T20 ବିଶ୍ୱକପ ପୂର୍ବରୁ ଦୁଇଟି ଶକ୍ତିଶାଳୀ ଦଳ ସହିତ ଖେଳିବ ଟିମ୍ ଇଣ୍ଡିଆ, ଜାରି ହେଲା କାର୍ଯ୍ୟସୂଚୀ

  1. Home
  2. Cricket News

T20 ବିଶ୍ୱକପ ପୂର୍ବରୁ ଦୁଇଟି ଶକ୍ତିଶାଳୀ ଦଳ ସହିତ ଖେଳିବ ଟିମ୍ ଇଣ୍ଡିଆ, ଜାରି ହେଲା କାର୍ଯ୍ୟସୂଚୀ

india_team


କ୍ରିକେଟ୍ ଖବର : ଟିମ୍ ଇଣ୍ଡିଆ ଏଥର ଟି -୨୦ ବିଶ୍ୱକପକୁ ନେଇ ବହୁତ ଗମ୍ଭୀର ଅଛି ।  ଦଳ ଗତ ବର୍ଷର ଖରାପ ପ୍ରଦର୍ଶନକୁ ଭୁଲି ଏଥର ବିଶ୍ୱକପ ଜିତିବାକୁ ଚାହୁଁଛି  ଏବଂ ଏଥିପାଇଁ ଦଳ ଏହାର ପ୍ରସ୍ତୁତିରେ କୌଣସି କସର ଛାଡି ନାହିଁ । ବିଶ୍ୱକପ୍ ଆରମ୍ଭ ପର୍ୟ୍ୟନ୍ତ ଦଳର କାର୍ୟ୍ୟସୂଚୀ ସମ୍ପୂର୍ଣ୍ଣ ଭରପୁର ରହିଛି। ଏହି ସମୟରେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଟିମ୍ ଇଣ୍ଡିଆ ଆଉ ଦୁଇଟି ଟି -୨୦ ସିରିଜ୍ ଖେଳିବ।

ବିଶ୍ୱକପ ପୂର୍ବରୁ ଏହି ଦୁଇ ଦଳ ସହିତ ଖେଳିବ ଟିମ ଇଣ୍ଡିଆ : 

ଭାରତୀୟ ଦଳ ବିଶ୍ୱକପ ଯିବା ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ । ବିଶ୍ୱକପ୍ ୨୦୨୨ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ । ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି, ଯେଉଁଠାରେ ଏହା ତିନି ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜ୍ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ।ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କହିବା ଅନୁଯାୟୀ ଦକ୍ଷିଣ ଆଫ୍ରିକା ଦଳ ଇଂଲଣ୍ଡ ବିପକ୍ଷରେ ଯାତ୍ରା ଶେଷ କରିବା ପରେ ସେପ୍ଟେମ୍ବରରେ ଭାରତ ଆସିବେ। 

IND vs AUS : दोनों देशों के बीच सभी ODI मैचों में सर्वाधिक शतक बनाने वाले टप 5 बल्लेबाजों की सूची

ଗାଙ୍ଗୁଲି କହିଛନ୍ତି ଯେ, “ଆମେ ଟି -୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛୁ। ଦକ୍ଷିଣ ଆଫ୍ରିକା ଦଳ ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ସେପ୍ଟେମ୍ବରରେ ଭାରତ ଆସିବେ । 

କାର୍ଯ୍ୟସୂଚୀ : 

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ଏହି ମ୍ୟାଚ୍ ମୋହାଲି, ନାଗପୁର ଏବଂ ହାଇଦ୍ରାବାଦରେ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୦ ରେ, ଦ୍ୱିତୀୟ ସେପ୍ଟେମ୍ବର ୨୩ ରେ ଏବଂ ତୃତୀୟ ମ୍ୟାଚ୍ ୨୫ ସେପ୍ଟେମ୍ବରରେ ଖେଳାଯିବ ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିବ । ଦୁଇ ଦଳ ମଧ୍ୟରେ ତିନୋଟି ଟି -୨୦ ମ୍ୟାଚ୍ ୨୮ ସେପ୍ଟେମ୍ବର, ୧ ଅକ୍ଟୋବର ଏବଂ ୩ ଅକ୍ଟୋବରରେ ଖେଳାଯିବ।