Asia Cup 2022: ଆଗାମୀ ମ୍ୟାଚରେ ଆବେଶ ଖାନ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ, ରୋହିତ ନେଇ ପାରନ୍ତି ବଡ଼ ନିର୍ଣ୍ଣୟ

  1. Home
  2. Cricket News

Asia Cup 2022: ଆଗାମୀ ମ୍ୟାଚରେ ଆବେଶ ଖାନ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ, ରୋହିତ ନେଇ ପାରନ୍ତି ବଡ଼ ନିର୍ଣ୍ଣୟ

ind-vs-hgk-preview-asia-cup-2022


କ୍ରିକେଟ୍ ଖବର : ଏସିଆ କପରେ ଭାରତ ନିଜର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିଥିଲା। ଟିମ୍ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାର ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।  କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ଆବେଶ ଖାନ ବହୁତ ଖରାପ ପ୍ରଦର୍ଶନ କରିଥିଲେ।  ଏଭଳି ପରିସ୍ଥିତିରେ ହଂକଂ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଏହି ଖେଳାଳିଙ୍କୁ ବାହାରର ବାଟ ଦେଖାଇ ପାରନ୍ତି ବୋଲି ଆଲୋଚନା ହେଉଛି।

ଏହି ଖେଳାଳିଙ୍କୁ ମିଳିପାରେ ମୌକା :

ପାକିସ୍ତାନ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ 18 ଟି ବଲରେ 18 ରନ୍ ସଂଗ୍ରହ କରିଥିଲେ।  ସେ ଧଳା ବଲ୍ କ୍ରିକେଟ୍ ରେ ନିଜର ଫର୍ମ ବଜାୟ ରଖିବାରେ ସକ୍ଷମ ହୋଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ହଂକଂ ବିପକ୍ଷ ମ୍ୟାଚରେ ତାଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ସୁଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଦୀପକ ହୁଡା ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ତାପରେ ଆବେଶ ଖାନ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି ତାଙ୍କ ବଦଳରେ ରବି ବିଷ୍ଣୋଇ କିମ୍ବା ଅଶ୍ୱିନ ଙ୍କୁ ସୁଯୋଗ ଦେବା ଉଚିତ।

avesh khan

ଆୟର୍ଲାଣ୍ଡ ଗସ୍ତରେ ବିସ୍ଫୋରକ ଢଙ୍ଗରେ ସ୍କୋର କରି ଦୀପକ ହୁଡା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ତାଙ୍କର କ୍ଲାସିକ୍ ବ୍ୟାଟିଂ ପାଇଁ ସମସ୍ତେ ଆକର୍ଷିତ। ଦୀପକ ହୁଡା ବହୁତ ଭଲ ବୋଲିଂ ବି କରନ୍ତି। ଦୀପକ ହୁଡା ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ 17ଟି ଟି -20 ମ୍ୟାଚ୍ ଖେଳିଛନ୍ତି ଏବଂ ଭାରତୀୟ ଦଳ ଏସବୁ ଜିତିଛି। ସେ ଟିମ୍ ଇଣ୍ଡିଆର ଭାଗ୍ୟଶାଳୀ ଖେଳାଳି ଭାବରେ ଉଭା ହୋଇଛନ୍ତି। ସେ ଭାରତ ପାଇଁ 9ଟି ଟି -20 ମ୍ୟାଚରେ 274 ରନ୍ କରିଛନ୍ତି।