ସାମ୍ କରନ୍ କହିଲେ " ମୁଁ ନୁହେଁ, ଏହି ଖେଳାଳି ଥିଲେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇବାର ଯୋଗ୍ୟ
କ୍ରିକେଟ ଖବର : ଟି -20 ବିଶ୍ୱକପ୍ର ଫାଇନାଲରେ ପାକିସ୍ତାନକୁ ଇଂଲଣ୍ଡ ଦଳ ପାଞ୍ଚ ୱିକେଟ୍ ହରାଇଛି। ଆଉ ବିଶ୍ୱ ବିଜେତା ହୋଇଛି। ତେବେ ନିଜର ଚାରି ଓଭରରେ ସାମ କରନ 3 ୱିକେଟ୍ ନେଇଥିଲେ। ଆଉ ଏଥିମଧ୍ୟରେ ସେ କେବଳ 12 ରନ ଦେଇଥିଲେ। ଏହି କାରଣରୁ ତାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଭାବରେ ପୁରସ୍କୃତ କରାଯାଇଥିଲା।
ସାମ କରନ କାହାକୁ କହିଲେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇବାର ଯୋଗ୍ୟ ?
ତେବେ ଏହି ବାମହାତୀ ପେସର ଅନୁଭବ କରିଥିଲେ ଯେ ଅଲରାଉଣ୍ଡର ବେନ ଷ୍ଟୋକ୍ସ 138 ରନ ଟାର୍ଗେଟକୁ ପିଛା କରି ଅପରାଜିତ 52 ରନ କରିଥିଲେ। ତେଣୁ ଷ୍ଟୋକ୍ସଙ୍କୁ ଏହି ପୁରସ୍କାର ଦିଆଯିବା କଥା ବୋଲି 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇବା ପରେ ସାମ କରନ୍ କହିଛନ୍ତି। ସାମ ଆହୁରି ବି କହିଛନ୍ତି ଯେ, ଷ୍ଟୋକ୍ସ ଆମ ପାଇଁ ଅନେକ ଥର ଏଭଳି ଖେଳିଛନ୍ତି। ତେଣୁ ସେ ଏହି ପୁରସ୍କାରର ଅସଲି ହକଦାର।