ENG vs IND: ଟିମ୍ ଇଣ୍ଡିଆକୁ ତୃତୀୟ ODI ରେ ଲାଗିପାରେ ବଡ଼ ଝଟକା, ଏହି ଷ୍ଟାର ଖେଳାଳି ହେବେ ଦଳରୁ ବାହାର

  1. Home
  2. Cricket News

ENG vs IND: ଟିମ୍ ଇଣ୍ଡିଆକୁ ତୃତୀୟ ODI ରେ ଲାଗିପାରେ ବଡ଼ ଝଟକା, ଏହି ଷ୍ଟାର ଖେଳାଳି ହେବେ ଦଳରୁ ବାହାର

Team-India


କ୍ରିକେଟ ଖବର : ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳୁଛି। ଏହି ସିରିଜର ଦୁଇଟି ମ୍ୟାଚ୍ ସରିଛି। ଆଉ ସିରିଜ୍ ମଧ୍ୟ 1-1 ରେ ରହିଛି। କିନ୍ତୁ ଇତି ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଏକ ଖରାପ ଖବର ଆସିଛି । ବାସ୍ତବରେ ଦଳର ଷ୍ଟାର ବୋଲର ବୁମରା ଆହତ ହୋଇଛନ୍ତି ।

india-vs-england-1

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜସପ୍ରୀତ ବୁମ୍ରା ଆହତ ହୋଇଛନ୍ତି । ବାସ୍ତବରେ ବୁମରା ପଡ଼ିଆରେ ବୋଲିଂ କରୁଥିଲେ ଏବଂ ସେହି ସମୟରେ ବ୍ୟାଟ୍ସମ୍ୟାନ୍ ଜେସନ ରୟ ଖେଳୁଥିଲେ । ବୁମରା ବଲ୍ ବୋଲିଂ କରିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସେହି ବଲରେ ଜେସନଙ୍କ କ୍ୟାଚ୍ ନେବାକୁ ଦଉଡିଥିଲେ । ଯାହା ପରେ ସେହି ବଲ୍ ତାଙ୍କ ହାତରେ ବାଜିଲା ।  

ଏଭଳି ପରିସ୍ଥିତିରେ ଯଦି ଆଘାତ ଅଧିକ ହୋଇଥାଏ ତେବେ ବୁମ୍ରା ଇଂଲଣ୍ଡ ବିପକ୍ଷ ସିରିଜରେ ତୃତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ କି ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି । ଯଦି ଆଘାତ ଅଧିକ ହୋଇଥାଏ ତେବେ ଚୟନକର୍ତ୍ତାମାନେ ବୁମରାଙ୍କ ଆଘାତକୁ ଅଧିକ ଗୁରୁତର ମନେ କରିବେ ଏବଂ ତାଙ୍କୁ ବିଶ୍ରାମ କରିବାର ସୁଯୋଗ ଦେବେ ।  କିନ୍ତୁ ଦଳ ପାଇଁ ଏହା ବିପଦ ହୋଇପାରେ।

ସୂଚନାଯୋଗ୍ୟ ଯେ, ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଏହି ଦ୍ରୁତ ବୋଲର ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ । ପ୍ରଥମ ମ୍ୟାଚ୍ ସମୟରେ ଏହି ଖେଳାଳି ୧୯ ରନ୍ ଦେଇ ଇଂଲଣ୍ଡ ଦଳର ଗୋଟିଏ ପରେ ଗୋଟିଏ ୬ ୱିକେଟ୍ ନେଇଥିଲେ । ବୁମରାଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଦଳର ଓପନିଂ ଖେଳାଳିଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦଳ ୧୦ ୱିକେଟରେ ଏକ ବଡ଼ ବିଜୟ ହାସଲ କରିଥିଲା।