ଋଷଭ ପନ୍ତ ନୁହଁ ଏହି ଖେଳାଳିଙ୍କ ଉପରେ ରାଗିଲେ ଲୋକେ, କହିଲେ "ସେ କଣ ରାହୁଲ ଦ୍ରାବିଡଙ୍କର ଜ୍ବାଇଁ ପୁଅ"

  1. Home
  2. Cricket News

ଋଷଭ ପନ୍ତ ନୁହଁ ଏହି ଖେଳାଳିଙ୍କ ଉପରେ ରାଗିଲେ ଲୋକେ, କହିଲେ "ସେ କଣ ରାହୁଲ ଦ୍ରାବିଡଙ୍କର ଜ୍ବାଇଁ ପୁଅ"

dravid and shreyas iyer


କ୍ରିକେଟ ଖବର : ଭାରତ ଏବଂ ଦକ୍ଷିଣ ଆଫ୍ରିକା (IND vs SA 4th T20) ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଚତୁର୍ଥ ମ୍ୟାଚ୍ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଟେମ୍ବା ବାଭୁମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏଥି ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା।  ମ୍ୟାଚ୍‌ର ଓପନିଂରେ ଦଳ ଦୁଇଟି ୱିକେଟ୍ ହରାଇଥିଲା।  ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ (IND ବନାମ SA) ରେ କିଛି ବିଶେଷ କରିପାରିନଥିଲେ। ତେଣୁ ସେ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଟ୍ରୋଲର ଶିକାର ହୋଇଛନ୍ତି।

କାହିଁକି ଟ୍ରୋଲ୍ ହେଲେ ଆୟର୍ ? 

ବାସ୍ତବରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଥିଲା। ଦଳର ଓପନର୍ ରିତୁରାଜ ଗାଇକୱାଡ ମ୍ୟାଚର ଦ୍ୱିତୀୟ ଓଭରରେ ମାତ୍ର 5 ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଏହା ପରେ କ୍ରିଜକୁ ଆସିଥିଲେ ଶ୍ରେୟାସ ଆୟର। ତାଙ୍କ ଠାରୁ ଏକ ଭଲ ଇନିଂସ ଆଶା କରାଯାଉଥିଲା, କିନ୍ତୁ ସେ ଦକ୍ଷିଣ ଆଫ୍ରିକାର ବୋଲରଙ୍କ ବୋଲିଂରେ ଭୟଭୀତ ହୋଇ ଆଉଟ୍ ହେଲେ। 

shreyash iyer

ମାର୍କୋ ୟାନସେନଙ୍କ ଦ୍ୱାରା lbw ହୋଇ ଆୟାର ପ୍ୟାଭିଲିୟନ ଫେରିଥିଲେ। ସେ କେବଳ 4 ରନ୍ ସ୍କୋର କରି ପାରିଥିଲେ। ଏହି କାରଣରୁ ପ୍ରଶଂସକମାନେ ଶ୍ରେୟାସ ଆୟରଙ୍କ ଆଉଟକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ଆୟରଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

କଣ କହୁଛନ୍ତି ସୋସିଆଲ୍ ମିଡ଼ିଆ ୟୁଜର୍ ? 

iyer troll

ଜଣେ ୟୁଜର୍ ଲେଖିଛନ୍ତି , "ଆୟରଙ୍କ ଭଲ ଖେଳି ପାରୁନାହାନ୍ତି। ତାଙ୍କ ସ୍ଥାନରେ ସଂଜୁ ସାମସନଙ୍କୁ ଖେଳାଯାଉ"। ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି " କଣ ଶ୍ରେୟସ୍ ଆୟର୍ ରାହୁଲ ଦ୍ରାବିଡଙ୍କର ଜ୍ବାଇଁ ପୁଅ ! ଏତେ ଖରାପ ଖେଳିବା ପରେ ବି ତାଙ୍କୁ ସବୁ ମ୍ୟାଚରେ ସ୍ଥାନ ମିଳୁଛି। " ତୃତୀୟ ୟୁଜର୍ ଲେଖିଛନ୍ତି " ଫାଷ୍ଟ ବୋଲିଂ ସମ୍ମୁଖରେ ଆୟର୍ ଖେଳିପାରୁନାହାନ୍ତି, ତାଙ୍କୁ ଦଳରୁ ବାହାର କରାଯାଉ "।