ବିଶ୍ୱକପ ରେ ଭାରତର ପରାଜୟ ପରେ ପୁଣି ହେବ ଭାରତ-ପାକିସ୍ତାନ T20 ମ୍ୟାଚ୍, BCCI ଘୋଷଣା କଲା ତାରିଖ

  1. Home
  2. Cricket News

ବିଶ୍ୱକପ ରେ ଭାରତର ପରାଜୟ ପରେ ପୁଣି ହେବ ଭାରତ-ପାକିସ୍ତାନ T20 ମ୍ୟାଚ୍, BCCI ଘୋଷଣା କଲା ତାରିଖ

ind-pak


କ୍ରିକେଟ ଖବର :  ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ କ୍ରିକେଟ୍ ମ୍ୟାଚ୍ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ। ଗତ ବର୍ଷ ୨୩ ଅକ୍ଟୋବରରେ ହୋଇଥିବା ଆଇସିସି କ୍ରିକେଟ୍ ବିଶ୍ୱକପରେ ପରାଜୟ ପରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଆଉ ଏକ ଭାରତ - ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । 

ପୁଣି ହେବ ଭାରତ-ପାକିସ୍ତାନ T20 ମ୍ୟାଚ୍:

ବର୍ତ୍ତମାନ ଖବର ଆସିଛି ଯେ ଆସନ୍ତା ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ଦଳ ପୁଣି ଥରେ ମୁହାଁମୁହିଁ ହେବେ । ଏହି ପ୍ରତିଯୋଗିତା ଆଗାମୀ ଏସିଆ କପ୍ ୨୦୨୨ ରେ ହେବ । ଯାହା ଶ୍ରୀଲଙ୍କାରେ ଆୟୋଜିତ ହେବ ଏବଂ ଏହି ଟୁର୍ନାମେଣ୍ଟ ୨୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ ।

ind-pak

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ଆରମ୍ଭର ପରଦିନ ଭାରତ ଏବଂ ପାକିସ୍ତାନର ପ୍ରଥମ ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା କ୍ରିକେଟ୍ ଖୁବ ଶୀଘ୍ର ଏସିଆ କପ୍ ର ୧୫ ତମ ସିଜନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିବ।