T20 WC 2022 : ସରିଲା ଗ୍ରୁପ୍ ପର୍ଯ୍ୟାୟ ସମସ୍ତ ମ୍ୟାଚ, ସେମିଫାଇନାଲରେ ପହଁଚିଲେ ଏହି 4 ଟିମ୍, IND-PAK ହୋଇପାରେ ଫାଇନାଲ
କ୍ରିକେଟ ଖବର : ଗ୍ରୁପ୍ -2 ର ସୁପର -12 ରେ ଟି -20 ବିଶ୍ୱକପ 2022 ରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ 41 ତମ ମ୍ୟାଚ୍ 6 ନଭେମ୍ବରରେ ଆଡିଲେଡ୍ ଓଭାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ପାକିସ୍ତାନ ଦଳ ବାଂଲାଦେଶକୁ 5 ୱିକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ ପାକିସ୍ତାନର ଦଳ ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି।
ସକାଳେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ନେଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକା ଦଳକୁ 13 ରନରେ ପରାସ୍ତ କରିଥିଲା। ପରାଜୟ ଯୋଗୁଁ ଆଫ୍ରିକୀୟ ଦଳ ଆଇସିସି ଟି -20 ବିଶ୍ୱକପରୁ ବାଦ୍ ପଡିଛି। ଯେଉଁଠାରେ ଏହାର ସିଧାସଳଖ ଲାଭ ପଏଣ୍ଟ ଟେବୁଲରେ ପାକିସ୍ତାନ ଦଳକୁ ମିଳିଛି। ତେବେ ସେମିଫାଇନାଲରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସମୀକରଣ କ’ଣ ରହିଛି ଆସନ୍ତୁ ଜାଣିବା ।
ବିଜୟ ସହ ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ବି ଜିମ୍ବାୱେକୁ 71 ରନରେ ପରାସ୍ତ କରି ସାରିଛି। ତେବେ ବର୍ତ୍ତମାନ 9 ତାରିଖରେ ପାକିସ୍ତାନ ଦଳ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବ। ବାବର ବାହିନୀ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ଭେଟିବ। ଆଉ ଯଦି ପାକିସ୍ତାନ ଦଳ ଏହି ମ୍ୟାଚ ଜିତେ ତେବେ ଟି-20 ବିଶ୍ୱକପର ଫାଇନାଲ୍ ମ୍ୟାଚ ଖେଳିବ। ଯଦି ସେମିଫାଇନାଲ ହାରେ ତେବେ ଘରକୁ ଫେରିବ।
ଅନ୍ୟପଟେ ସେମିଫାଇନାଲର ଦ୍ଵିତୀୟ ମ୍ୟାଚ ଆସନ୍ତା 10 ତାରିଖରେ ହେବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଆଉ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ। ଆଉ ଯେଉଁ ଦଳ ଜିତିବ ସେହି ଦଳ 9 ତାରିଖରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚର ବିଜେତା ସହିତ ଫାଇନାଲ୍ ମ୍ୟାଚ ଖେଳିବ। ଟି-20 ବିଶ୍ୱକପର ଫାଇନାଲ୍ ମ୍ୟାଚ ଆସନ୍ତା 13 ତାରିଖ ଦିନ ଖେଳାଯିବ।
ହୋଇପାରେ ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ:
9 ତାରିଖରେ ଖେଳାଯାଇଥିବା ସେମିଫାଇନାଲ ରେ ଯଦି ପାକିସ୍ତାନ ଟିମ ନୁଜିଲାଣ୍ଡ କୁ ହରାଏ ଏବଂ ଆସନ୍ତା 10 ତାରିଖରେ ଯଦି ଭାରତ ଇଂଲଣ୍ଡ କୁ ହରାଏ ତେବେ ଫିଅନଲ ମ୍ୟାଚ ଭାରତ -ପାକିସ୍ତାନ ମଧ୍ୟରେ ଖେଳାଯିବ ।