୟର ଆଶା ମଉଳିଯିବ ।

୨) ପ୍ରସିଦ୍ଧ କୃଷ୍ଣା : 

Prasidh-Krishn

ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଚଳିତବର୍ଷ ଆରମ୍ଭରେ ଦକ୍ଷୀଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ନିଜ ଆଡକୁ କରିଥିଲେ ।  ସବୁଠାରୁ ଅଧିକ ଉଚ୍ଚତା ଥିବା ଏହି ବୋଲର ପିଚରେ ଅତିରିକ୍ତ ବଲ କ୍ୟାଚ କରିବାରେ ମାହିର । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଶେଷ ସିରିଜରେ ପ୍ରସିଦ୍ଧ କୃଷ୍ଣା କୌଣସି ପ୍ରକାର ଫର୍ମରେ ଥିବା ଦେଖିବାକୁ ମିଳିନଥିଲା। ମିଡ଼ିଲ ଓଭର ସମୟରେ ବୋଲିଂ କରି ପ୍ରସିଦ୍ଧ ରନ ଗତିକୁ ଅଟକାଇବାରେ ବିଫଳ ରହିଥିଲେ। ଏହାବ୍ୟତୀତ ସେ ୩ଟି ମ୍ୟାଚରେ ମାତ୍ର ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ । ଏଭଳି ପ୍ରଦର୍ଶନ ତାଙ୍କର ଜାରି ରହିଲେ ଟିମ ଇଣ୍ଡିଆ ପାଇଁ  ଚିନ୍ତାଜନକ ବିଷୟ ହେବ ।

୩) ଶ୍ରେୟସ ଆୟର :

iyer vs sa

ଶ୍ରେୟସଙ୍କ ବ୍ୟାଟିଂ , ବିପକ୍ଷ ଦଳର ବୋଲିଂ ବିପକ୍ଷରେ  ଦୁର୍ବଳ ଥିବା ଜଣାପଡ଼ିସାରିଛି । ଇଂଲଣ୍ଡ ଗସ୍ତରେ ଇଂଲିଶ ବୋଲରମାନେ ଶ୍ରେୟସଙ୍କ ଏହି ଦୁର୍ବଳତାକୁ ଜାଣିପାରି ତାଙ୍କୁ ଶୀଘ୍ର ଆଉଟ୍ କରିଥିଲେ । ଏହି ଇଂଲଣ୍ଡ ଗସ୍ତ ଆୟରଙ୍କ ପାଇଁ ଭଲ ନଥିଲା । ଟେଷ୍ଟ ମ୍ୟାଚ ପରେ ସେ ପ୍ରଥମେ ୱାନଡେ ମ୍ୟାଚରେ ୩ ନମ୍ବରରେ ଖେଳି କମାଲ କରିପାରିନଥିଲେ । ତେଣୁ ସେ ଯଦି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚରେ ଖେଳନ୍ତି ତେବେ ଭାରତ ମ୍ୟାଚ ଜିତିନପାରେ ବୋଲି କ୍ରୀଡା ଜଗତରେ ଆଲୋଚନା ହେଉଛି।