2023 ODI ବିଶ୍ୱକପ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ପ୍ରକାଶ, ଦେଖନ୍ତୁ ସମ୍ପୂର୍ଣ କାର୍ଯ୍ୟସୂଚୀ ତାଲିକା

  1. Home
  2. Cricket News

2023 ODI ବିଶ୍ୱକପ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ପ୍ରକାଶ, ଦେଖନ୍ତୁ ସମ୍ପୂର୍ଣ କାର୍ଯ୍ୟସୂଚୀ ତାଲିକା

india upcoming schedule odia


କ୍ରିକେଟ ଖବର : ଟି -20 ବିଶ୍ୱକପ 2022 ର ଗ୍ରୁପ୍ 2 ରେ ଟପ୍ କରି ଟିମ୍ ଇଣ୍ଡିଆ ସୁପର 12 ମ୍ୟାଚ୍ ରେ ଅଦ୍ଭୁତ ପ୍ରଦର୍ଶନ କରିଥିଲା। କିନ୍ତୁ ସେମିଫାଇନାଲରେ ଦଳ ଇଂଲଣ୍ଡ ଠାରୁ 10 ୱିକେଟରେ ହାରି ନିଜର ବିଶ୍ୱକପ ଅଭିଯାନ ଶେଷ କରିଥିଲା। ଟି -20 ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଟିମ୍ ଇଣ୍ଡିଆ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲା ଏବଂ ପ୍ରଶଂସକମାନେ ମଧ୍ୟ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ କରିଥିଲେ।

କିନ୍ତୁ ବର୍ତ୍ତମାନ ଦଳର ଫୋକସ୍ 2023 ଆଇସିସି ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ କୁ ସ୍ଥାନାନ୍ତରିତ ହୋଇଛି, ତେବେ ଆସନ୍ତୁ 2023 ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତର ଆଗାମୀ ମ୍ୟାଚ୍ ଏବଂ କାର୍ଯ୍ୟସୂଚୀ ଉପରେ ନଜର ପକାଇବା।

2023 ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଏମିତି ରହିଛି ଟିମ୍ ଇଣ୍ଡିଆର ଗେମ୍ ପ୍ଲାନ୍ :

ଆସନ୍ତା ନଭେମ୍ବର 18 ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଦଳ ପରିଚାଳନା ନିଷ୍ପତ୍ତି ନେଇଛି। ଆଉ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବାବେଳେ ଶିଖର ଧାୱନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜରେ ନେତୃତ୍ୱ ନେବେ। 

IND vs NZ: ପରାଜୟ ପରେ ଭାରତୀୟ ଦଳ ବିଷୟରେ ଏକ ବଡ଼ ବୟାନ ଦେଲେ କେନ୍ ୱିଲିୟମସନ, କହିଲେ ଟିମ୍ ଇଣ୍ଡିଆ ଏବେ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଆଉ ଟି-20 ସିରିଜ୍ ପରେ ଦଳ ଡିସେମ୍ବରରେ ବାଙ୍ଗଲାଦେଶ ଗସ୍ତ କରିବ। ସେଠି ଦଳ 3ଟି ଦିନିକିଆ ଆଉ 2ଟି ଟେଷ୍ଟ ମ୍ୟାଚ ଖେଳିବ। ଏହା ପରେ ପୁଣି ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ଗସ୍ତରେ ଆସିବ ଆଉ ସେତେବେଳେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଦଳ ସହିତ 3ଟି ଦିନିକିଆ ଆଉ 3ଟି ଟି-20 ମ୍ୟାଚ ଖେଳିବ। ଏହି ମ୍ୟାଚ ସବୁ ଜାନୁଆରୀ ମାସ ଏବଂ ଫେବୃୟାରୀ ମାସର ଆରମ୍ଭ ପର୍ଯ୍ୟନ୍ତ ହେବ। 

ସେହିପରି ଫେବୃୟାରୀ ମାସର ଶେଷ ଭାଗରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସି ଟିମ୍ ଇଣ୍ଡିଆ ସହିତ 4ଟି ଟେଷ୍ଟ ଆଉ 3ଟି ଦିନିକିଆ ମ୍ୟାଚ ଖେଳିବ। ଏହି ମ୍ୟାଚ ସବୁ ମାର୍ଚ୍ଚ ମଧ୍ୟ ଭାଗରେ ଶେଷ ହେବ। ଆଉ ଏହା ପରେ ଆରମ୍ଭ ହେବ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଆଇପିଏଲ। 

ind vs aus 1st20 aus win

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ମାର୍ଚ୍ଚ ମାସରୁ ଆରମ୍ଭ କରି ମଈ ମାସ ପର୍ଯ୍ୟନ୍ତ ଆଇପିଏଲ ଖେଳିବେ। ଆଇପିଏଲ ସରିବା ପରେ ଇଂଲଣ୍ଡରେ ବିଶ୍ଵ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ୍ ମ୍ୟାଚ ହେବ। ଏହି ମ୍ୟାଚ ଜୁନ ମାସରେ ହେବ। ଏହା ପରେ ଦଳ ସେଠୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ। ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ମାଟିରେ 3ଟି ଦିନିକିଆ, 2 ଟି ଟେଷ୍ଟ ଆଉ 3 ଟି ଟି-20 ମ୍ୟାଚ ଖେଳିବ। 

ଏହା ପରେ ସେପ୍ଟେମ୍ବରରେ ଏସିଆ କପ୍ ହେବ। ଏଠି ଟିମ୍ ଇଣ୍ଡିଆ ପାଖାପାଖି 5 ଟି ଦିନିକିଆ ମ୍ୟାଚ ଖେଳିବ। ଏସିଆ କପ ସରିବା ପରେ ପୁଣି ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ। ଆଉ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳ ସହିତ 3ଟି ଦିନିକିଆ ମ୍ୟାଚ ଖେଳିବ। ତେବେ ସେପ୍ଟେମ୍ବର ମାସ ମଧ୍ୟରେ ଏହି ସବୁ ମ୍ୟାଚ ସରିବା ପରେ ଆରମ୍ଭ ହେବ ଆଇସିସି ODI ବିଶ୍ୱକପ 2023। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ଆଉ ନଭେମ୍ବର ମାସ ପର୍ଯ୍ୟନ୍ତ ଖେଳାଯିବ। ଏହା ହେଉଛି ଆଗାମୀ ବର୍ଷେ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ।