IND vs PAK: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ଏହି କାର୍ଯ୍ୟ ବାବର ଆଜମଙ୍କ ହୃଦୟକୁ ଛୁଇଁଯାଇଥିଲା, ପଢ଼ନ୍ତୁ ରିପୋର୍ଟ

  1. Home
  2. Cricket News

IND vs PAK: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ଏହି କାର୍ଯ୍ୟ ବାବର ଆଜମଙ୍କ ହୃଦୟକୁ ଛୁଇଁଯାଇଥିଲା, ପଢ଼ନ୍ତୁ ରିପୋର୍ଟ

rohit and babar azam


କ୍ରିକେଟ୍ ଖବର : ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉଭୟ ଦେଶର ପ୍ରଶଂସକ ଉତ୍ସାହିତ ରହିଥିଲେ। ଆଉ ଶେଷରେ ଗତକାଲି ପାକିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏସିଆ କପ୍ ୨୦୨୨ ର ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା।  ଏହାପୂର୍ବରୁ ଉଭୟ ଦଳର ଖେଳାଳିମାନେ ପରସ୍ପର ସହିତ ନିରନ୍ତର କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା। ଏହି ବାର୍ତ୍ତାଳାପ ସମୟର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

କଣ ଥିଲା ଅସଲି ଘଟଣା ?

ଅଗଷ୍ଟ ୨୫ ଗୁରୁବାର ଦିନ ଏହିପରି କିଛି ଘଟିଥିଲା। ଯାହା ପାକିସ୍ତାନ ଅଧୀନାୟକଙ୍କ ମନକୁ ଛୁଇଁଥିଲା। ଘଟଣାଥିଲା ଏହା ଯେ, ଭାରତୀୟ ଖେଳାଳି ରିଷଭ ପନ୍ତ, ବିରାଟ କୋହଲି, କେ.ଏଲ୍ ରାହୁଲ ଏବଂ ୟୁଜବେନ୍ଦ୍ର ଚହଲ ଏକତ୍ରିତ ହୋଇ ପାକିସ୍ତାନର ପେସ ବୋଲର୍ ଶାହିନ୍ ଆଫ୍ରିଦିଙ୍କୁ ଭେଟିଥିଲେ । ଭାରତୀୟ ଖେଳାଳିମାନେ ମଧ୍ୟ ଶାହିନଙ୍କ ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କଥା ହୋଇଥିଲେ । ଏହି ସାକ୍ଷାତକାରରେ ପାକିସ୍ତାନର କ୍ୟାପଟେନ ବାବର ଆଜାମ ଖୁସି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଣ୍ଠୁରେ ଆଘାତ ହେତୁ ଶାହିନ୍ ଏସିଆ କପ୍ ୨୦୨୨ ରୁ ବାଦ ପଡିଛନ୍ତି। 

indian team meet saheen afridi

ପାକିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ବାବର ଏହି ପ୍ରସଙ୍ଗରେ କହିଛନ୍ତି, “ଗୁରୁବାରର ପ୍ରଶିକ୍ଷଣ ଅଧିବେଶନ ପରେ ଭାରତୀୟ ଖେଳାଳିମାନେ ଶାହିନଙ୍କୁ ଯେପରି ଭେଟିଥିଲେ ଏବଂ ତାଙ୍କୁ ସମର୍ଥନ କରିଥିଲେ, ଏହା ମୋର ହୃଦୟକୁ ସ୍ପର୍ଶ କଲା। ଯେଉଁଭଳି ଭାବରେ ଭାରତୀୟ ଖେଳାଳିମାନେ ସାକ୍ଷାତ କଲେ ଏବଂ ପାରସ୍ପରିକ କଥାବାର୍ତ୍ତା କଲେ, ଏହା ଦେଖି ମୋର ହୃଦୟ ଗଦଗଦ ହୋଇଗଲା। ଖେଳାଳିମାନେ ପରସ୍ପର ପାଇଁ କେତେ ସମ୍ମାନ ଏବଂ ବନ୍ଧୁତା ମଧ୍ୟ ଏହା ଦର୍ଶାଏ। କିନ୍ତୁ ମ୍ୟାଚ୍ ଦିନ ଏହି ସବୁ କିଛି ନାହିଁ। ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ଏହି ମ୍ୟାଚ୍ ବିଷୟରେ ବହୁତ ଉତ୍ସାହ ଅଛି, କିନ୍ତୁ ଆମ ପାଇଁ ଏହା ଅନ୍ୟ ମ୍ୟାଚ୍ ପରି ହେବ ବୋଲି କହିଥିଲେ ବାବର।