କୋହଲିଙ୍କ ଅବସ୍ଥା ଦେଖି ସେହୱାଗ ଏପରି ଜଣେ ମହାନ ଖେଳାଳିଙ୍କୁ ମନେ ପକାଇଲେ, ଯାହା ସହ ଏମିତି ହୋଇଥିଲା

କ୍ରିକେଟ୍ ଖବର : ବର୍ତ୍ତମାନ ନିଜର ଖରାପ ଫର୍ମ ଦେଇ ଗତି କରୁଛନ୍ତି ରନ୍ ମେସିନ୍ ବିରାଟ କୋହଲି। ଯେଉଁ ଖେଳାଳିଙ୍କୁ ଦିନେ ବୋଲିଂ ପକାଇବା ପାଇଁ ଯେଉଁ ବୋଲର୍ ଭୟ କରୁଥିଲେ, ସେ ଆଜି ବିରାଟଙ୍କୁ ଆଉଟ୍ କରିଦେଉଛନ୍ତି। ଏହା ଠାରୁ ବଡ଼ ଦୁଃଖର ବିଷୟ ଆଉ କିଛି ନୁହଁ। ତେବେ ବିରାଟଙ୍କ ବ୍ୟାଟ୍ ପ୍ରାୟ ଦୁଇ ବର୍ଷ ହେବ ଶାନ୍ତ ରହିଛି। ଗୋଟିଏ ବି ଶତକୀୟ ପାରି ଖେଳିନାହାନ୍ତି କିଙ୍ଗ୍ କୋହଲି। ତାଙ୍କର ଖରାପ ଫର୍ମକୁ ଦେଖି ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ସହିତ ହେବାକୁ ଥିବା ଟି-20 ସିରିଜରୁ ବି ତାଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ।
ଆପଣ ଜାଣିଥିବେ ଯେ, ବିରାଟ କୋହଲି ରନ ଚେଜ୍ କରିବାକୁ ପସନ୍ଦ କରିଥାନ୍ତି। ନିକଟରେ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ସେ ସ୍ଥାନ ପାଇଥିଲେ। ଆଉ ସେ ମାତ୍ର 16 ରନ କରିଥିଲେ। ସେଥିରୁ 3 ଟି ଚୌକା ଅନ୍ତର୍ଭୁକ୍ତ ରହିଛି। ରନ ଚେଜିଂ କରିବାରେ ବିରାଟଙ୍କ ଅନେକ ରେକର୍ଡ ରହିଛି।
ବିରେନ୍ଦ୍ର ସେହୱାଗ କଣ କହିଲେ କୋହଲିଙ୍କ ବିଷୟରେ :
ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ବିରେନ୍ଦ୍ର ସେହୱାଗ ନିଜର ମତ ଦେଇଛନ୍ତି। ସେ ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛନ୍ତି, ବିରାଟଙ୍କ ଉପରେ ଟିମ୍ କେତେ ଆଶା ରଖିଛି ଏବଂ ତାଙ୍କ ଖରାପ ଫର୍ମ ବିଷୟରେ ଆଲୋଚନା ହେଉଛି।
ସେହୱାଗ ସୋନି ସ୍ପୋର୍ଟସରେ କହିଛନ୍ତି, 'ମୁଁ ଭାବୁଛି ସମସ୍ତେ ତାଙ୍କଠାରୁ ଏକ ବେଷ୍ଟ ଶତକ ଅପେକ୍ଷା କରିଛନ୍ତି, ଯାହା ଦୀର୍ଘ ଦିନ ଧରି ଆସିନାହିଁ। ଯଦି ଆପଣ ତାଙ୍କର ପୂର୍ବ ରେକର୍ଡକୁ ଦେଖନ୍ତି, ସେ ପ୍ରତି 3-4 ମ୍ୟାଚ୍ ରେ ଏକ ଶତକ ସ୍କୋର କରୁଥିଲେ। ଏହା କିଛି ସମୟ ପାଇଁ ହୋଇନାହିଁ ଏବଂ ସେଥିପାଇଁ ବୋଧହୁଏ ଏହା ବିଷୟରେ ଏତେ ଆଲୋଚନା ହେଉଛି।
ଆମେ ମଧ୍ୟ ଏପରି ଜଣେ ଖେଳାଳିଙ୍କ ସହିତ ଖେଳୁଥିଲୁ ଯାହାର ନାମ ସଚିନ୍ ତେନ୍ଦୁଲକର ଥିଲା। ଯଦି ସେ 3-4 ଇନିଂସରେ ରନ୍ ସ୍କୋର କରିବେ ନାହିଁ ତେବେ ଆଲୋଚନା ଏପରି ହେଉଥିଲା, ଯେଉଁଠାରେ ଲାଗୁଥିଲା ଯେ ସେ ଅଧିକ ସମୟ ସ୍କୋର କରିନାହାଁନ୍ତି। ସେ ପ୍ରତି 3-4 ଇନିଂସରେ ରନ୍ ସ୍କୋର କରୁଥିଲେ, ବିରାଟ କୋହଲିଙ୍କ ସହ ମଧ୍ୟ ସମାନ ଘଟଣା ଘଟୁଛି। ସୂଚନାଯୋଗ୍ୟ ଯେ, ନଭେମ୍ବର 2019 ପରଠାରୁ ବିରାଟ ଗୋଟିଏ ବି ଶତକୀୟ ପାରି ଖେଳି ନାହାନ୍ତି।