IND vs SA: ଆଫ୍ରିକା ଖେଳାଳି T20 ଖେଳୁଥିବା ବେଳେ ଭାରତର ଖେଳାଳି ଟେଷ୍ଟ ଖେଳୁଛନ୍ତି, ଏହି ଖେଳାଳିଙ୍କ ଉପରେ ରାଗିଲେ ପ୍ରଶଂସକ

  1. Home
  2. Cricket News

IND vs SA: ଆଫ୍ରିକା ଖେଳାଳି T20 ଖେଳୁଥିବା ବେଳେ ଭାରତର ଖେଳାଳି ଟେଷ୍ଟ ଖେଳୁଛନ୍ତି, ଏହି ଖେଳାଳିଙ୍କ ଉପରେ ରାଗିଲେ ପ୍ରଶଂସକ


କ୍ରିକେଟ ଖବର : ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ଟି -୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଓଡିଶାର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆୟର୍ ୪୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।

ସେ ୩୫ ଟି ବଲରେ ୪୦ ରନ ସଂଗ୍ରହ କରିଥିଲେ। ତେବେ ସେ ଧୀରସ୍ଥିର ଭାବରେ ତାଙ୍କର ଖେଳ ଖେଳୁଥିଲେ। ଆଉ ଆୟର ଆଉଟ୍ ହେବା ପରେ ତାଙ୍କର ଏଭଳି କଛପ ଖେଳ ଦେଖି ସୋସିଆଲ୍ ମିଡ଼ିଆରେ ପ୍ରଶଂସକମାନେ କ୍ରୋଧିତ ହୋଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। 

ଡ୍ୱେନ୍ ପ୍ରିଟୋରିୟସ୍ ଶ୍ରେୟସ୍ ଆୟରଙ୍କ ୱିକେଟ୍ ନେଇଥିଲେ । ଟିମ୍ ଇଣ୍ଡିଆର ଇନିଂସର ୧୪ ତମ ଓଭରରେ ଡୱେନ ପ୍ୟାଭିଲିୟନକୁ ଆୟରଙ୍କୁ ପଠାଇଥିଲେ। ଆଫ୍ରିକୀୟ ଦଳର ପେସର୍ ଶ୍ରେୟାସଙ୍କୁ ଏକ ଦ୍ରୁତ ବଲ୍ ବୋଲିଂ କରନ୍ତି, ଯେଉଁଥିରେ ସେ ହାଲୁକା ସଟ୍ ଖେଳନ୍ତି ।

iyer vs sa

କିନ୍ତୁ ବଲ୍ ବ୍ୟାଟ୍ ର ଧାରକୁ ଧକ୍କା ଦେଇ ପଛକୁ ବାଉନ୍ସ ହୋଇଥିଲା। ଯାହା ପରେ ଷ୍ଟମ୍ପ ପଛରେ ଠିଆ ହୋଇଥିବା କ୍ଲାସେନ୍ ଏକ ସରଳ କ୍ୟାଚ୍ ଧରିଥିଲେ। ଜଣେ ୟୁଜର୍ ରାଗରେ ଲେଖିଛନ୍ତି , ଆୟର୍ କେବଳ ଆଇପିଏଲରେ ହିଁ ଭଲ ଖେଳିବେ। ଦେଶ ପାଇଁ ନୁହଁ। 

ତେବେ ଆସନ୍ତୁ ଦେଖିବା ଆଉ କଣ କଣ ସବୁ କହିଛନ୍ତି ୟୁଜର୍ :

Photo 1:

weet1

Photo 2:

tweet2

Photo 3:

tweet3

News Hub